Salman Wants to Be a Father / ୬୦ ବର୍ଷରେ ବାପା ହେବାକୁ ଚାହୁଁଛନ୍ତି ସଲମାନ ଖାନ! କହିଲେ ପିଲାଙ୍କ ବିନା ଭଲ ଲାଗୁନି
·1 hour ago·2 min read

Key Points
୬୦ ବର୍ଷରେ ବାପା ହେବାକୁ ଚାହୁଁଛନ୍ତି ସଲମାନ ଖାନ!
କହିଲେ ପିଲାଙ୍କ ବିନା ଭଲ ଲାଗୁନି
ବଲିଉଡର ଭାଇଜାନ୍ ସଲମାନ ଖାନ
କହିଲେ ପିଲାଙ୍କ ବିନା ଭଲ ଲାଗୁନି
ବଲିଉଡର ଭାଇଜାନ୍ ସଲମାନ ଖାନ
ମୁମ୍ବାଇ,୧୪/୧୦: ୬୦ ବର୍ଷ ବୟସରେ ବାପା ହେବାକୁ ଇଚ୍ଛା! ବଲିଉଡର ଭାଇଜାନ୍ ସଲମାନ ଖାନଙ୍କ ମନର କଥା ଏବେ ଚର୍ଚ୍ଚାରେ। ବର୍ଷ ବର୍ଷ ଧରି ଗୋଟିଏ ପ୍ରଶ୍ନ କାହିଁକି ବିବାହ କରିନାହାନ୍ତି ସଲମାନ? ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମୁହଁ ଖୋଲିଛନ୍ତି ସଲମାନ। ନିଜର ସନ୍ତାନ ହେବାର ଇଚ୍ଛା ପ୍ରକାଶ କରି ସେ ଦେଇଛନ୍ତି ନୂଆ ଚର୍ଚ୍ଚାକୁ ଖୋରାକ୍। ତେବେ କ’ଣ କହିଛନ୍ତି ଭାଇଜାନ୍ ?
ବଲିଉଡ୍ର ଦବଙ୍ଗ ଖାନ୍ ସଲମାନ ଖାନ୍ଙ୍କ ଷ୍ଟାରଡମ୍ ଯେତିକି ଦମ୍ଦାର, ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ମଧ୍ୟ ସେତିକି ରୋଚକ। ୬୦ ବର୍ଷ ବୟସରେ ପାଦ ଥାପିବାକୁ ଯାଉଥିବା ଭାଇଜାନ୍ଙ୍କ ବିବାହକୁ ନେଇ ବର୍ଷ ବର୍ଷ ଧରି ପ୍ରଶଂସକଙ୍କ ମନରେ ରହିଛି ଅନେକ ପ୍ରଶ୍ନ। କେବେ ବିବାହ କରିବେ ସଲମାନ? କାହିଁକି ଏପର୍ଯ୍ୟନ୍ତ ସିଙ୍ଗଲ୍ ରହିଛନ୍ତି ସୁପରଷ୍ଟାର? ଏହିସବୁ ପ୍ରଶ୍ନ ଭିତରେ ଏବେ ତାଙ୍କର ବାପା ହେବାର ଇଚ୍ଛାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ରିପୋର୍ଟ ଅନୁସାରେ, ଲୋକପ୍ରିୟ ଚାଟ୍ ଶୋ’ ‘କଫି ୱିଥ୍ କରଣ’ର ନବମ ସିଜିନ୍କୁ ନେଇ ସଲମାନଙ୍କ ନାଁ ଚର୍ଚ୍ଚାରେ ରହିଛି। ଶୋ’ରେ କରଣ ଜୋହରଙ୍କ ସହ କଥାବାର୍ତ୍ତା ସମୟରେ ସଲମାନ ନିଜର ସନ୍ତାନ ହେବାର ଇଚ୍ଛା ପ୍ରକାଶ କରିଥିବା ଦାବି କରାଯାଉଛି। ତେବେ ଏହି ଖବରର ସଠିକତା ଓ ଶୋ’ର ଏପିସୋଡ୍ ସମ୍ପର୍କିତ ବିବରଣୀ ସ୍ପଷ୍ଟ ହେବା ବାକି ରହିଛି। ସଲମାନଙ୍କ ଭାଇ-ଭଉଣୀଙ୍କ ପିଲାମାନଙ୍କ ସହ ତାଙ୍କର ସମ୍ପର୍କ ବେଶ୍ ନିବିଡ଼। ପରିବାର ସହ ସମୟ ବିତାଇବା ଏବଂ ପିଲାମାନଙ୍କ ସହ ମଜାମସ୍ତି କରିବାର ଅନେକ ମୁହୂର୍ତ୍ତ ତାଙ୍କୁ ଚର୍ଚ୍ଚାକୁ ଆଣିଥାଏ। ଏଭଳି ସ୍ଥିତିରେ ନିଜର ସନ୍ତାନ ହେବାର ଇଚ୍ଛା ସମ୍ପର୍କିତ ଖବର ତାଙ୍କ ପ୍ରଶଂସକଙ୍କ ଉତ୍ସୁକତାକୁ ଆହୁରି ବଢ଼ାଇ ଦେଇଛି।
ପଢନ୍ତୁ ଏହି ଖବର: ରାଣୀ ମହୁମାଛି ରାକେଟ୍ର ପର୍ଦ୍ଦାଫାସ୍! ହୋଟେଲରୁ ଉଦ୍ଧାର ହେଲେ ଅଭିନେତ୍ରୀ
ଅନ୍ୟପଟେ, ସଲମାନଙ୍କ ବିବାହକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚା ମଧ୍ୟରେ ଏହି ଖବର ଏକ ନୂଆ ମୋଡ଼ ଆଣିଛି। ବିବାହ ନକରି ମଧ୍ୟ ବାପା ହେବାର ଇଚ୍ଛା ତାଙ୍କ ମନରେ ରହିଛି କି? ଏହାକୁ ନେଇ ଫ୍ୟାନ୍ମାନେ ନାନା ପ୍ରଶ୍ନ ଉଠାଉଛନ୍ତି। ତେବେ ସଲମାନ ନିଜେ ଏନେଇ ସ୍ପଷ୍ଟ ଭାବେ କ’ଣ କହିଛନ୍ତି, ତାହା ନିଶ୍ଚିତ ହେବା ଜରୁରୀ। ସବୁଠାରୁ ବଡ଼ କଥା ହେଉଛି, ପରଦାରେ ଆକ୍ସନ୍ ଓ ରୋମାନ୍ସରେ ଦର୍ଶକଙ୍କ ହୃଦୟ ଜିତୁଥିବା ଭାଇଜାନ୍ଙ୍କ ବ୍ୟକ୍ତିଗତ ଜୀବନ ଆଜି ବି ଏକ ରହସ୍ୟ ହୋଇ ରହିଛି। ତାଙ୍କର ଆଗାମୀ ଖୁଲାସାକୁ ନେଇ ବଲିଉଡ୍ ମହଲରୁ ଆରମ୍ଭ କରି ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories