Videos
|
National

Salman Khan Family / ଦୁଇ ପୁଅଙ୍କ ‘ବାପା’ ସାଜିଲେ ସଲମାନ, ପୂରା ହେଲା ପରିବାର !

Bikash Mohanty
Browse all articles by Bikash Mohanty
·1 hour ago·2 min read
ଦୁଇ ପୁଅଙ୍କ ‘ବାପା’ ସାଜିଲେ ସଲମାନ, ପୂରା ହେଲା ପରିବାର !
Salman khan

Key Points

ବାପା ହେଲେ ସଲମାନ ଖାନ୍ !

‘ମାତୃଭୂମି’ରେ ସଲମାନ ଦୁଇ ପୁଅଙ୍କ ବାପା ଭୂମିକାରେ
ଡିସେମ୍ବର ୪ରେ ରିଲିଜ୍ ହେବ ଚଳଚିତ୍ର ‘ମାତୃଭୂମି’


ମୁମ୍ବାଇ,୦୭/୧୧: ବଲିଉଡ୍ ଭାଇଜାନ୍ ସଲମାନ ଖାନ୍‌ଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ତେବେ ଏଥର କୌଣସି ଆକ୍ସନ୍ କିମ୍ବା ରୋମାନ୍ସ ପାଇଁ ନୁହେଁ, ବରଂ ତାଙ୍କର ଏକ ନିଆରା ପାରିବାରିକ ଅନ୍ଦାଜ ପ୍ରଶଂସକଙ୍କ ମନ ଜିଣିଛି। ଦୁଇ ପୁଅଙ୍କ ସହ ସଲମାନଙ୍କ ଫଟୋ ଦେଖି ଭାବୁକ ହୋଇପଡ଼ିଛନ୍ତି ଫ୍ୟାନ୍ସ। ଆଉ ସୋସିଆଲ ମିଡିଆରେ ଏହି ନୂଆ ପରିବାରକୁ ନେଇ ଜୋରଦାର ଚର୍ଚ୍ଚା।

ନଭେମ୍ବର ୬ ତାରିଖରେ ମୁମ୍ବାଇର ବାନ୍ଦ୍ରାଠାରେ ସଲମାନଙ୍କ ଆଗାମୀ ଫିଲ୍ମ ‘ମାତୃଭୂମି’ର ଟ୍ରେଲର ଲଞ୍ଚ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସଲମାନଙ୍କ ସହ ଫିଲ୍ମର ପୂରା ଟିମ୍ ଉପସ୍ଥିତ ଥିଲେ। ଫିଲ୍ମରେ ସଲମାନ ଦୁଇ ପୁଅଙ୍କ ବାପା ଭୂମିକାରେ ନଜର ଆସିବେ। ତାଙ୍କ ସହ ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂହ ମଧ୍ୟ ମାଆ ଭୂମିକାରେ ଅଭିନୟ କରିଛନ୍ତି।

ଦୁଇ ପୁଅଙ୍କ ବାପା ସାଜିଛନ୍ତି ସଲମାନ !

‘ମାତୃଭୂମି’ରେ ସଲମାନ ଖାନ ଦୁଇ ପୁଅଙ୍କ ବାପା ଭୂମିକାରେ ନଜର ଆସିବେ। ତାଙ୍କ ସହ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିଛନ୍ତି ଚିତ୍ରାଙ୍ଗଦା ସିଂହ। ଫିଲ୍ମରେ ଅଜାଇ ଅହଲୁୱାଲିଆ ଏବଂ ଇଭାର ଅହଲୁୱାଲିଆ ଦୁଇ ପୁଅଙ୍କ ଭୂମିକାରେ ଅଭିନୟ କରିଛନ୍ତି।

ପଢନ୍ତୁ ଏହି ଖବର: ୩୯ରେ ଦ୍ୱିତୀୟ ବିବାହ କରିବେ ସାନିଆ ! ଡେଟିଂର ଦେଲେ ହିଣ୍ଟ, ଯୁବରାଜଙ୍କ ସହ...

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟ୍ରେଲର ଲଞ୍ଚ କାର୍ଯ୍ୟକ୍ରମରେ ସଲମାନ ଉଭୟ ଶିଶୁ କଳାକାରଙ୍କୁ ସ୍ନେହର ସହ ମଞ୍ଚକୁ ଡାକିଥିଲେ। ଏହା ସହ ମଜାଳିଆ ଢଙ୍ଗରେ ନିଜକୁ ଏବଂ ଚିତ୍ରାଙ୍ଗଦାଙ୍କୁ ସେମାନଙ୍କର ପରଦାର ମାଆ ଓ ବାପା ବୋଲି ପରିଚୟ ଦେଇଥିଲେ। ପରେ ଚାରିଜଣ ଏକାଠି ଫଟୋ ଉଠାଇଥିଲେ। ଏହି ମୁହୂର୍ତ୍ତ ପ୍ରଶଂସକଙ୍କ ମନ ଜିଣିନେଇଛି।

କିଏ ଏହି ଦୁଇ ଶିଶୁ କଳାକାର?

ଅଜାଇ ଏବଂ ଇଭାର ହେଉଛନ୍ତି ଟେଲିଭିଜନ ଜଗତର ପରିଚିତ ଅଭିନେତା ଶବ୍ବୀର ଅହଲୁୱାଲିଆ ଓ ଅଭିନେତ୍ରୀ କାଞ୍ଚି କୌଲଙ୍କ ପୁଅ। ଏହି ଫିଲ୍ମ ଜରିଆରେ ଉଭୟ ଭାଇ ପ୍ରଥମ ଥର ପାଇଁ ବଡ଼ ପରଦାରେ ପାଦ ଥାପିବାକୁ ଯାଉଛନ୍ତି। ତେଣୁ ପରିବାର ପାଇଁ ଏହା ଏକ ବିଶେଷ ମୁହୂର୍ତ୍ତ। ଟ୍ରେଲର ଲଞ୍ଚ କାର୍ଯ୍ୟକ୍ରମରେ ମାଆ କାଞ୍ଚି ମଧ୍ୟ ନିଜ ପୁଅମାନଙ୍କୁ ନେଇ ବେଶ୍ ଖୁସି ଥିବା ନଜର ଆସିଥିଲେ।

ଡିସେମ୍ବର ୪ରେ ରିଲିଜ୍ ହେବ ‘ମାତୃଭୂମି’

ଏବେ ଦର୍ଶକଙ୍କ ଅପେକ୍ଷା ଫିଲ୍ମର ରିଲିଜ୍‌କୁ। ଡିସେମ୍ବର ୪, ୨୦୨୬ରେ ‘ମାତୃଭୂମି’ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ସଲମାନଙ୍କ ସହ ଏହି ଦୁଇ ନୂଆ ଶିଶୁ କଳାକାରଙ୍କ ଅଭିନୟ ଦର୍ଶକଙ୍କୁ କେତେ ଆକର୍ଷିତ କରିବ, ତାହା ଫିଲ୍ମ ରିଲିଜ୍ ପରେ ଜଣାପଡ଼ିବ।