Videos
|
Sports

India vs Pakistan Hockey / ହକିରେ ଭାରତର ଝିଅଙ୍କ ଜଲୱା, ପାକିସ୍ତାନ ବିରୋଧରେ ୧୯-୦ର ବଡ଼ ବିଜୟ

Santosh Kumar Sahoo
Browse all articles by Santosh Kumar Sahoo
·22 mins ago·2 min read
ହକିରେ ଭାରତର ଝିଅଙ୍କ ଜଲୱା, ପାକିସ୍ତାନ ବିରୋଧରେ ୧୯-୦ର ବଡ଼ ବିଜୟ
India vs Pakistan Hockey

Key Points

ପାକିସ୍ତାନକୁ ଧୂଳି ଚଟାଇଲା ଭାରତ
ହକିରେ ଗୋଲ୍‌ର ବର୍ଷା କଲା ଭାରତ
ପାକିସ୍ତାନ ବିରୋଧରେ ୧୯-୦ର ଧମାକା
ଖାଲି କ୍ରିକେଟ୍‌ ନୁହେଁ ହକିରେ ବି ଭାରତର ଦବଦବା । ଗୋଟିଏ ପରେ ଗୋଟିଏ ଗୋଲ୍‌ ଦେଇ ପାକିସ୍ତାନକୁ ଧରାଶାୟୀ କରିଦେଲେ ଭାରତର ଝିଅ । ମଙ୍ଗୋଲିଆରେ ଖେଳାଯାଉଥିବା ମହିଳା ହକି ଜୁନିୟର ଏସିଆ କପ୍‌ର କ୍ୱାର୍ଟରଫାଇନାଲରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୧୯-୦ ଗୋଲ୍‌ରେ ହରାଇ ରଚିଛି ଐତିହାସିକ ବିଜୟ ।

କ୍ୱାର୍ଟର ଫାଇନାଲରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୯-୦ ଗୋଲର ବିଶାଳ ବ୍ୟବଧାନରେ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଛି ଟିମ୍ ଇଣ୍ଡିଆ । ସେପ୍ଟେମ୍ବର ୧୦ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାରତୀୟ ଦଳର ଏକତରଫା ଦବଦବା ଦେଖିବାକୁ ମିଳିଥିଲା ।

ମ୍ୟାଚ୍‌ର ପ୍ରଥମ କ୍ୱାର୍ଟରରେ ଭାରତ ୫ଟି ଗୋଲ୍ ସ୍କୋର କରିଥିଲା । ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତୀୟ ଖେଳାଳିମାନେ ଆଉ ୫ଟି ଗୋଲ୍ ଦେଇଥିଲେ । ଫଳରେ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ୧୦-୦ରେ ଆଗୁଆ ରହିଥିଲା ।

ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଭାରତର ଆକ୍ରମଣ ଥମିନଥିଲା । ତୃତୀୟ କ୍ୱାର୍ଟରରେ ଭାରତ ଆଉ ୩ଟି ଗୋଲ୍ କରିଥିବା ବେଳେ ଶେଷ କ୍ୱାର୍ଟରରେ ଦଳ ୬ଟି ଗୋଲ୍ ଦେଇଥିଲା । ଶେଷରେ ଭାରତ ୧୯-୦ର ବିଶାଳ ବିଜୟ ହାସଲ କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତର ୧୯ଟି ଗୋଲ୍ ମଧ୍ୟରୁ ୧୧ଟି ଫିଲ୍ଡ ଗୋଲ୍ ରହିଥିଲା । ଏହା ମ୍ୟାଚ୍‌ରେ ଭାରତୀୟ ଦଳର ବଲ୍ ପୋଜେସନ୍ ଏବଂ ଆକ୍ରମଣାତ୍ମକ ଖେଳର ଚିତ୍ର ସ୍ପଷ୍ଟ କରିଥିଲା । ଏହାଛଡ଼ା ୭ଟି ଗୋଲ୍ ପେନାଲ୍ଟି କର୍ଣ୍ଣରରୁ ଆସିଥିଲା । ମ୍ୟାଚ୍‌ର ୧୩ତମ ମିନିଟ୍‌ରେ ଭାରତ ପାଇଥିବା ପେନାଲ୍ଟି ଶୁଟ୍‌ଆଉଟ୍‌କୁ ମଧ୍ୟ ଦଳ ଗୋଲ୍‌ରେ ପରିଣତ କରିଥିଲା ।
ଏହି ମ୍ୟାଚ୍‌ରେ ଭାରତୀୟ ଦଳର ୧୩ ଜଣ ଭିନ୍ନ ଖେଳାଳି ଗୋଲ୍ ସ୍କୋର କରିଥିଲେ । ଭାରତ ପକ୍ଷରୁ ପୂଜା ମଲିକ୍ ସର୍ବାଧିକ ଚମତ୍କାର ପ୍ରଦର୍ଶନ କରି ହ୍ୟାଟ୍ରିକ୍ ହାସଲ କରିଥିଲେ । ସେ ୨୭ତମ, ୪୯ତମ ଏବଂ ୫୧ତମ ମିନିଟ୍‌ରେ ଗୋଲ୍ କରିଥିଲେ । ଅନ୍ୟପକ୍ଷରେ, ପାକିସ୍ତାନୀ ଦଳ ସାରା ମ୍ୟାଚ୍‌ରେ ଗୋଟିଏ ମଧ୍ୟ ଗୋଲ୍ କରିପାରିନଥିଲା। ଏପରିକି ପାକିସ୍ତାନ ଗୋଟିଏ ପେନାଲ୍ଟି କର୍ଣ୍ଣର କିମ୍ବା ପେନାଲ୍ଟି ଶୁଟ୍‌ଆଉଟ୍ ମଧ୍ୟ ହାସଲ କରିପାରିନଥିଲା । ଫଳରେ ମ୍ୟାଚ୍‌ଟି ସମ୍ପୂର୍ଣ୍ଣ ଭାବେ ଭାରତୀୟ ଦଳର ନିୟନ୍ତ୍ରଣରେ ରହିଥିଲା ।

ଭାରତ ଏହି ପ୍ରତିଯୋଗିତାର ଗତ ଦୁଇ ସଂସ୍କରଣର ଚାମ୍ପିୟନ୍। ତେଣୁ ୨୦୨୬ରେ ମଧ୍ୟ ଟାଇଟଲ୍ ଜିତି ଲଗାତାର ତୃତୀୟ ଥର ପାଇଁ ଚାମ୍ପିୟନ୍ ହେବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ ।
India Women Thrash Pakistan 19-0 in Junior Asia Cup Quarterfinal | Argus News