Sadhvi Prem Baisa / ପ୍ରେମ ବାଈସାଙ୍କ ମୃତ୍ୟୁ ପରେ ଆକାଉଣ୍ଟରୁ କିଏ କଲା ପୋଷ୍ଟ ? ଆଶ୍ରମରୁ ହସ୍ପିଟାଲ୍ ପର୍ଯ୍ୟନ୍ତ ଅନେକ ପ୍ରଶ୍ନ...
·5 months ago·2 min read

Key Points
ସାଧବୀ ପ୍ରେମ ବାଈସାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମେଡିକାଲ୍ ପହଞ୍ଚିବା ବେଳକୁ ସାଧବୀ ପ୍ରେମ ବାଈସାଙ୍କ ମୃତ୍ୟୁ ହୋଇ ସାରିଥିବା ଡାକ୍ତର କହିଛନ୍ତି ।
ନୂଆଦିଲ୍ଲୀ: ମାରୱାଡ଼ କଥା ବାଚକ ତଥା ସାଧବୀ ପ୍ରେମ ବାଈସାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଯାହାକୁ ନେଇ ସୋସିଆଲ୍ ମିଡିଆରେ ହଟଚମଟ ଲାଗି ରହିଛି । ହସ୍ପିଟାଲ୍ରୁ ବିନା ସୂଚନାରେ ମୃତଦେହକୁ ଆଶ୍ରମ ନେଇଯିବା ଓ ମୃତ୍ୟୁର ୪ ଘଣ୍ଟା ପରେ ସାଧବୀ ପ୍ରେମ ବାଈସାଙ୍କ ଆକାଉଣ୍ଟରୁ "ନ୍ୟାୟ" ଭିକ୍ଷା ପୋଷ୍ଟ ପୁରା ମାମଲାକୁ ସନ୍ଦେହ ଘେରକୁ ଟାଣି ଆଣିଛି ।
ସୂଚନା ଅନୁସାରେ, ସାଧବୀ ପ୍ରେମ ବାଈସାଙ୍କୁ ତାଙ୍କ ବାପା ଓ ଅନ୍ୟ ଜଣେ ବ୍ୟକ୍ତି ବୁଧବାର ସନ୍ଧ୍ୟା ସାଢ଼େ ୫ଟାରେ ପାଲ୍ ରୋଡ୍ ସ୍ଥିତ ପ୍ରେକ୍ଷା ହସ୍ପିଟାଲ୍ ନେଇଥିଲେ । ସେଠାରେ ସାଧବୀ ପ୍ରେମ ବାଈସାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହି ଖବର ପ୍ରଚାରିତ ହେବା କ୍ଷଣି ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା ।
ଏଥିସହ ପଢ଼ନ୍ତୁ: ପରିବହନ ବିଭାଗର ବଡ଼ ଘୋଷଣା; ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ବାହାର କଲେ ଛାଡ଼ ହେବ ଜରିମାନା
ଯୋଧପୁରର ବୋରାନାଡା ଥାନା ଅଞ୍ଚଳରେ ରହୁଥିବା ସାଧବୀ ପ୍ରେମ ବାଈସାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମେଡିକାଲ୍ ପହଞ୍ଚିବା ବେଳକୁ ସାଧବୀ ପ୍ରେମ ବାଈସାଙ୍କ ମୃତ୍ୟୁ ହୋଇ ସାରିଥିବା ଡାକ୍ତର କହିଛନ୍ତି । ମୃତ୍ୟୁ ପରେ ପରିବାର ଲୋକ ମୃତଦେହକୁ ଆଶ୍ରମ ନେଇ ପଳାଇଥିଲେ । ଏହାପରେ ପୋଲିସ ପହଞ୍ଚି ପୁଣି ମୃତଦେହକୁ ମେଡିକାଲ୍ ପଠାଇଥିଲା ।
ବର୍ଷ ହେଲା ଥିଲେ ବିବାଦରେ
ସାଧବୀ ପ୍ରେମ ବାଈସା ପ୍ରାୟ ବର୍ଷେ ହେଲା ବିବାଦ ଭିତରେ ଥିଲେ । ଏକ ବିବାଦୀୟ ଭିଡିଓକୁ ନେଇ ସେ ଚିନ୍ତା ଥିଲେ । ବୁଧବାର ତାଙ୍କୁ ଜ୍ଵର ହୋଇଥିବା ବେଳେ କମ୍ପାଉଣ୍ଡର ଏକ ଇଞ୍ଜେକ୍ସ ଦେଇଥିଲେ । ଇଞ୍ଜେକ୍ସନ ନେବାର ୫ ମିନିଟ୍ ମଧ୍ୟରେ ସାଧବୀ ପ୍ରେମ ବାଈସାଙ୍କ ସ୍ଵାସ୍ଥ୍ୟ ବିଗିଡ଼ି ଯାଇଥିଲା । ମେଡିକାଲ୍ ପହଞ୍ଚିବା ବେଳକୁ ମୃତ୍ୟୁ ହୋଇଥିବାରୁ ପୋଲିସ ମେଡିକାଲ୍ ବୋର୍ଡ ଗଠନ କରି ପୋଷ୍ଟମର୍ଟମ କରିଛି ।
ଏଥିସହ ପଢ଼ନ୍ତୁ: ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ତଦନ୍ତ କରିବ ୩ ଜଣିଆ ଟିମ୍, ମିଳିଲା ବ୍ଲାକ୍ ବକ୍ସ
କିଏ କଲା ଇନଷ୍ଟାଗ୍ରାମ ପୋଷ୍ଟ ?
ସାଧବୀ ପ୍ରେମ ବାଈସାଙ୍କ ମୃତ୍ୟୁର ପ୍ରାୟ ୪ ଘଣ୍ଟା ପରେ ରାତି ସାଢ଼େ ୯ଟାରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭାବୁକ ପୋଷ୍ଟ ହୋଇଥିଲା । ଯେଉଁଥିରେ ଲେଖାଥିଲା, "ଜୀବିତ ଥିବା ସମୟରେ ବି ନ୍ୟାୟ ମିଳିଲାନି, ହୁଏତ ମଲା ପରେ ନ୍ୟାୟ ମିଳିବ ।"
ଉକ୍ତ ପୋଷ୍ଟରେ ସନାତନ ଧର୍ମ ପ୍ରତି ସମର୍ପଣ ଓ ଅଗ୍ନି ପରୀକ୍ଷା ପାଇଁ ସନ୍ଥ ଲେଖିଥିବା କଥା ମଧ୍ୟ ଥିଲା । ଆଉ ଏହି ପୋଷ୍ଟ ହିଁ ସାଧବୀ ପ୍ରେମ ବାଈସାଙ୍କ ମୃତ୍ୟୁକୁ ଆହୁରି ରହସ୍ୟମୟ କରିଦେଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories