ଜାଣନ୍ତୁ କିପରି ଅଛନ୍ତି ସଦଗୁରୁ ଜଗି ବାସୁଦେବ ?

ଅର୍ଗସ ବ୍ୟୁରୋ : ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଲୋକପ୍ରିୟ ଧର୍ମଗୁରୁ ସଦଗୁରୁ । ୯ ଦିନ ପୂର୍ବେ ସଦଗୁରୁ ଜଗି ବାସୁଦେବଙ୍କର ମସ୍ତିଷ୍କ ସର୍ଜରୀ ହୋଇଥିଲା । ଏବେ ସେ ସୁସ୍ଥ ଥିବା ଜଣା ପଡ଼ିଛି । ଏନେଇ ସେ ସୋଶାଲ ମିଡିଆରେ ଏକ ପୋଷ୍ଟ ମଧ୍ୟ ହୋଇଛି । ନିଜ ସୋଶାଲ ମିଡିଆ ଆକାଉଣ୍ଟ ଏକ୍ସରେ ସଦଗୁରୁ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଭିଡିଓରେ ସେ ହାଲକା ମ୍ୟୁଜିକ ଶୁଣିବା ସହ ଖବରକାଗଜ ପଢ଼ୁଥିବା ଦେଖିବାକୁ ମିଳୁଛି ।
ଏହା ପୂର୍ବରୁ ସଦଗୁରୁଙ୍କ ଝିଅ ରାଧେ ଜଗି ଏକ ପୋଷ୍ଟ କରି ସେ ଖୁବ୍ ଶୀଘ୍ର ଆରୋଗ୍ୟ ଲାଭ କରୁଥିବା ନେଇ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସଦଗୁରୁଙ୍କ ସହ ଫୋନ୍ରେ କଥା ହୋଇ ଖୁବ୍ ଶୀଘ୍ର ସେ ଆରୋଗ୍ୟ ହୁଅନ୍ତୁ ବୋଲି କାମନା କରିଛନ୍ତି । ଏନେଇ ମୋଦି ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨ଏହାର ଉତ୍ତରରରେ ସଦଗୁରୁ ଏକ ପୋଷ୍ଟ କରି, ପ୍ରିୟ ପ୍ରଧାନମନ୍ତ୍ରୀଜୀ ଆପଣଙ୍କ ନିକଟରେ ସମଗ୍ର ଦେଶ ନିମନ୍ତେ କାର୍ଯ୍ୟ କରିବାକୁ ବହୁତ କିଛି ବାକି ଅଛି । ତେଣୁ ଆପଣ ମୋ ଚିନ୍ତା କରନ୍ତୁ ନାହିଁ । ମୋ’ ପାଇଁ ଭାବି ଥିବାରୁ ଆପଣଙ୍କ ନିକଟରେ ଚୀର କୃତଜ୍ଞ ବୋଲି କହିଛନ୍ତି । ଗତ କିଛି ଦିନ ହେବ ସଦଗୁରୁଙ୍କ ମୁଣ୍ଡରେ ଗଭୀର ଯନ୍ତ୍ରଣା ହେଉଥିବାରୁ ସେ ଦିଲ୍ଲୀସ୍ଥିତ ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କ ମସ୍ତିଷ୍କର ଏମଆରଆଇ ପରେ ମୁଣ୍ଡ ଭିତରେ ପ୍ରବଳ ରକ୍ତସ୍ରାବ ହେଉଥିବା ଜଣାପଡ଼ିଥିଲା ।