Sabarimala Online Booking Scam / ଅନଲାଇନ୍ରେ ସବୁ ସ୍ଲଟ୍ ବୁକ୍, ହେଲେ ମନ୍ଦିରରେ ଭକ୍ତ ଗାଏବ; ତଦନ୍ତ କରିବେ କେରଳ ସରକାର
·50 mins ago·2 min read

Key Points
କେରଳର ପ୍ରସିଦ୍ଧ ସାବରୀମାଳା ମନ୍ଦିରରେ ଅନଲାଇନ୍ ଦର୍ଶନ ବୁକିଂକୁ ନେଇ ଠକେଇ ସନ୍ଦେହ ବଢ଼ିଛି। ପ୍ରତିଦିନ ୧ ଲକ୍ଷ ଭର୍ଚୁଆଲ୍ ସ୍ଲଟ୍ ବୁକ୍ ହେଉଥିବାବେଳେ ପ୍ରାୟ ୬୦% ଭକ୍ତ ଦର୍ଶନ ପାଇଁ ପହଞ୍ଚୁନାହାନ୍ତି। ଟ୍ରାଭେଲ୍ ଏଜେନ୍ସିଙ୍କ ସମ୍ପୃକ୍ତି ଆଶଙ୍କା ମଧ୍ୟରେ ଘଟଣାର ତଦନ୍ତ ପାଇଁ କମିଟି ଗଠନ କରିବେ କେରଳ ସରକାର।
କେରଳ ସ୍ଥିତ ପ୍ରସିଦ୍ଧ ସାବରୀମାଳା ମନ୍ଦିରରେ ଦର୍ଶନ ନାମରେ ଠକେଇ ହେବାର ଆଶଙ୍କା ବଢିବାରେ ଲାଗିଛି। କାରଣ ଗତ ସୋମବାର ଠାରୁ ବର୍ଷିକ ଯାତ୍ରା ଆରମ୍ଭ ହୋଇଯିବା ପର ଠାରୁ (୧୬ ନଭେମ୍ବର) ଅନଲାଇନ୍ ବୁକିଂ ସ୍ଲଟ୍ ଶୀଘ୍ର ପୂରଣ ହେବାରେ ଲାଗିଛି। ହେଲେ ଅନ୍ୟପଟେ ମନ୍ଦିରରେ ଉପସ୍ଥିତ ଭକ୍ତଙ୍କ ସଂଖ୍ୟା କମ୍ ରହିଛି। ଅନଲାଇନ୍ ବୁକିଂ ପ୍ରକ୍ରିୟାରେ ଠକେଇ ହେଉଥିବା ନେଇ ସନ୍ଦେହ ବଢିବାରେ ଲାଗିଛି। ଏବେ ଏହି ମାମଲା ସାମ୍ନାକୁ ଆସିବା ପରେ କେରଳ ସରକାର ଏହାର ତଦନ୍ତ କରିବା ପାଇଁ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୦୨୭ ଜାନୁଆରୀ ୯ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଦର୍ଶନ ସ୍ଲଟ୍ ବୁକ୍ ହୋଇଥିବାରୁ ଏହାକୁ ନେଇ ସନ୍ଦେହ ଉପୁଜିଥିଲା। ହେଲେ ତଥାପି, ଅନଲାଇନ୍ ବୁକିଂ କରିଥିବା ହଜାର ହଜାର ଭକ୍ତ ମନ୍ଦିରରେ ପହଞ୍ଚି ପାରୁନାହାଁନ୍ତି।
ଅନଲାଇନ୍ ବୁକିଂ ଏବଂ ମନ୍ଦିରରେ ଭକ୍ତଙ୍କ ସଂଖ୍ୟା ମଧ୍ୟରେ ବିରାଟ ପାର୍ଥକ୍ୟ ସନ୍ଦେହ ସୃଷ୍ଟି କରିଛି। ଯାହା ପରେ କେରଳ ସରକାର ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଅନୁମାନ କରାଯାଉଛି ଯେ ଏହି ଠକେଇରେ ଟ୍ରାଭେଲ୍ ଏଜେନ୍ସି (Travel Agency) ସାମିଲ ଅଛନ୍ତି। ସେମାନେ ଦର୍ଶନ କରାଇବା ନାମରେ ବହୁ ସଂଖ୍ୟକ ଲୋକଙ୍କ ସ୍ଲଟ୍ ଆଗୁଆ ବୁକିଂ କରୁଛନ୍ତି। ଏହା ପରେ ହୁଏତ ସେମାନଙ୍କ ପାଖରେ ସ୍ଲଟ୍ ବୁକ୍ କରିଥିବା ତୀର୍ଥଯାତ୍ରୀ ପହଞ୍ଚି ପାରୁନାହାଁନ୍ତି, ଯାହା ଫଳରେ ଶେଷରେ ମନ୍ଦିରରେ ପହଞ୍ଚୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ପ୍ରତିବର୍ଷ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଭଗବାନ ଅୟାପ୍ପା ସ୍ୱାମୀଙ୍କ ଦର୍ଶନ କରିବା ପାଇଁ ସାବରୀମାଳା ମନ୍ଦିରକୁ ଆସିଥାନ୍ତି। ନଭେମ୍ବର ଏବଂ ଜାନୁଆରୀ ମାସରେ ମନ୍ଦିରକୁ ସର୍ବାଧିକ ଦର୍ଶନାର୍ଥୀ ଆସିଥାନ୍ତି। ଯେଉଁ ସମୟରେ ବାର୍ଷିକ ତୀର୍ଥ ଯାତ୍ରା ବେଶ ଭକ୍ତି ଭାବର ସହ ଜାରି ରହି ରହିଥାଏ।
ଏହା ସହ ପଢନ୍ତୁ: ତୀର୍ଥଯାତ୍ରା ଆରମ୍ଭରୁ ସାବରୀମାଳା ମନ୍ଦିରରେ ତେଜିଲା ଘିଅ ଅଭାବ ସମସ୍ୟା; ଚିନ୍ତାରେ TDB
ଚଳିତ ବର୍ଷ ପ୍ରତିଦିନ ୧ ଲକ୍ଷ ଭର୍ଚୁଆଲ୍ ସ୍ଲଟ୍ ଉପଲବ୍ଧ ରହିଛି। ଏହି ସମସ୍ତ ସ୍ଲଟ୍ ବୁକ୍ ହୋଇସାରିଛି। ହେଲେ ତଥାପି ସରକାରଙ୍କ ଦୃଷ୍ଟି ସେତେବେଳେ ଆକର୍ଷଣ କରିଥିଲା, ଯେତେବେଳେ ଜଣାପଡିଲା ଯେ ଦର୍ଶନ ପାଇଁ ବୁକିଂ କରିଥିବା ଲୋକଙ୍କ ମଧ୍ୟରୁ ୬୦% ଦର୍ଶନ କରିବା ପାଇଁ ମନ୍ଦିରରେ ପହଞ୍ଚି ନଥିଲେ। ଗତ ବୁଧବାର (୧୮ ନଭେମ୍ବର) ଠାରୁ କେବଳ କିଛି ହଜାର ଲୋକ ଲଗାତାର ୩ ଦିନ ପାଇଁ ଦର୍ଶନ କରିଛନ୍ତି। ଗତ ବର୍ଷ ଏହି ସଂଖ୍ୟା ପ୍ରାୟ ୨ ଲକ୍ଷ ୬୪ ହଜାର ରହିଥିଲା। ଏହା ପୂର୍ବରୁ ଯେତେବେଳେ ଗତ ସୋମବାର (୧୬ ନଭେମ୍ବର) ଠାରୁ ବର୍ଷିକ ତୀର୍ଥ ଋତୁ ଆରମ୍ଭ ହୋଇଥିଲା, ସେତେବେଳେ କେବଳ ୨୬,୧୩୧ ଭକ୍ତ ଭଗବାନ ଅୟାପ୍ପା ସ୍ୱାମୀଙ୍କ ଦର୍ଶନ କରିଥିଲେ। ଯେଉଁଥିରେ ସ୍ପଟ୍ ବୁକିଂ କରିଥିବା ଲୋକ ମଧ୍ୟ ସାମିଲ ଥିଲେ। ଏହା ପରେ ମଙ୍ଗଳବାର (୧୭ ନଭେମ୍ବର) ୩୫,୦୦୦ ଏବଂ ବୁଧବାର (୧୮ ନଭେମ୍ବର) ପ୍ରାୟ ୪୦,୦୦୦ ଭକ୍ତ ସାବରୀମାଳା ମନ୍ଦିରରେ ପହଞ୍ଚିଥିଲା। ସେହିପରି ଶୁକ୍ରବାର (୨୦ ନଭେମ୍ବର) ସପ୍ତାହାନ୍ତ ପୂର୍ବରୁ ମଧ୍ୟ ସଂଖ୍ୟା କମ୍ ରହିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: