Videos
|
National

Rashtriya Ekta Diwas / ଆଜି ସର୍ଦ୍ଦାର ବଲ୍ଲଭଭାଇଙ୍କ ଜନ୍ମଦିନ : 'ଷ୍ଟାଚ୍ୟୁ ଅଫ୍ ୟୁନିଟି'ରେ ପ୍ରଧାନମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି

Bikash Mohanty
Browse all articles by Bikash Mohanty
·48 mins ago·2 min read
ଆଜି ସର୍ଦ୍ଦାର ବଲ୍ଲଭଭାଇଙ୍କ ଜନ୍ମଦିନ : 'ଷ୍ଟାଚ୍ୟୁ ଅଫ୍ ୟୁନିଟି'ରେ ପ୍ରଧାନମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
Narendra Modi

Key Points

ଆଜି ସର୍ଦ୍ଦାର ବଲ୍ଲଭଭାଇଙ୍କ ଜନ୍ମଦିନ 
'ଷ୍ଟାଚ୍ୟୁ ଅଫ୍ ୟୁନିଟି'ରେ ପ୍ରଧାନମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
ସର୍ଦ୍ଦାର ପଟେଲ ସମୃଦ୍ଧ ଭାରତ ଗଠନ ପାଇଁ ଜୀବନ ଉତ୍ସର୍ଗ କରିଥିଲେ
ଏକତା ନଗର,୩୧/୧୦: ଦେଶ ଆଜି ଜାତୀୟ ଏକତା ଦିବସ ପାଳନ କରୁଛି। ଏହି ଅବସରରେ ଦେଶର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜନ୍ମବାର୍ଷିକୀ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି "ଲୌହ ପୁରୁଷ"ଙ୍କୁ ସ୍ମରଣ କରି ତାଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସର୍ଦ୍ଦାର ପଟେଲ ଏକ ଶକ୍ତିଶାଳୀ ଏବଂ ସମୃଦ୍ଧ ଭାରତ ଗଠନ ପାଇଁ ତାଙ୍କର ସମଗ୍ର ଜୀବନ ଉତ୍ସର୍ଗ କରିଥିଲେ। ସେଠାରେ ସେ ୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଉଦଘାଟନ କରିଥିଲେ। ଏହାସହ ସେ 'ରେନ୍ ଫରେଷ୍ଟ' ଏବଂ 'ବାମନ ବୃକ୍ଷ ବାଟିକା' ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ର ମୋଦି।

ପଢନ୍ତୁ ଏହି ଖବର: ଉତ୍ତର ପ୍ରଦେଶରେ ତୃତୀୟ ଥର ପାଇଁ ଫୁଟିବ ପଦ୍ମ, ୩୦ ବର୍ଷ ପର୍ଯ୍ୟନ୍ତ ସରକାରରେ ରହିବ ବିଜେପି

ନିଜ X ରେ ଏକ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ତାଙ୍କୁ ହୃଦୟର ସହ ପ୍ରଣାମ।

ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖରେ ପାଳନ କରାଯାଏ, ଏହି ଦିନଟି ଦେଶର ଏକତା ଏବଂ ଅଖଣ୍ଡତା ପ୍ରତି ପଟେଲଙ୍କ ଅବଦାନକୁ ମନେ ପକାଇବାର ଏକ ଅବସର। ସରକାରୀ କାର୍ଯ୍ୟାଳୟ ଏବଂ ପ୍ରତିଷ୍ଠାନଗୁଡ଼ିକରେ ମଧ୍ୟ ଜାତୀୟ ଏକତାର ପ୍ରତିଜ୍ଞା ନିଆଯାଇଥାଏ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: