Casting Couch Allegation / କାଷ୍ଟିଂ କାଉଚ୍କୁ ନେଇ ସାରାଙ୍କ ବଡ଼ ଖୁଲାସା, ହୋଟେଲକୁ ଯିବାକୁ ଡାକୁଥିଲେ ବୟସ୍କ ବ୍ୟକ୍ତି
·13 mins ago·2 min read

Key Points
କାଷ୍ଟିଂ କାଉଚ୍କୁ ନେଇ ସାରାଙ୍କ ବଡ଼ ଖୁଲାସା
ହୋଟେଲକୁ ଡାକୁଥିଲେ ବୟସ୍କ ବ୍ୟକ୍ତି
କହିଲେ ପଞ୍ଜାବୀ ଅଭିନେତ୍ରୀ ସାରା ଗୁରପାଲ
ହୋଟେଲକୁ ଡାକୁଥିଲେ ବୟସ୍କ ବ୍ୟକ୍ତି
କହିଲେ ପଞ୍ଜାବୀ ଅଭିନେତ୍ରୀ ସାରା ଗୁରପାଲ
ମୁମ୍ବାଇ: ଗ୍ଲାମର ଦୁନିଆର ଚାକଚକ୍ୟ, ଆକର୍ଷଣୀୟ ଲୁକ୍ ଏବଂ ଷ୍ଟାରଡମ୍ ପଛରେ ଲୁଚି ରହିଥାଏ ଅନେକ ଅକୁହା କାହାଣୀ। ଏଠାରେ ସଫଳତାର ଶିଖର ଛୁଇଁବା ପାଇଁ କଳାକାରଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼େ। ବିଶେଷକରି ମହିଳା କଳାକାରମାନେ କ୍ୟାରିୟରର ପ୍ରାରମ୍ଭିକ ଦିନରେ ବିଭିନ୍ନ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିଥାନ୍ତି। ଏବେ ନିଜର ଏଭଳି ଏକ ତିକ୍ତ ଅନୁଭୂତିକୁ ସାମ୍ନାକୁ ଆଣି ଚର୍ଚ୍ଚାରେ ପଞ୍ଜାବୀ ଅଭିନେତ୍ରୀ ସାରା ଗୁରପାଲ।
ନିଜର ବୋଲ୍ଡ ଅନ୍ଦାଜ, ଗ୍ଲାମରସ୍ ଲୁକ୍ ଏବଂ ଖୋଲାଖୋଲି ମତ ରଖିବାର ଶୈଳୀ ପାଇଁ ସାରା ବେଶ୍ ପରିଚିତ। ପଞ୍ଜାବୀ ମ୍ୟୁଜିକ୍ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ସହ ହିନ୍ଦୀ ମନୋରଞ୍ଜନ ଜଗତରେ ମଧ୍ୟ ସେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରିଆଲିଟି ଶୋ 'ରାଇଜ୍ ଆଣ୍ଡ ଫଲ୍ ୨'ରେ ତାଙ୍କର ଉପସ୍ଥିତି ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଥିଲା।
ଏକ ସାକ୍ଷାତକାରରେ ସାରା ନିଜ କ୍ୟାରିୟରର ପ୍ରାରମ୍ଭିକ ଦିନର ଏକ ଘଟଣା ବଖାଣିଛନ୍ତି। ତାଙ୍କ କହିବା ଅନୁସାରେ, ଜଣେ ବୟସ୍କ ବ୍ୟକ୍ତିଙ୍କ ସହ ତାଙ୍କର ଏକ କଫି ଶପ୍ରେ ଦେଖା ହୋଇଥିଲା। ପରେ ସେହି ବ୍ୟକ୍ତି ତାଙ୍କୁ ଅଧିକ ଜାଣିବା ପାଇଁ ଅନ୍ୟ ସ୍ଥାନରେ ଭେଟିବାକୁ କହିଥିଲେ। ଏପରିକି କଫି ଶପ୍ରେ ନହେଲେ ହୋଟେଲରେ ଭେଟିବାକୁ ପ୍ରସ୍ତାବ ଦେଇଥିଲେ।
ପଢନ୍ତୁ ଏହି ଖବର: ବଲିଉଡ୍ର ଚାକଚକ୍ୟଠାରୁ ଦୂରେଇ ଆଧ୍ୟାତ୍ମିକତାରେ ମନ ! ଆଶ୍ରମରେ ଗୁପ୍ତ ବିବାହ କଲେ ଏହି ଅଭିନେତ୍ରୀ
ସେତେବେଳେ ସାରା ଏହି ପ୍ରସ୍ତାବ ପଛରେ ଥିବା ଉଦ୍ଦେଶ୍ୟ ବୁଝିପାରିନଥିଲେ। କିନ୍ତୁ ପରେ ତାଙ୍କ ପ୍ରେମିକ ଏହି ବ୍ୟକ୍ତିଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ଜଣାଇବା ପରେ ସେ ଭାଙ୍ଗି ପଡ଼ିଥିଲେ। ସତ ଜାଣିବା ପରେ ତାଙ୍କ ଆଖିରୁ ଲୁହ ଝରିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେବଳ ଏତିକି ନୁହେଁ, ଏକ ବାର୍ରେ ସାଙ୍ଗମାନଙ୍କ ସହ ସମୟ ବିତାଉଥିବା ବେଳର ଆଉ ଏକ ଘଟଣା ମଧ୍ୟ ସେ ସେୟାର କରିଛନ୍ତି। ପ୍ରଥମେ କିଛି ଯୁବକଙ୍କ ସହ ସେମାନଙ୍କର ବନ୍ଧୁତା ହୋଇଥିଲା। ହେଲେ ପରେ ଜଣେ ଯୁବକ ଅତ୍ୟଧିକ ନିକଟତର ହେବାକୁ ଚେଷ୍ଟା କରିଥିଲେ। ସେମାନଙ୍କ ପାଇଁ ପାନୀୟ ଆଣିବା ସହ ସେହି ବାର୍ଟି ଠିକ୍ ନୁହେଁ ବୋଲି କହିଥିଲେ।
ଅନ୍ୟପଟେ ନିଜ ପ୍ରେମ ଏବଂ ବିବାହକୁ ନେଇ ମଧ୍ୟ ସାରା ମୁହଁ ଖୋଲିଛନ୍ତି। ସେ ବର୍ତ୍ତମାନ ଜଣଙ୍କୁ ଡେଟ୍ କରୁଥିବା କହିବା ସହ ଭବିଷ୍ୟତରେ ବିବାହ କରିବାକୁ ଇଚ୍ଛା ରଖିଥିବା ପ୍ରକାଶ କରିଛନ୍ତି। ସାରାଙ୍କ ଏହି ଖୁଲାସା ପୁଣିଥରେ ଗ୍ଲାମର ଦୁନିଆର ଅନ୍ୟ ଏକ ଦିଗକୁ ସାମ୍ନାକୁ ଆଣିଛି। ପରଦାରେ ଚମକୁଥିବା ତାରକାଙ୍କ ଜୀବନ ପଛରେ କେତେ ତିକ୍ତ ଅନୁଭୂତି ଲୁଚି ରହିଛି, ତାହା ଏହି ଘଟଣାରୁ ସ୍ପଷ୍ଟ ହେଉଛି।

Related Topics
Explore more stories