Sanju Samson / UPSC ପ୍ରସ୍ତୁତି ପାଇଁ ୧୦୦୦ ଯୁବକ-ଯୁବତୀଙ୍କୁ ସ୍କଲାରସିପ୍ ଦେବେ ସଞ୍ଜୁ ସାମସନ
·12 mins ago·2 min read

Key Points
ସଞ୍ଜୁ ସାମସନଙ୍କ ନିଆରା ପ୍ରୟାସ । ଭାରତୀୟ କ୍ରିକେଟର ସଞ୍ଜୁ ସାମସନଙ୍କ ଫାଉଣ୍ଡେସନ୍ ଏବେ UPSC ଆଶାୟୀଙ୍କୁ ସହାୟତା କରିବ । ଏଥିପାଇଁ ଲିଡ୍ IAS ଏକାଡେମୀ ସହ ହାତ ମିଳାଇଛି ସଞ୍ଜୁ ସାମସନ ଫାଉଣ୍ଡେସନ୍ ।
ନୂଆଦିଲ୍ଲୀ: ଅଫିସର୍ ଗଢ଼ିବାକୁ ଆଗେଇ ଆସିଲେ କ୍ରିକେଟର୍ । ସଞ୍ଜୁ ସାମସନଙ୍କ ନିଆରା ପ୍ରୟାସ । ଭାରତୀୟ କ୍ରିକେଟର ସଞ୍ଜୁ ସାମସନଙ୍କ ଫାଉଣ୍ଡେସନ୍ ଏବେ UPSC ଆଶାୟୀଙ୍କୁ ସହାୟତା କରିବ । ଏଥିପାଇଁ ଲିଡ୍ IAS ଏକାଡେମୀ ସହ ହାତ ମିଳାଇଛି ସଞ୍ଜୁ ସାମସନ ଫାଉଣ୍ଡେସନ୍ ।
ସଞ୍ଜୁ ସାମସନଙ୍କ ଫାଉଣ୍ଡେସନ୍ ୧,୦୦୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ UPSC ସିଭିଲ୍ ସର୍ଭିସ୍ ପ୍ରସ୍ତୁତି ସ୍କଲାରସିପ୍ ଘୋଷଣା କରିଛି । ଲିଡ୍ ଇଣ୍ଡିଆ ସମିଟ୍ରେ ଏହି ଘୋଷଣା କରିଛି ସଞ୍ଜୁ ସାମସନ ଫାଉଣ୍ଡେସନ୍ ।
ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଆର୍ଥିକ ସମସ୍ୟା ଯୋଗୁଁ ଭଲ ପଢ଼ୁଥିବା ଯୁବକ-ଯୁବତୀଙ୍କ UPSC ପ୍ରସ୍ତୁତି ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ସହାୟତା ଦେବା । ସ୍କଲାରସିପ୍ ପାଇଥିବା ପ୍ରାର୍ଥୀଙ୍କୁ କେବଳ ପଢ଼ା ନୁହେଁ, ମେଣ୍ଟରସିପ୍ ଓ ପର୍ସନାଲିଟି ଡେଭଲପମେଣ୍ଟର ତାଲିମ୍ ମଧ୍ୟ ଦିଆଯିବ ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ IAS, IPS ଓ IFS ଅଧିକାରୀମାନେ ମଧ୍ୟ ପ୍ରାର୍ଥୀଙ୍କୁ ମାର୍ଗଦର୍ଶନ ଦେବେ । ଏଥିରେ କେରଳର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଋଷିରାଜ ସିଂହ, ପୂର୍ବତନ CBI ଯୁଗ୍ମ ନିର୍ଦ୍ଦେଶକ ଭି.ଭି. ଲକ୍ଷ୍ମୀ ନାରାୟଣ, ପୂର୍ବତନ ସ୍କୁଲ୍ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଅନୀଲ ସ୍ୱରୂପ ଏବଂ ପୂର୍ବତନ ରାଷ୍ଟ୍ରଦୂତ ଟି.ପି. ଶ୍ରୀନିବାସନଙ୍କ ମାର୍ଗଦର୍ଶନ ରହିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ହକିରେ ଭାରତର ଝିଅଙ୍କ ଜଲୱା, ପାକିସ୍ତାନ ବିରୋଧରେ ୧୯-୦ର ବଡ଼ ବିଜୟ
ସଞ୍ଜୁ ସାମସନଙ୍କ ଜନ୍ମ ସ୍ଥାନ ବିଝିଞ୍ଜମ୍ ଓ ଏହାର ଆଖପାଖ ଉପକୂଳ ଅଞ୍ଚଳର ପ୍ରାର୍ଥୀଙ୍କୁ ଏହି ଯୋଜନାରେ ବିଶେଷ ଧ୍ୟାନ ଦିଆଯିବ । ତେବେ ଦେଶର ଅନ୍ୟ ଅଞ୍ଚଳର ପ୍ରାର୍ଥୀମାନେ ମଧ୍ୟ ଏହି ସ୍କଲାରସିପ୍ର ଲାଭ ନେଇପାରିବେ । ଏହା ସହ ସ୍କୁଲ୍ ସ୍ତରରୁ UPSC ପ୍ରସ୍ତୁତି ପାଇଁ ପିଲାମାନଙ୍କୁ ପ୍ରେରଣା ଦେବାକୁ ଏହି ପଦକ୍ଷେପକୁ 'ଲିଡ୍ IAS ଜୁନିୟର' କାର୍ଯ୍ୟକ୍ରମ ସହ ଯୋଡ଼ା ଯାଉଛି ।
ସ୍କଲାରସିପ୍ ପାଇଥିବା UPSC ଆଶାୟୀଙ୍କୁ IAS-IPS ଆଦି ସିଭିଲ୍ ସେବା ପରୀକ୍ଷା ପ୍ରସ୍ତୁତିରେ ସହାୟତା କରାଯିବ ତା' ନୁହେଁ । ବରଂ ସେମାନଙ୍କୁ ବ୍ୟକ୍ତିଗତ ମେଣ୍ଟରସିପ୍ ସହ ପର୍ସନାଲିଟି ଡେଭଲପମେଣ୍ଟ ଟ୍ରେନିଂ ମଧ୍ୟ ପ୍ରଦାନ କରାଯିବ ।

Related Topics
Explore more stories