Videos
|
National

Sania Reveals / ୩୯ରେ ଦ୍ୱିତୀୟ ବିବାହ କରିବେ ସାନିଆ ! ଡେଟିଂର ଦେଲେ ହିଣ୍ଟ, ଯୁବରାଜଙ୍କ ସହ...

Bikash Mohanty
Browse all articles by Bikash Mohanty
·1 hour ago·2 min read
୩୯ରେ ଦ୍ୱିତୀୟ ବିବାହ କରିବେ ସାନିଆ ! ଡେଟିଂର ଦେଲେ ହିଣ୍ଟ, ଯୁବରାଜଙ୍କ ସହ...
Sania Mirza

Key Points

ଦ୍ବୀତିୟ ବିବାହ କରିବେ ସାନିଆ !
୩୯ରେ ଦ୍ୱିତୀୟ ବିବାହ କରିବେ ସାନିଆ ମିର୍ଜା !
ମୋତେ କଫି ଡେଟ୍‌କୁ ନୁହେଁ, ପୁଅଙ୍କ ଟ୍ରିପ୍‌କୁ ଡାକନ୍ତି
ପୂର୍ବତନ ଟେନିସ ତାରକା ସାନିଆ ମିର୍ଜା 
ନୂଆଦିଲ୍ଲୀ,୦୬/୧୧: ୩୯ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବେ କି ପୁର୍ବ ଟେନିସ ଷ୍ଟାର  ସାନିଆ ମିର୍ଜା  ! ନିଜ  ଡେଟିଂର ଦେଲେ ବଡ଼ ହିଣ୍ଟ, କହିଲେ ମୋତେ ମୋ ବଏ ଫ୍ରେଣ୍ଟ ମାନେ କଫି ଡେଟ୍‌କୁ ନୁହେଁ ବରଂ  ପୁଅଙ୍କ ଟ୍ରିପ୍‌କୁ ଡାକନ୍ତି। ନିଜ ସିଙ୍ଗଲ୍ ଲାଇଫ୍‌କୁ ନେଇ କହିଲେ ସାନିଆ।

ପୁଣି ଚର୍ଚ୍ଚାରେ ପୂର୍ବତନ ଟେନିସ୍ ଷ୍ଟାର୍ ସାନିଆ ମିର୍ଜା। ନିଜ ଖେଳ ପାଇଁ ଯେତିକି ଚର୍ଚ୍ଚାରେ ରହିଛନ୍ତି, ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ସାଉଁଟିଛନ୍ତି ସାନିଆ। ନିକଟରେ ଫିଲ୍ମ ନିର୍ମାତା ତଥା ତାଙ୍କ ଘନିଷ୍ଠ ବନ୍ଧୁ ଫାରାହ ଖାନଙ୍କ ସହ ନେହା ଧୂପିଆ ଓ ଅଙ୍ଗଦ ବେଦୀଙ୍କ ଶୋ’ ‘ଡବଲ୍ ଡେଟ୍‌’ରେ ନଜର ଆସିଥିଲେ ସାନିଆ। ଏହି ଶୋ’ରେ ନିଜ ସିଙ୍ଗଲ୍ ଲାଇଫ୍ ଓ ପୁରୁଷ ବନ୍ଧୁଙ୍କ ସହ ସମ୍ପର୍କକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି ସେ।

ଶୋ’ରେ ସାନିଆ କହିଥିଲେ ଯେ ସେ ଏବେ ଅବିବାହିତ ଏବଂ ନିଜ ଜୀବନରେ କୌଣସି ଖାସ୍ ବ୍ୟକ୍ତିଙ୍କ ଅଭାବ ଅନୁଭବ କରୁନାହାନ୍ତି। ତାଙ୍କର କିଛି ପୁରୁଷ ବନ୍ଧୁ ତାଙ୍କୁ ଡେଟ୍‌କୁ ନେବା ପରିବର୍ତ୍ତେ ପୁଅମାନଙ୍କ ଟ୍ରିପ୍‌ରେ ସାମିଲ କରନ୍ତି ବୋଲି ମଜାଳିଆ ଢଙ୍ଗରେ କହିଥିଲେ ସାନିଆ। ଏହି କଥାବାର୍ତ୍ତା ମଧ୍ୟରେ ସାନିଆ ଯୁବରାଜ ସିଂହ ଓ ଅଙ୍ଗଦ ବେଦୀଙ୍କ ନାଁ ମଧ୍ୟ ନେଇଥିଲେ। ତାଙ୍କ କହିବା ଅନୁସାରେ, ଏହି ବନ୍ଧୁମାନଙ୍କ ସହ ତାଙ୍କର ଏକ ଭାଇ ଭଳି ସମ୍ପର୍କ ରହିଛି।

ପଢନ୍ତୁ ଏହି ଖବର: ଟଙ୍କା ପାଇଁ ଯୁବ ବ୍ୟବସାୟୀଙ୍କୁ ନିର୍ଯାତନା ! ଲିପଷ୍ଟିକ୍ ଲଗାଇ ନାଚିବାକୁ ବାଧ୍ୟ କରୁଥିଲେ ଶ୍ରଦ୍ଧା !

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସାନିଆଙ୍କ ସିଙ୍ଗଲ୍ ଲାଇଫ୍‌କୁ ନେଇ ଫାରାହଙ୍କ ମନ୍ତବ୍ୟ

ଫାରାହ ଖାନ ମଧ୍ୟ ଶୋ’ରେ ଏକ ମଜାଦାର କଥା କହିଥିଲେ। ତାଙ୍କ ପୁରୁଷ ବନ୍ଧୁମାନେ ତାଙ୍କୁ ଫୋନ୍ କରି ସାନିଆ ମିର୍ଜା ଅବିବାହିତ କି ନାହିଁ ବୋଲି ପଚାରନ୍ତି। ଏହାର ଉତ୍ତରରେ ସାନିଆ ନିଜକୁ ସିଙ୍ଗଲ୍ ବୋଲି ସ୍ପଷ୍ଟ କରିଥିଲେ। ଏହାପରେ ଫାରାହ ସାନିଆଙ୍କୁ ପଚାରିଥିଲେ ଯେ ସେ କ’ଣ ଜଣେ ପୁରୁଷଙ୍କ ସହ କିଛି ସୁନ୍ଦର ମୁହୂର୍ତ୍ତ ବିତାଇବାକୁ ଚାହୁଁନାହାନ୍ତି? ଏହାର ଜବାବରେ ଫାରାହ ମଜାଳିଆ ଢଙ୍ଗରେ କହିଥିଲେ, “ତୁମେ କେମିତି ଜାଣିଲ ଯେ ସେ ନିଜ ଜୀବନକୁ ଉପଭୋଗ କରୁନାହାନ୍ତି?” ଫାରାହଙ୍କ ଏହି ମନ୍ତବ୍ୟକୁ ସାନିଆ ମଧ୍ୟ ସମର୍ଥନ କରିଥିଲେ।

ସୋଏବ ମଲିକଙ୍କଠାରୁ ଅଲଗା ହେବା ପରେ ସିଙ୍ଗଲ୍ ସାନିଆ

ସାନିଆ ମିର୍ଜା ୨୦୧୦ ମସିହାରେ ପାକିସ୍ତାନୀ କ୍ରିକେଟର୍ ସୋଏବ ମଲିକଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକ ପୁଅ ଅଛି। ୨୦୨୪ ମସିହାରେ ସୋଏବ ମଲିକ ସାନା ଜାଭେଦଙ୍କୁ ବିବାହ କରିବା ପରେ ସାନିଆ ଓ ସୋଏବଙ୍କ ସମ୍ପର୍କ ଭାଙ୍ଗିବା ଖବର ସାମ୍ନାକୁ ଆସିଥିଲା। ତେବେ ଏବେ ସାନିଆ ନିଜ ଜୀବନକୁ ନିଜ ଢଙ୍ଗରେ ଉପଭୋଗ କରୁଥିବା କଥା ଶୋ’ରେ କହିଛନ୍ତି।