Videos
|
National

Sarnath Buddhist Site Varanasi UP / ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହେଲା ସାରନାଥ ପ୍ରାଚୀନ ବୌଦ୍ଧ ସ୍ଥଳ

Subhramjit Ray
Browse all articles by Subhramjit Ray
·2 weeks ago·3 min read
ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହେଲା ସାରନାଥ ପ୍ରାଚୀନ ବୌଦ୍ଧ ସ୍ଥଳ
Sarnath Buddhist Site

Key Points

ବାରାଣସୀରୁ ପ୍ରାୟ ୧୦ କିଲୋମିଟର ଦୂରରେ ଅବସ୍ଥିତ ସାରନାଥ ହେଉଛି ଏକ ପ୍ରାଚୀନ ବୌଦ୍ଧ ସ୍ଥଳ। ଯେଉଁଠାରେ ପ୍ରାଚୀନ ସ୍ତୂପ ଏବଂ ମୌର୍ଯ୍ୟ କାଳର ଅବଶେଷ ରହିଛି।
UNESCO World Heritage New List India: ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହୋଇଛି ସାରନାଥ ପ୍ରାଚୀନ ବୌଦ୍ଧ ସ୍ଥଳ। ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ସହରରୁ ୧୦ କିମି ଦୂରରେ ଅବସ୍ଥିତ। ଉତ୍ତର ପ୍ରଦେଶରେ ଅବସ୍ଥିତ ସାରନାଥ ବୌଦ୍ଧ ବିହାର ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହେବା ସମଗ୍ର ଦେଶ ପାଇଁ ଗର୍ବର ବିଷୟ।

ଶନିବାର (ଜୁଲାଇ ୨୫) ଉପରାଷ୍ଟ୍ରପତି ସି.ପି.ରାଧାକୃଷ୍ଣନ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାରନାଥର ପ୍ରାଚୀନ ବୌଦ୍ଧ ସ୍ଥଳୀ ସାମିଲ ହେବାକୁ ଦେଶ ପାଇଁ ଏକ ଗର୍ବର ବିଷୟ ବୋଲି ବର୍ଣ୍ଣନା କରିଛନ୍ତି। ସେ ପ୍ରାଚୀନ ବୌଦ୍ଧ ସ୍ଥଳୀକୁ ଭାରତର ଆଧ୍ୟାତ୍ମିକ ଐତିହ୍ୟର ଏକ ସ୍ଥାୟୀ ପ୍ରତୀକ ବୋଲି କହିଛନ୍ତି।


ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାତିସଂଘର ଶିକ୍ଷାଗତ, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଙ୍ଗଠନ (ୟୁନେସ୍କୋ) ଦ୍ୱାରା ବିଶ୍ୱ ଐତିହ୍ୟ ତାଲିକାରେ ସାରନାଥ ଅନ୍ତର୍ଭୁକ୍ତ ହେବା ଭାରତର ଗଭୀର ସଭ୍ୟତା ଏବଂ ଆଧ୍ୟାତ୍ମିକ ଐତିହ୍ୟର ଏକ ଉତ୍ସବ ବୋଲି ବର୍ଣ୍ଣନା କରିଛନ୍ତି।


ଅନ୍ୟପଟେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାରନାଥ ଅନ୍ତର୍ଭୁକ୍ତ ହେବାକୁ ନେଇ ସ୍ୱାଗତ କରିଛନ୍ତି। ସେ ଏହାକୁ ରାଜ୍ୟର ସମୃଦ୍ଧ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ଏକ ଉଜ୍ଜ୍ୱଳ ଉଦାହରଣ ବୋଲି କହିଛନ୍ତି।

ବାରାଣସୀ ସହରରୁ ପ୍ରାୟ ୧୦ କିଲୋମିଟର ଦୂରରେ ଅବସ୍ଥିତ ରହିଛି ସାରନାଥ। ଯାହା ଏକ ପ୍ରାଚୀନ ବୌଦ୍ଧ ସ୍ଥଳ। ଯେଉଁଠି ପୁରାତନ ସ୍ତୂପ ଏବଂ ମୌର୍ଯ୍ୟ ଶାସନ କାଳର ଅବଶେଷ ମହଜୁଦ ରହିଛି। ସାରନାଥ ୧୯୯୮ ମସିହା ଜୁଲାଇ ୩ ତାରିଖରୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳର ଅସ୍ଥାୟୀ ତାଲିକାରେ ସାମିଲ ରହିଥିଲା। ଏବେ ତାଲିକାରେ ଏହାର ଅନ୍ତର୍ଭୁକ୍ତି ଉତ୍ତର ପ୍ରଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ରାଜ୍ୟରେ ପୂର୍ବରୁ ତିନୋଟି ବିଶ୍ୱ ଐତିହ୍ୟ ସ୍ଥଳ ରହିଛି। ତାହା ହେଉଛି ତାଜମହଲ, ଆଗ୍ରା ଦୁର୍ଗ ଏବଂ ଫତେପୁର ସିକ୍ରି। ଏହି ୩ ଐତିହ୍ୟ ସ୍ଥଳ ଆଗ୍ରା ଜିଲ୍ଲାରେ ଅବସ୍ଥିତ ରହିଛି। ସାରନାଥ, ବୈଶ୍ୱିକ ଐତିହ୍ୟ ସ୍ଥଳରେ ସାମିଲ ହେବା ରାଜ୍ୟର ବିଶ୍ୱ ଐତିହ୍ୟ ସ୍ଥଳକୁ ପୂର୍ବ ଉତ୍ତର ପ୍ରଦେଶକୁ ବିସ୍ତାର କରୁଛି। ଏହା ସହିତ ରାଜ୍ୟର ପ୍ରଥମ ବୌଦ୍ଧ ଐତିହ୍ୟ ସ୍ଥଳ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି।

ଏହା ସହ ପଢନ୍ତୁ: ଶ୍ରରାମଙ୍କ ଭୂମିରୁ ମିଳିଲା ୩୫ ରୁ ଅଧିକ ବିରଳ ରାବଣ ପ୍ରତିମା; ତାଜୁବ ହୋଇଗଲା ASI

ଏନେଇ ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ପ୍ରାଚୀନ ଐତିହ୍ୟ ସ୍ଥଳ ପ୍ରାୟ ୨୫୦୦ ବର୍ଷ ଧରି, ମହାତ୍ମା ଗୌତମ ବୁଦ୍ଧଙ୍କ ଅନୁଗାମୀଙ୍କ ପାଇଁ ଏକ ତୀର୍ଥସ୍ଥଳ ହୋଇ ରହିଆସିଛି। ଏଠାରେ ବୌଦ୍ଧ ମଠ ଜୀବନ, ​​ସ୍ଥାପତ୍ୟ ଏବଂ କଳାର କିଛି ପ୍ରାରମ୍ଭିକ ଏବଂ ଗୁରୁତ୍ୱପୂର୍ଣ୍ଣ ଅବେଶେଷ ମହଜୁଦ ରହିଛି। ସାରନାଥ ବୌଦ୍ଧ ସ୍ଥଳକୁ ନାମାଙ୍କନ ଲାଗି ପ୍ରସ୍ତୁତ କରିଥିବା ସଂରକ୍ଷଣ ସ୍ଥପତି ଆଭା ନାରାୟଣ ଲାମ୍ବା କହିଛନ୍ତି ଯେ ଏହି ସ୍ଥାନ ପାଇଁ ମାମଲା କେବଳ ଏହାର ବ୍ୟକ୍ତିଗତ ସ୍ମାରକୀର ଗୁରୁତ୍ୱ ଅପେକ୍ଷା ଏକ ବ୍ୟାପକ ଦୃଷ୍ଟିକୋଣ ଉପରେ ଆଧାରିତ ରହିଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sarnath Buddhist Site Added to UNESCO World Heritage List | Argus News