Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

 ସଲମାନ ଖାନ ପିନ୍ଧିଥିବା ପ୍ୟାଣ୍ଟକୁ ନେଇ ଚର୍ଚ୍ଚା 

Manini Pattanayak
Browse all articles by Manini Pattanayak
·2 years ago·1 min read
 ସଲମାନ ଖାନ ପିନ୍ଧିଥିବା ପ୍ୟାଣ୍ଟକୁ ନେଇ ଚର୍ଚ୍ଚା 

ନୂଆଦିଲ୍ଲୀ:  ଚର୍ଚ୍ଚାକୁ ଆସିବାକୁ ହେଲେ  ସଲମାନ ଖାନଙ୍କୁ କିଛି କରିବାକୁ ପଡେନି।  ତାଙ୍କର  ଗୋଟିଏ ଗୋଟିଏ  ଅଙ୍ଗଭଙ୍ଗୀ, ତାଙ୍କର ଟିକିଏ ଝଲକ ଆପେ ଆପେ  ଖବରକୁ ଆସିଯାଇଥାଏ। କେବେ  ନିଜ ବ୍ରେସଲେଟ୍‌ ପାଇଁ କେବେ ନିଜ ଜୋତା ପାଇଁ  ଆଉ କେବେ ନିଜ ହେୟାର ଷ୍ଟାଇଲ୍‌   ପାଇଁ  ଚର୍ଚ୍ଚାକୁ ଆସିଥାନ୍ତି ବଲିଉଡ୍‌ର  ସଲ୍ଲୁ ଭାଇ। ମୁମ୍ବାଇରେ ସଂଜୟ ଲିଲା ଭନଶାଲୀଙ୍କ ଓ୍ୱେବ ସିରିଜ ହୀରାମଣ୍ଡିରର ପ୍ରମିୟରରେ ସଲମାନଙ୍କୁ  ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା ।

ସଲମାନ ଖାନ ଗୋଟିଏ ପ୍ରିଣ୍ଟେଡ ପ୍ୟାଣ୍ଟ ପିନ୍ଧି  ଚର୍ଚ୍ଚାକୁ ଆସିଛନ୍ତି।  ସଳମାନ ପିନ୍ଧିଥିବା ପ୍ୟାଣ୍ଟ ଟି ଜାପାନ ସହ କନେକ୍ଟ ଥିବା କୁହାଯାଉଛି। ପ୍ୟାଣ୍ଟରେ ଥିବା କାର୍ଟୁନ ଏନିମେଶନସ ଦୁନିଆର ଷ୍ଟାର । ରଙ୍ଗିନ୍‌ ର  ପ୍ୟାଣ୍ଟ ଉପରେ  ସଲମାନ ଏକ ବ୍ଲାକ ରଙ୍ଗର ସାର୍ଟ ପିନ୍ଧିଥିଲେ ।  ତାଙ୍କର ଏହି ପ୍ୟାଣ୍ଟରେ ପପ କଲଚର   ସ୍ପଷ୍ଟ  ଦେଖାଯାଉଥିଲା।   ଫିଲ୍ମର ପ୍ରମିୟର ରାଜକୀୟ ଥିବା ବେଳେ ଏଠାରେ ବଡରୁ ବଡ ସେଲିବ୍ରିଟ ଭିନ୍ନ ଲୁକରେ ନଜର  ଆସିଥିଲେ । ଆଲିଆ ଭଟ୍ଟ କୁର୍ତ୍ତା ଓ ସରାରା  ପିନ୍ଧିଥିବା ବେଳେ ରଶ୍ମିକା ମନ୍ଦନା ସୁନ୍ଦର ଅନାରକଲିରେ ନଜରରେ ଆସିଥିଲେ । ଅନ୍ୟ ଷ୍ଟାର ମାନେ ମଧ୍ୟ ଭିନ୍ନ ଭିନ୍ନ ଲୁକରେ  ନଜର  ଆସିଥିଲେ ।  କିନ୍ତୁ ଏସବୁ ଭିତରେ ସଲମାନଙ୍କ ଲୁକ ସବୁଠୁ ନିଆରା ଥିଲା । ସଲମାନଙ୍କ ପ୍ୟାଣ୍ଟ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ।  

 ଅଧିକ ପଢନ୍ତୁ  ମନୋରଞ୍ଜନ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Salman's striking pants featured Anime characters in multiple colours | Argus News