Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସଞ୍ଜୟ ମାଲହୋତ୍ରା ହେଲେ RBIର ନୂଆ ଗଭର୍ଣ୍ଣର

Swayangprajna Mishra
Browse all articles by Swayangprajna Mishra
·1 year ago
ସଞ୍ଜୟ ମାଲହୋତ୍ରା ହେଲେ RBIର ନୂଆ ଗଭର୍ଣ୍ଣର

ଅର୍ଗସ ବ୍ୟୁରୋ : ସଞ୍ଜୟ ମାଲହୋତ୍ରା ହେଲେ RBIର ନୂଆ ଗଭର୍ଣ୍ଣର । କେନ୍ଦ୍ର ରାଜସ୍ବ ସଚିବ ଅଛନ୍ତି ସଞ୍ଜୀବ ମାଲହୋତ୍ରା । ୧୧ ତାରିଖରୁ ସେ ନୂତନ ଦାୟିତ୍ବଭାର ଗ୍ରହଣ କରିବେ । ୩ ବର୍ଷ ପାଇଁ ତାଙ୍କୁ ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତି ଦିଆଯାଇଛି । ଶକ୍ତିକାନ୍ତ ଦାସଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିବେ ସଞ୍ଜୟ ।  

୧୯୯୦ ବ୍ୟାଚ୍ ଆଇଏଏସ କ୍ୟାଡେଡ ହେଉଛନ୍ତି ସଞ୍ଜୟ । ସେ କାନପୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରେ କମ୍ପ୍ୟୁଟର ସାଇନ୍ସରେ ସ୍ନାତକ କରିଥିଲେ । ଏବଂ ଆମେରିକା ପ୍ରିନ୍ସଟନ୍ ୟୁନିଭର୍ସିଟିରେ ପବ୍ଲିକ ପଲିସିରେ ମାଷ୍ଟର୍ସ କରିଥିଲେ । ନିଜର ୩୩ ବର୍ଷର କ୍ୟାରିଅରରେ ସେ ଶକ୍ତି, ଅର୍ଥ, ଟିକସ, ସୂଚନା ପ୍ଯୁକ୍ତିବିଦ୍ୟା, ଖଣି ଇତ୍ୟାଦି କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଛନ୍ତି । 

 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sanjay Malhotra is the new Governor of RBI | Argus News