Videos
|
National

Sonali Reveals / କାଷ୍ଟିଂ କାଉଚ୍‌ର ତିକ୍ତ ଅନୁଭୂତି ବଖାଣିଲେ ସୋନାଲି, ମୋତେ ଅନ୍ଧାର କୋଠରୀକୁ ଡାକି...

Bikash Mohanty
Browse all articles by Bikash Mohanty
·1 hour ago·2 min read
କାଷ୍ଟିଂ କାଉଚ୍‌ର  ତିକ୍ତ ଅନୁଭୂତି ବଖାଣିଲେ ସୋନାଲି,  ମୋତେ  ଅନ୍ଧାର କୋଠରୀକୁ ଡାକି...
SONALI

Key Points

କାଷ୍ଟିଂ କାଉଚ୍‌ର ତିକ୍ତ ଅନୁଭୂତି ବଖାଣିଲେ ସୋନାଲି
ସୋନାଲି କହିଲେ ମୋତେ ଅନ୍ଧାର କୋଠରୀକୁ ଡାକିଲେ
ଫିଲ୍ମର କାହାଣୀ ଶୁଣିବାକୁ ଯାଇ ତାଙ୍କୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା
ଯାହା
ତାଙ୍କୁ ଅସହଜ କରିଦେଇଥିଲା
ମୁମ୍ବାଇ,୧୭/୧୦: ଗ୍ଲାମର ଦୁନିଆର ଚାକଚକ୍ୟ ପଛରେ ଲୁଚି ରହିଛି ଅନେକ ତିକ୍ତ ଅନୁଭୂତି। ବଲିଉଡ୍‌ରେ ସଫଳତା ପାଇବା ପାଇଁ ଅନେକ କଳାକାରଙ୍କୁ ବିଭିନ୍ନ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଥାଏ। ଏବେ ନିଜ କ୍ୟାରିୟରର ପ୍ରାରମ୍ଭିକ ସମୟର ଏକ ଅସହଜ କାଷ୍ଟିଂ ଅନୁଭୂତି ବଖାଣି ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ ସୋନାଲି କୁଲକର୍ଣ୍ଣୀ। ଏକ ସାକ୍ଷାତକାରରେ ସେ କହିଛନ୍ତି, ଏକ ଫିଲ୍ମର କାହାଣୀ ଶୁଣିବାକୁ ଯାଇ ତାଙ୍କୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା, ଯାହା ତାଙ୍କୁ ଅସହଜ କରିଦେଇଥିଲା।

ସୋନାଲିଙ୍କ କହିବା ଅନୁସାରେ, ଥରେ ତାଙ୍କ ସେକ୍ରେଟାରୀ ତାଙ୍କୁ ଜଣାଇଥିଲେ ଯେ ଜଣେ ନିର୍ଦ୍ଦେଶକ ତାଙ୍କୁ ଶାଢ଼ି ପିନ୍ଧି ଆସିବାକୁ କହିଛନ୍ତି। ଏହା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଥିଲେ। କାହାଣୀ ଶୁଣିବା ପାଇଁ ଶାଢ଼ି ପିନ୍ଧିବାର ଆବଶ୍ୟକତା କାହିଁକି ବୋଲି ମଧ୍ୟ ତାଙ୍କ ମନରେ ପ୍ରଶ୍ନ ଉଠିଥିଲା। ତଥାପି ସେ ନିର୍ଦ୍ଦେଶକଙ୍କ କଥା ଅନୁସାରେ ଏକ ବିଲ୍ଡିଂରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଏକ ଟେବୁଲ୍‌ ଓ ଦୁଇଟି ଚେୟାର ଥିବା ସାଧାରଣ ସେଟ୍‌ଅପ୍‌ ଦେଖାଯାଇଥିଲା। କାହାଣୀ ଶୁଣିବା ପାଇଁ ଭିତରକୁ ଯିବାକୁ କୁହାଯିବାରୁ ସେ ଏକ ନାରେସନ୍‌ ରୁମ୍‌ ଥିବ ବୋଲି ଭାବିଥିଲେ। କିନ୍ତୁ ଭିତରକୁ ଯିବା ପରେ ପରିସ୍ଥିତି ତାଙ୍କ ଆଶାଠାରୁ ଭିନ୍ନ ଥିଲା। କୋଠରୀଟି ଅନ୍ଧାର ଥିଲା ଏବଂ ସେଠାରେ କାହାଣୀ ଶୁଣିବା ପାଇଁ ଆବଶ୍ୟକ ବ୍ୟବସ୍ଥା ବଦଳରେ ଏକ ବିଛଣା ଥିବା ସେ କହିଛନ୍ତି। ଏହି ପରିସ୍ଥିତି ତାଙ୍କୁ ଅତ୍ୟନ୍ତ ଅସହଜ କରିଦେଇଥିଲା।

ପଢନ୍ତୁ ଏହି ଖବର: ୬୦ ବର୍ଷରେ ବାପା ହେବାକୁ ଚାହୁଁଛନ୍ତି ସଲମାନ ଖାନ! କହିଲେ ପିଲାଙ୍କ ବିନା ଭଲ ଲାଗୁନି

କିଛି ନକହି ସେଠାରୁ ଚାଲିଆସିଥିଲେ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୋନାଲି କହିଛନ୍ତି, ସେହି ସମୟରେ ସେ ନିର୍ଦ୍ଦେଶକଙ୍କୁ କିଛି କହିନଥିଲେ, ବରଂ ସେଠାରୁ ଚାଲିଆସିଥିଲେ। ପରେ ସେ ଜାଣିବାକୁ ପାଇଥିଲେ ଯେ ଫିଲ୍ମଟି ଅନ୍ୟ ଜଣେ ଅଭିନେତ୍ରୀଙ୍କୁ ନେଇ ନିର୍ମାଣ ହୋଇଥିଲା। ଏହି ଘଟଣାକୁ ମନେ ପକାଇ ସେ କହିଛନ୍ତି ଯେ ସେହି ନିର୍ଦ୍ଦେଶକଙ୍କ ସହ କାମ କରିଥିବା ଅନ୍ୟ କଳାକାରଙ୍କ ପାଇଁ ତାଙ୍କୁ ଖରାପ ଲାଗେ। ଏଥିସହ ନିଜ ଅନ୍ତର୍ଜ୍ଞାନ ଉପରେ ଭରସା କରିବା ଏବଂ କୌଣସି ପରିସ୍ଥିତିରେ ଅସହଜ ଅନୁଭବ କଲେ ନିଜ ସୁରକ୍ଷାକୁ ପ୍ରାଥମିକତା ଦେବା ଉଚିତ ବୋଲି ସେ ମତ ଦେଇଛନ୍ତି।

ବଲିଉଡ୍‌ରୁ ମରାଠୀ ସିନେମା ସୋନାଲିଙ୍କ ଦମ୍‌ଦାର ଯାତ୍ରା

ସୋନାଲି କୁଲକର୍ଣ୍ଣୀ ହିନ୍ଦୀ ସିନେମା ସହ ମରାଠୀ ଫିଲ୍ମ ଜଗତରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଦିଲ୍ ଚାହତା ହୈ, ମିଶନ୍ କାଶ୍ମୀର, ପ୍ୟାର୍ ତୁନେ କ୍ୟା କିୟା, ସିଙ୍ଘମ୍ ଓ ଚନ୍ଦୁ ଚ୍ୟାମ୍ପିଅନ୍ ଭଳି ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକଙ୍କ ନଜରକୁ ଆସିଛି। ସିନେମା ସହ ଟେଲିଭିଜନ୍‌ ଜଗତରେ ମଧ୍ୟ ସେ ନିଜର ସ୍ଥାନ ସୃଷ୍ଟି କରିଛନ୍ତି। ଗ୍ଲାମର ଦୁନିଆରେ ନାମ ଓ ପ୍ରତିଷ୍ଠା ଅର୍ଜନ କରିଥିବା ସୋନାଲିଙ୍କ ଏହି ଅନୁଭୂତି ପୁଣି ଥରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନୂଆ କଳାକାରମାନେ ସାମ୍ନା କରୁଥିବା ଚ୍ୟାଲେଞ୍ଜ ଏବଂ ବ୍ୟକ୍ତିଗତ ସୀମାକୁ ସମ୍ମାନ ଦେବାର ଗୁରୁତ୍ୱ ଉପରେ ଆଲୋଚନା ଆରମ୍ଭ କରିଛି।