National Unity Day / ଦେଶ ପାଳୁଛି ଲୌହମାନବଙ୍କ ୧୫୦ ତମ ଜନ୍ମଜୟନ୍ତୀ, ଦେଶବ୍ୟାପୀ ପାଳନ ହେଉଛି ରାଷ୍ଟ୍ରୀୟ ଏକତା ଦିବସ
·8 months ago·2 min read

Key Points
ଦେଶ ପାଳୁଛି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ। ଯୁଗ ପୁରୁଷଙ୍କୁ ସ୍ମରଣ କରୁଛି କୃତଜ୍ଞ ରାଷ୍ଟ୍ର । ଦେଶବ୍ୟାପୀ ପାଳନ ହେଉଛି ରାଷ୍ଟ୍ରୀୟ ଏକତା ଦିବସ।
ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମଜୟନ୍ତୀ ଅବସରରେ ଆଜି ଦେଶ ପାଳୁଛି ରାଷ୍ଟ୍ରୀୟ ଏକତା ଦିବସ । ୨୦୧୪ ମସିହାରୁ ପ୍ରତିବର୍ଷ ଆଜିର ଦିନରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ହେଉଥିବା ବେଳେ ଚଳିତ ରାଷ୍ଟ୍ରୀୟ ଏକତା ଦିବସ ହେଉଛି ସ୍ୱତନ୍ତ୍ର । ସର୍ଦ୍ଦାର ବଲ୍ଲଭ ଭାଇଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପଡିଥିବାରୁ ରାଷ୍ଟ୍ରୀୟ ଏକତା ଦିବସ ୨୦୨୫କୁ ବହୁ ଆଡ଼ମ୍ବର ପୂର୍ଣ୍ଣ ଭାବେ ପାଳନ କରାଯାଉଛି । ଏଥିପାଇଁ ଗୁଜୁରାଟ ନର୍ମଦା ଜିଲ୍ଲାର ଏକତା ନଗଗରେ ଆୟୋଜିତ ହୋଇଛି ଭବ୍ୟ କାର୍ଯ୍ୟକ୍ରମ । ଯେଉଁଠି ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହେବେ । କାର୍ଯ୍ୟକ୍ରମରେ ସେଣ୍ଟ୍ରାଲ ଆର୍ମ ପୋଲିସ ଫୋର୍ସ, ବିଭିନ୍ନ ରାଜ୍ୟର ପୋଲିସ ବଳ, ଗୁଜୁରାଟ, ଆସାମ, ଓଡ଼ିଶା, ଆନ୍ଧ୍ର, ତାମିଲନାଡୁ ଭଳି ରାଜ୍ୟର ଏନସିସି କ୍ୟାଡେଟ ପ୍ୟାରେଡ ପ୍ରଦର୍ଶନ କରିବେ ।
ପ୍ୟାରେଡରେ ତିନି ସେନାର ଭିନ୍ନ ଭିନ୍ନ ୟୁନିଟ ଚିତାକର୍ଷକ ଯୁଦ୍ଧକୌଶଳ ପ୍ରଦର୍ଶନ କରିବେ । ବାୟୁସେନାର ସୂର୍ଯ୍ୟ କରିଣ ଏୟାର ଶୋ' ପ୍ରଦର୍ଶନ କରିବେ । ସେହିପରି ନକ୍ସଲ ଲଢେଇରେ ନିୟୋଜିତ ଥିବା ଯବାନ ଦେଖାଇବେ ଦୁର୍ଗମ ଘଞ୍ଚ ଜଙ୍ଗଲରେ ଲଢେଇର ଝଲକ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଭିନ୍ନ ଭିନ୍ନ ରାଜ୍ୟର କଳାକାର ନିଜ ନିଜ ନୃତ୍ୟ ଗୀତ କଳା ପ୍ରଦର୍ଶନ କରିବେ । ୧ ରୁ ୧୫ ନଭେମ୍ବର ପର୍ଯ୍ୟନ୍ତ ଏକତା ନଗରରେ ଭାରତ ପର୍ବ ଆୟୋଜିତ ହେବ । ଯେଉଁଠି ସମସ୍ତ ରାଜ୍ୟର କଳା, ସଂସ୍କୃତି, ଖାଦ୍ୟ, ପାନୀୟର ମଜା ନେବେ ଦେଶବାସୀ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ବିଧାନରେ ଧାରା ୩୭୦ ଲାଗୁ ବେଳେ ସର୍ଦ୍ଦାର ବଲ୍ଲଭ ଭାଇ ଯେଉଁ ବିଚକ୍ଷଣ ନିର୍ଦଶନ ଦେଇଥିଲେ ଫଳ ସ୍ୱରୂପ ଆଜି ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବାରେ ମୋଦିଙ୍କ ନେତୃତ୍ୱଧୀନ ବିଜେପି ସରକାରଙ୍କ କାମ ସହଜ ହୋଇଥିଲା ।
ଆଜି ସେହି ଯୁଗ ପୁରୁଷଙ୍କ ଭିଜନକୁ ପାଥେୟ କରି ମୋଦି ସରକାର ଏକ ଭାରତ ଶ୍ରେଷ୍ଠ ଭାରତ ନିର୍ମାଣରେ ଆଗେଇ ଚାଲିଛନ୍ତି । ସର୍ଦ୍ଦାର ବଲ୍ଲଭଭାଇଙ୍କ ସାହସ ରାଷ୍ଟ୍ରପତି ସମର୍ପଣ ଥିଲା ଅତୁଳନୀୟ । ଆଜି ସେହି ଯୁଗଜନ୍ମାଙ୍କ ଜନ୍ମତିଥିରେ ଗଭୀର ଶ୍ରଦ୍ଧାଞ୍ଜଳି ।
ପ୍ୟାରେଡରେ ତିନି ସେନାର ଭିନ୍ନ ଭିନ୍ନ ୟୁନିଟ ଚିତାକର୍ଷକ ଯୁଦ୍ଧକୌଶଳ ପ୍ରଦର୍ଶନ କରିବେ । ବାୟୁସେନାର ସୂର୍ଯ୍ୟ କରିଣ ଏୟାର ଶୋ' ପ୍ରଦର୍ଶନ କରିବେ । ସେହିପରି ନକ୍ସଲ ଲଢେଇରେ ନିୟୋଜିତ ଥିବା ଯବାନ ଦେଖାଇବେ ଦୁର୍ଗମ ଘଞ୍ଚ ଜଙ୍ଗଲରେ ଲଢେଇର ଝଲକ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଭିନ୍ନ ଭିନ୍ନ ରାଜ୍ୟର କଳାକାର ନିଜ ନିଜ ନୃତ୍ୟ ଗୀତ କଳା ପ୍ରଦର୍ଶନ କରିବେ । ୧ ରୁ ୧୫ ନଭେମ୍ବର ପର୍ଯ୍ୟନ୍ତ ଏକତା ନଗରରେ ଭାରତ ପର୍ବ ଆୟୋଜିତ ହେବ । ଯେଉଁଠି ସମସ୍ତ ରାଜ୍ୟର କଳା, ସଂସ୍କୃତି, ଖାଦ୍ୟ, ପାନୀୟର ମଜା ନେବେ ଦେଶବାସୀ ।
ଅଧିକ ପଢ଼ନ୍ତୁ: ବିହାରରେ ବିଜେପିର ହାଇଭୋଲଟେଜ୍ ପ୍ରଚାର, ନେତା ଓ କର୍ମୀଙ୍କ ମନରେ ଜୋଶ୍ ଭରିଲେ PM ମୋଦି
ସ୍ୱାଧୀନ ଭାରତର ପରବର୍ତ୍ତୀ ରାଷ୍ଟ୍ରୀୟ ଏକତା ବାସ୍ତୁକାର ଥିଲେ ସର୍ଦ୍ଦାର ପଟେଲ । ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ଭିଜନ, ଦୃଢ ନିଷ୍ପତ୍ତି, ଦକ୍ଷ ନେତୃତ୍ୱ, ନୂଆ ଭାରତର ପରିକଳ୍ପନା ସ୍ୱରୂପ ଦେଶ ସ୍ୱାଧୀନ ହେବା ପରେ ୫୬୫ଟି ଦେଶୀୟ ରାଜ୍ୟକୁ ବିନା ରକ୍ତପାତରେ ଏକତ୍ର କରି ଭାରତରେ ବିଲୀନ କରିଥିଲେ । ଗୃହମନ୍ତ୍ରୀ ଓ ଉପପ୍ରଧାନମନ୍ତ୍ରୀ ଭାବେ ଦେଶ ଓ ଜାତି ପାଇଁ ଏକାଧିକ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି । ସୋମନାଥ ମନ୍ଦିର ପୁନଃନିର୍ମାଣ, ଗାନ୍ଧୀ ସ୍ମାରକୀ ନିଧିର ସ୍ଥାପନା ଭଳି ଅନେକ ଐତିହାସିକ ପଦକ୍ଷେପ ନେଇଥିଲେ ସର୍ଦ୍ଦାର ପଟେଲ । ସେହିଭଳି ରାଷ୍ଟ୍ରୀୟ ପୋଲିସ ଏକାଡେମୀ ହେଉଛି ସର୍ଦ୍ଦାର ପଟେଲଙ୍କ ମାନସ ସନ୍ତାନ । ଯାହା ୧୯୭୪ ମସିହାରେ ନାମ ଓ ସ୍ଥାନ ପରିବର୍ତ୍ତନ ହୋଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ରାଷ୍ଟ୍ରୀୟ ପୋଲିସ ଏକାଡେମୀ ଭାବେ ହାଇଦ୍ରାବଦରେ ସ୍ଥାପିତ ହୋଇଛି । ଯେଉଁଠି ଆଇପିଏସ ଅଧିକାରୀଙ୍କ ତାଲିମ ସହ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲୁଛି ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ବିଧାନରେ ଧାରା ୩୭୦ ଲାଗୁ ବେଳେ ସର୍ଦ୍ଦାର ବଲ୍ଲଭ ଭାଇ ଯେଉଁ ବିଚକ୍ଷଣ ନିର୍ଦଶନ ଦେଇଥିଲେ ଫଳ ସ୍ୱରୂପ ଆଜି ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବାରେ ମୋଦିଙ୍କ ନେତୃତ୍ୱଧୀନ ବିଜେପି ସରକାରଙ୍କ କାମ ସହଜ ହୋଇଥିଲା ।
ଆଜି ସେହି ଯୁଗ ପୁରୁଷଙ୍କ ଭିଜନକୁ ପାଥେୟ କରି ମୋଦି ସରକାର ଏକ ଭାରତ ଶ୍ରେଷ୍ଠ ଭାରତ ନିର୍ମାଣରେ ଆଗେଇ ଚାଲିଛନ୍ତି । ସର୍ଦ୍ଦାର ବଲ୍ଲଭଭାଇଙ୍କ ସାହସ ରାଷ୍ଟ୍ରପତି ସମର୍ପଣ ଥିଲା ଅତୁଳନୀୟ । ଆଜି ସେହି ଯୁଗଜନ୍ମାଙ୍କ ଜନ୍ମତିଥିରେ ଗଭୀର ଶ୍ରଦ୍ଧାଞ୍ଜଳି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories