Videos
|
National

Building Collapse / ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣାରେ ପୋଲିସର ବଡ଼ ଆକ୍ସନ; ମାଲିକଙ୍କ ସମେତ ବନ୍ଧାହେଲେ ୩ ଜଣ

Sushanta Sahoo
Browse all articles by Sushanta Sahoo
·26 mins ago·2 min read
ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣାରେ ପୋଲିସର ବଡ଼ ଆକ୍ସନ; ମାଲିକଙ୍କ ସମେତ ବନ୍ଧାହେଲେ ୩ ଜଣ
Owner, Wife & Son Arrested; 7 Dead

Key Points

ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣାରେ ବଡ଼ ଆକ୍ସନ
କୋଠା ମାଲିକଙ୍କ ସହ ସ୍ତ୍ରୀ ଓ ପୁଅକୁ ବାନ୍ଧିଲା ଦିଲ୍ଲୀ ପୋଲିସ
୨୭ ଘଣ୍ଟା ପରେ ସରିଲା ରେସ୍କ୍ୟୁ; ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର
ମାମଲାରେ MCDର ଡେପୁଟି କମିଶନରଙ୍କ ସହ ୫ ନିଲମ୍ବିତ
ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ୩ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ କୋଠାର ମାଲିକ ହରିରାମ ଗୁପ୍ତା, ପତ୍ନୀ ଉର୍ମିଳା ଓ ପୁଅ ମହେଶ । ବିଲ୍ଡିଂର ବିଦ୍ୟୁତ୍ ସଂଯୋଗ ହରିରାମ ଗୁପ୍ତାଙ୍କ ନାଁରେ ଥିଲା । ପୁଅ ମହେଶ ବିଲ୍ଡିଂ ପରିଚାଳନା ଦାୟିତ୍ଵ ଦେଖୁତିବା ବେଳେ ଉର୍ମିଳାଙ୍କ ନାଁରେ ସମ୍ପତ୍ତି ରହିଥିଲା ।

୬ ମହଲା କୋଠା ଭୁଶୁଡ଼ିବା ପରେ ପ୍ରାୟ ୨୭ ଘଣ୍ଟା ଧରି ଚାଲିଥିଲା ଉଦ୍ଧାର ଓ ସର୍ଚ୍ଚ ଅପରେସନ୍ । ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଏବେ ଉଦ୍ଧାର କାର୍ଯ୍ୟ ସରିଛି । ମୋଟ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିରେ ୫ ଜଣ ଛାତ୍ର ଅଛନ୍ତି ।

ଏଥିସହ ପଢ଼ନ୍ତୁ: ସତ୍ୟ ନିକେତନ କୋଠା ଭୁଶୁଡ଼ିବା ପରେ ବଡ଼ ଆକ୍ସନ… ୫ MCD ଅଧିକାରୀ ନିଲମ୍ବିତ 

ମୃତକଙ୍କ ହେଉଛନ୍ତି ଉତ୍ତରପ୍ରଦେଶ ସୋନଭଦ୍ରର ଛାତ୍ର ଅଭିଷେକ (୨୦), ଛତିଶଗଡ଼ ଦୁର୍ଗର ଯୁବରାଜ ସୋନି (୨୦) ଉତ୍ତରପ୍ରଦେଶ ଓରିଆର ପବନ (୧୭), ମଧ୍ୟପ୍ରଦେଶ ଦେବାସର ଅର୍ପି ଜହାଜ (୧୯), ମଧ୍ୟପ୍ରଦେଶ କଟନୀର ଅକ୍ଷୟ ସିଂହ ଯାଦବ (୧୮) ଓ ଶ୍ରମିଦ ସୁରିନ୍ଦର ସିଂହ । ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳି ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଜସ୍ଥାନରୁ ଧରାପଡ଼ିଲେ କୋଠା ମାଲିକ

କୋଠା ଭୁଶୁଡ଼ିବା ମାମଲାରେ ପୋଲିସ ବିଲ୍ଡିଂର ମାଲିକ ହରିରାମ ଗୁପ୍ତାକୁ ଗିରଫ କରିଛି । ରାଜସ୍ଥାନର ଭିୱାଡ଼ିରୁ ଗିରଫ ହୋଇଛନ୍ତି ହରିରାମ । କୋଠା ଭୁଶୁ଼ଡ଼ିବା ପରେ ପୋଲିସ ହରିରାମଙ୍କୁ ଖୋଜୁଥିଲା । ପାଲମ ବିହାର ସ୍ଥିତ ଘରେ ପୋଲିସ ରେଡ୍ କରିଥିଲା, କିନ୍ତୁ ସେଠି ସେ ନଥିଲେ ।

ଯାହା ପରେ ପୋଲିସ ଆଶଙ୍କା କରିଥିଲା ଯେ, ଗିରଫଦାରୀରୁ ବର୍ତ୍ତିବା ପାଇଁ ହରିରାମ କୌଣସି ଅଜ୍ଞାତ ସ୍ଥାନକୁ ଖସି ପଳାଇଛନ୍ତି । ଯାହାପରେ ପୋଲିସ ହରିରାମଙ୍କ ଘନିଷ୍ଠ ଓ ସମ୍ପର୍କୀୟଙ୍କୁ ପଚରାଉଚରା କରିଥିଲା ।

ଏଥିସହ ପଢ଼ନ୍ତୁ: ବିଲ୍ଡିଂ ଟ୍ରାଜେଡି; କିଛି ଦିନ ତଳେ ଭଉଣୀ ହାତରୁ ରାଖି ବାନ୍ଧି ଫେରିଥିଲେ, ଗଲା ଜୀବନ 

୫ ଅଧିକାରୀ ନିଲମ୍ବିତ

MCD ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦକ୍ଷିଣ ଜୋନର ପାଞ୍ଚ ଜଣ ଅଧିକାରୀ ବଡ଼ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି । MCD କମିଶନରଙ୍କ ନିର୍ଦ୍ଦେଶ ପରେ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ଡେପୁଟି କମିଶନର ରାକେଶ କୁମାର, ଅଧିକ୍ଷଣ ଯନ୍ତ୍ରୀ (SE) ରଣବୀର ସିଂହ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (EE-କୋଠା) ଲଳିତ କୁମାର ଗୋୟଲ, ସହକାରୀ ଯନ୍ତ୍ରୀ (AE-କୋଠା) ସୁନୀଲ ଚୌହାନ ଏବଂ କନିଷ୍ଠ ଯନ୍ତ୍ରୀ (JE) ଆଶିଷ କୁମାର ଅନ୍ତର୍ଭୁକ୍ତ ।