Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

IIM  ସମ୍ୱଲପୁର କ୍ୟାମ୍ପସର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ, ସୁରକ୍ଷା ବ୍ୟବସ୍ଥା କଡାକଡି

Banajyotshna Ray
Browse all articles by Banajyotshna Ray
·2 years ago·1 min read
IIM  ସମ୍ୱଲପୁର କ୍ୟାମ୍ପସର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ, ସୁରକ୍ଷା ବ୍ୟବସ୍ଥା କଡାକଡି

ଅର୍ଗସ ବ୍ୟୁରୋ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମ୍ବଲପୁର ମାଟିରୁ ନିର୍ବାଚନୀ ବିଗୁଲ ବଜାଇବେ ମୋଦି। ପ୍ରାୟ ୪ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ IIM  ସମ୍ୱଲପୁର କ୍ୟାମ୍ପସର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ଏଥିସହ ଓଡିଶାରେ ୬୮ ହଜାର କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ପ୍ରକଳ୍ପଗୁଡିକର ଉଦଘାଟନ ଓ ଶିଳାନ୍ୟାସ କରିବେ ମୋଦି । ବିଭିନ୍ନ ରେଳ ଭିତ୍ତିଭୂମି ପ୍ରକଳ୍ପ, ଜାତୀୟ ରାଜପଥ, ଶକ୍ତି, ପେଟ୍ରୋଲିୟମ ଓ ଅନେକ ପ୍ରକଳ୍ପ ସହ ଝାରସୁଗୁଡା ମୁଖ୍ୟ ଡାକଘର ଐତିହ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ।

ତେବେ ପ୍ରଧାନମନ୍ତ୍ରୀଙ୍କ ସମ୍ୱଲପୁର ଗସ୍ତ ପାଇଁ ଜିଲ୍ଲାଂ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୭୦ ପ୍ଲାଟୁନ ଫୋର୍ସ ସହ ସୁରକ୍ଷା ଦାୟିତ୍ୱରେ ରହିବେ ୨୫୦ ପୋଲିସ ଅଫିସର। ଶୁକ୍ରବାର ସମ୍ୱଲପୁର ଏସପି, ପୋଲିସ ଡିଜି, ଆଇଜି, ଉତ୍ତରାଞ୍ଚଳ ଡିଆଇଜି ପ୍ରମୁଖ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି।

ଅପରାହ୍ନରେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସମ୍ୱଲପୁର ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ପ୍ରାୟ ୪ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ IIM  ସମ୍ୱଲପୁର କ୍ୟାମ୍ପସର ଲୋକାର୍ପଣ କରିବେ ମୋଦି। ୩ ବର୍ଷ ତଳେ କୋଭିଡ୍‌ ସମୟରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Sponsored
Sambalpur Under Tight Security For PM Modi’s Visit | Argus News