Sanjay Ghemawat / ୨୭ ବର୍ଷ ଗୁଗଲରେ ରାଜ….ଏବେ ନିଜ AI କମ୍ପାନୀ ଖୋଲି ଟକ୍କର ଦେବେ କୋଟାର ସଞ୍ଜୟ
·2 weeks ago·2 min read

Key Points
ଗୁଗଲର ଚାରି ଜଣ ପ୍ରମୁଖ ବୈଜ୍ଞାନିକଙ୍କ ଇସ୍ତଫାକୁ ନେଇ ଏଆଇ ଜଗତ ବର୍ତ୍ତମାନ ଚର୍ଚ୍ଚାରେ ଅଛି
ଗୁଗଲର ଚାରି ଜଣ ପ୍ରମୁଖ ବୈଜ୍ଞାନିକଙ୍କ ଇସ୍ତଫାକୁ ନେଇ ଏଆଇ ଜଗତ ବର୍ତ୍ତମାନ ଚର୍ଚ୍ଚାରେ ଅଛି। କିନ୍ତୁ ସେମାନଙ୍କ ମଧ୍ୟରୁ ଗୋଟିଏ ନାମ ମୁଖ୍ୟ ଖବର ପାଲଟିଛି। ସେ ହେଲେ ସଞ୍ଜୟ ଘେମାୱତ। ରାଜସ୍ଥାନର କୋଟାରେ ଜନ୍ମଗ୍ରହଣ କରିଥିବା ସଞ୍ଜୟ ପାଖାପାଖି ୨୭ବର୍ଷ ଗୁଗଲରେ ଅତିବାହିତ କରିଥିଲେ। ଆଉ ଏମିତି ଜ୍ଞାନକୌଶଳ ଉଦ୍ଭାବନ କରିଥିଲେ ଯାହା ଆଜି ସମସ୍ତଙ୍କର ବେଶ କାମରେ ଲାଗୁଛି। ସେ ନଥିଲେ ଲୋକେ ଆଜି ବହୁମାତ୍ରାରେ ହଇରାଣ ହୋଇଥାଆନ୍ତେ। ତାଙ୍କ ବିନା ଆଜି ଗୁଗଲ ସର୍ଚ୍ଚ, ଜିମେଲ, ଜେମିନି ଏବଂ କ୍ଲାଉଡ ଭଳି ସର୍ଭିସ ଗୁଡ଼ିକୁ କଳ୍ପନା କରିବା କଷ୍ଟ। ବର୍ତ୍ତମାନ, ସେ ପୂର୍ବତନ ଗୁଗୁଲ ବୈଜ୍ଞାନିକମାନଙ୍କ ସହିତ ମିଶି ଏକ ନୂତନ ଏଆଇ କମ୍ପାନୀ, ଡିସ୍କଭରୀ ଲୁପ୍ ଲଞ୍ଚ କରିଛନ୍ତି।
ସଞ୍ଜୟ ଘେମାୱତ ୧୯୯୯ ମସିହାରେ ଗୁଗୁଲରେ କାମ ଆରମ୍ଭ କରିଥିଲେ। ସେତେବେଳେ କମ୍ପାନୀଟି ବହୁତ ଛୋଟ ଥିଲା। ପରବର୍ତ୍ତୀ ଦୁଇ ଦଶନ୍ଧି ଧରି ସେ ଗୁଗଲର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ପ୍ରଣାଳୀ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ଯେଉଁଥିରେ ଗୁଗଲ ଫାଇଲ ସିଷ୍ଟମ, ମ୍ୟାପରିଡ୍ୟୁସ ବିଗଟେବୁଲ ଏବଂ ଟେନସରପ୍ଲୋନ ଭଳି ପ୍ରଯୁକ୍ତିବିଦ୍ୟା ଅନ୍ତର୍ଭୁକ୍ତ। ଏହି ସିଷ୍ଟମ ଗୁଡ଼ିକ ପରେ ଗୁଗଲ ସର୍ଚ୍ଚ, ୟୁଟ୍ୟୁବ, ଜିମେଲ, ଗୁଗଲ କ୍ଲାଉଡ ଏବଂ ଏଆଇ ମଡେଲ ପାଇଁ ମୂଳଦୁଆ ପାଲଟିଥିଲା।
ଏହାସହ ପଢ଼ନ୍ତୁ: ଆଧାରରେ ନାଁ ୨ ଥର ବଦଳିଗଲା ? ୩ୟ ଥର କିପରି ବଦଳାଇବେ ଜାଣନ୍ତୁ...
ସଞ୍ଜୟଙ୍କ କାହାଣୀ ମଧ୍ୟ ସ୍ୱତନ୍ତ୍ର କାରଣ ସେ ତାଙ୍କ ପିଲାଦିନ ରାଜସ୍ଥାନର କୋଟାରେ ବିତାଇଥିଲେ। ପରେ ସେ ଆମେରିକାର MITରୁ କମ୍ପ୍ୟୁଟର ବିଜ୍ଞାନରେ ପିଏଚଡି ଡିଗ୍ରୀ ହାସଲ କରିଥିଲେ। ଗୁଗୁଲରେ ଯୋଗଦେବା ପୂର୍ବରୁ ସେ DEC ସିଷ୍ଟମ ରିସର୍ଚ୍ଚ ସେଣ୍ଟରରେ ଜଣେ ଗବେଷକ ଥିଲେ। ଗୁଗୁଲରେ ଯୋଗଦେବା ପରେ, ତାଙ୍କର ଧ୍ୟାନ ବଡ଼ ପରିମାଣର ଡାଟା ପ୍ରକ୍ରିୟାକରଣ ଏବଂ କମ୍ପ୍ୟୁଟିଂ ଉପରେ ଥିଲା। ଏହି ଅଭିଜ୍ଞତା ପରେ AI ମଡେଲଗୁଡ଼ିକୁ ତାଲିମ ଦେବା ପାଇଁ ବ୍ୟବହୃତ କୌଶଳ ବିକାଶ କରିବାରେ ଉପଯୋଗୀ ହୋଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗୁଗଲ ସହିତ ଜେଫ ଡିନ ଏବଂ ସଞ୍ଜୟ ଘେମାବତଙ୍କ ଯୋଡି ପୁରା ଇଣ୍ଡଷ୍ଟ୍ରୀରେ ହଇଚଇ ସୃଷ୍ଟି କରିଛି। ଉଭୟ ମିଳିକି ଏମିତି ଟେକନିକ ଲଞ୍ଚ କରିଛନ୍ତି ଯାହା ବର୍ତ୍ତମାନ ବିଶ୍ୱବ୍ୟାପୀ କମ୍ପାନୀଗୁଡ଼ିକ ଦ୍ୱାରା ବ୍ୟବହୃତ ହୁଏ କିମ୍ବା ସେମାନେ ତିଆରି କରିଥିବା ସିଷ୍ଟମ ଦ୍ୱାରା ଅନୁପ୍ରାଣିତ କରୁଛି। ଟେନ୍ସରଫ୍ଲୋ ଠାରୁ ବଡ଼ AI ମଡେଲଗୁଡ଼ିକୁ ତାଲିମ ଦେବା ପର୍ଯ୍ୟନ୍ତ, ସେମାନଙ୍କର ଅବଦାନ ଦୀର୍ଘ ଦିନ ଧରି Google ର AI ରଣନୀତିର ଏକ ଅଂଶ ହୋଇଆସିଛି।
ଏବେ, ଏହି ସମାନ ଦଳ ଡିସ୍କଭରି ଲୁପ୍ ନାମକ ଏକ ନୂତନ AI ଷ୍ଟାର୍ଟଅପ୍ ସୃଷ୍ଟି କରୁଛି। କମ୍ପାନୀର ଲକ୍ଷ୍ୟ କେବଳ ଆଉ ଏକ AI ଚାଟବଟ୍ ସୃଷ୍ଟି କରିବା ନୁହେଁ। ଏହାର ଧ୍ୟାନ ଏପରି AI ସିଷ୍ଟମ ବିକାଶ କରିବା ଉପରେ ରହିଛି ଯାହା ବୈଜ୍ଞାନିକ ଗବେଷଣା, ଇଞ୍ଜିନିୟରିଂ, ଔଷଧ ଆବିଷ୍କାର, ଚିପ୍ ଡିଜାଇନ୍ ଏବଂ ମେସିନ୍ ଲର୍ଣ୍ଣିଂ ଭଳି ଜଟିଳ କାର୍ଯ୍ୟଗୁଡ଼ିକୁ ମୁଖ୍ୟତଃ ସ୍ବୟଂଚାଳିତ କରିପାରିବ। କମ୍ପାନୀ ଦାବି କରିଛି ଯେ AI କେବଳ ପ୍ରଶ୍ନର ଉତ୍ତର ଦେବା ପର୍ଯ୍ୟନ୍ତ ସୀମିତ ରହିବ ନାହିଁ, ବରଂ ନୂତନ ଆବିଷ୍କାରକୁ ଚଳାଇବାରେ ମଧ୍ୟ ସାହାଯ୍ୟ କରିବ।

Related Topics
Explore more stories