Videos
|
National

UPI Service Disruption / ଆସନ୍ତାକାଲି ସାରା ଦେଶରେ ବନ୍ଦ ରହିବ UPI, ଆସନ୍ତୁ ଜାଣିବା କେଉଁ ସମୟରେ ବନ୍ଦ ରହିବ UPI

Bikash Mohanty
Browse all articles by Bikash Mohanty
·1 hour ago·2 min read
ଆସନ୍ତାକାଲି ସାରା ଦେଶରେ ବନ୍ଦ ରହିବ UPI, ଆସନ୍ତୁ  ଜାଣିବା କେଉଁ ସମୟରେ ବନ୍ଦ ରହିବ UPI
UPI

Key Points

ଆସନ୍ତାକାଲି ସାରା ଦେଶରେ ବନ୍ଦ ରହିବ UPI
୪୫ ମିନିଟ୍ ବନ୍ଦ ରହିବ SBIର UPI
ଅପରାହ୍ନ ୧ଟା ୧୫ ମିନିଟ୍‌ରୁ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା। ଆସନ୍ତାକାଲି ସାରା ଦେଶରେ ବନ୍ଦ ରହିବ UPI।  ଆସନ୍ତା କାଲି ପ୍ରାୟ ୪୫ ମିନିଟ୍ ପାଇଁ ବନ୍ଦ ରହିବ SBIର UPI ସେବା। ବ୍ୟାଙ୍କ ପକ୍ଷରୁ ସୋସିଆଲ ମିଡିଆରେ ଏନେଇ ସୂଚନା ଦିଆଯାଇଛି। ତେଣୁ ଯେଉଁ ଗ୍ରାହକମାନେ ନିୟମିତ UPI ମାଧ୍ୟମରେ ଟଙ୍କା ପଠାନ୍ତି କିମ୍ବା ପେମେଣ୍ଟ କରନ୍ତି, ସେମାନେ ଏହି ସମୟକୁ ଧ୍ୟାନରେ ରଖିବା ଜରୁରୀ।

କେତେବେଳେ ବନ୍ଦ ରହିବ UPI ସେବା?

SBIର ସୂଚନା ଅନୁସାରେ ୍ଆସନ୍ତା କାଲି  ଅପରାହ୍ନ ୧ଟା ୧୫ ମିନିଟ୍‌ରୁ ୨ଟା ପର୍ଯ୍ୟନ୍ତ UPI ସେବା ଅସ୍ଥାୟୀ ଭାବେ ଉପଲବ୍ଧ ରହିବ ନାହିଁ। ବ୍ୟାଙ୍କର ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଏହି ବ୍ୟବସ୍ଥା କରାଯାଇଛି। SBI ନିଜର ଅଫିସିଆଲ୍ X ଆକାଉଣ୍ଟରେ ପୋଷ୍ଟ କରି ଗ୍ରାହକଙ୍କୁ ଏହି ସୂଚନା ଦେଇଛି। ତେବେ ରକ୍ଷଣାବେକ୍ଷଣ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ମଧ୍ୟ ଶେଷ ହୋଇପାରେ ବୋଲି ବ୍ୟାଙ୍କ କହିଛି।

ପଢନ୍ତୁ ଏହି ଖବର:  ହଠାତ୍ ଖସିଲା ସୁନା-ରୁପା ଦର ! ରୁପା ୬,୦୦୦ ଟଙ୍କା ଓ ସୁନା ୩ ହଜାର ଟଙ୍କା କମିଲା

UPI Lite ସେବା ଜାରି ରହିବ

UPI ସେବା ବନ୍ଦ ରହିଲେ ମଧ୍ୟ ଗ୍ରାହକଙ୍କ ପାଇଁ ଏକ ବିକଳ୍ପ ରହିଛି। ଏହି ସମୟରେ UPI Lite ସେବା ବ୍ୟବହାର କରି ପେମେଣ୍ଟ କରିହେବ। UPI Lite ହେଉଛି ଛୋଟ ଛୋଟ ଟଙ୍କାର କାରବାର ପାଇଁ ଏକ ସୁବିଧା। ଏଥିରେ ଆଗୁଆ ଟଙ୍କା ଲୋଡ୍ କରି ରଖିବାକୁ ପଡ଼େ। ପରେ ପ୍ରତ୍ୟେକ ପେମେଣ୍ଟ ପାଇଁ UPI PIN ଦେବାକୁ ପଡ଼େ ନାହିଁ। RBIର ନିୟମ ଅନୁସାରେ, UPI Lite ମାଧ୍ୟମରେ ଗୋଟିଏ କାରବାରରେ ସର୍ବାଧିକ ୧,୦୦୦ ଟଙ୍କା ପେମେଣ୍ଟ କରିହେବ। ସେହିପରି ୱାଲେଟ୍‌ରେ ସର୍ବାଧିକ ୫,୦୦୦ ଟଙ୍କା ରଖିବାର ସୁବିଧା ରହିଛି।

ତେଣୁ SBI ଗ୍ରାହକମାନେ ଆସନ୍ତା କାଲି ଅପରାହ୍ନ ୧ଟା ୧୫ରୁ ୨ଟା ମଧ୍ୟରେ ଜରୁରୀ UPI କାରବାର ନକରିବାକୁ ଯୋଜନା କରନ୍ତୁ। ଏହି ସମୟ ପରେ UPI ସେବା ପୁଣି ସ୍ୱାଭାବିକ ହେବ ବୋଲି ବ୍ୟାଙ୍କ ସୂଚନା ଦେଇଛି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories