Videos
|
National

SBI UPI Downtime / ସାଧାରଣ ଲୋକଙ୍କ ପାଇଁ ଜରୁରୀ ସୂଚନା, ୪୫ ମିନିଟ୍ ପାଇଁ ବନ୍ଦ ରହିବ UPI

Bikash Mohanty
Browse all articles by Bikash Mohanty
·15 mins ago·2 min read
ସାଧାରଣ ଲୋକଙ୍କ ପାଇଁ ଜରୁରୀ ସୂଚନା, ୪୫ ମିନିଟ୍ ପାଇଁ ବନ୍ଦ ରହିବ UPI
UPI

Key Points

ସାଧାରଣ ଲୋକଙ୍କ ପାଇଁ ଜରୁରୀ ସୂଚନା
ଆଜି ୪୫ ମିନିଟ୍ ପାଇଁ ବନ୍ଦ ରହିବ UPI ସେବା
ଅପରାହ୍ନ ୧ଟା ୧୫ ମିନିଟ୍‌ରୁ ୨ଟା ପର୍ଯ୍ୟନ୍ତ UPI ସେବା ବନ୍ଦ 
ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା। ଆଜି ସାରା ଦେଶରେ ବନ୍ଦ ରହିବ UPI। ଆଜି ପ୍ରାୟ ୪୫ ମିନିଟ୍ ପାଇଁ ବନ୍ଦ ରହିବ SBIର UPI ସେବା। ବ୍ୟାଙ୍କ ପକ୍ଷରୁ ସୋସିଆଲ ମିଡିଆରେ ଏନେଇ ସୂଚନା ଦିଆଯାଇଛି। ତେଣୁ ଯେଉଁ ଗ୍ରାହକମାନେ ନିୟମିତ UPI ମାଧ୍ୟମରେ ଟଙ୍କା ପଠାନ୍ତି କିମ୍ବା ପେମେଣ୍ଟ କରନ୍ତି, ସେମାନେ ଏହି ସମୟକୁ ଧ୍ୟାନରେ ରଖିବା ଜରୁରୀ।

SBIର ସୂଚନା ଅନୁସାରେ ଆଜି ଅପରାହ୍ନ ୧ଟା ୧୫ ମିନିଟ୍‌ରୁ ୨ଟା ପର୍ଯ୍ୟନ୍ତ UPI ସେବା ଅସ୍ଥାୟୀ ଭାବେ ଉପଲବ୍ଧ ରହିବ ନାହିଁ। ବ୍ୟାଙ୍କର ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଏହି ବ୍ୟବସ୍ଥା କରାଯାଇଛି। SBI ନିଜର ଅଫିସିଆଲ୍ X ଆକାଉଣ୍ଟରେ ପୋଷ୍ଟ କରି ଗ୍ରାହକଙ୍କୁ ଏହି ସୂଚନା ଦେଇଛି। ତେବେ ରକ୍ଷଣାବେକ୍ଷଣ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ମଧ୍ୟ ଶେଷ ହୋଇପାରେ ବୋଲି ବ୍ୟାଙ୍କ କହିଛି।

ଗ୍ରାହକଙ୍କ ଉପରେ କ'ଣ ପଡ଼ିବ ପ୍ରଭାବ?

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ଛୋଟରୁ ବଡ଼ ସବୁ ପ୍ରକାରର ଟଙ୍କା କାରବାର ପାଇଁ UPI ବ୍ୟବହାର କରୁଛନ୍ତି। ପନିପରିବା କିଣିବାଠାରୁ ଆରମ୍ଭ କରି ଅନଲାଇନ୍ ସପିଂ, ମୋବାଇଲ୍ ରିଚାର୍ଜ, ବିଦ୍ୟୁତ୍ ବିଲ୍ ପୈଠ ଏବଂ ଅନ୍ୟାନ୍ୟ ଆର୍ଥିକ କାରବାରରେ UPIର ବ୍ୟବହାର ବଢ଼ିଛି। ଏଭଳି ସ୍ଥିତିରେ SBIର UPI ସେବା ବନ୍ଦ ରହିବା ଦ୍ୱାରା ଗ୍ରାହକଙ୍କ ଦୈନନ୍ଦିନ କାରବାର ପ୍ରଭାବିତ ହୋଇପାରେ। ବିଶେଷକରି ଜରୁରୀ ସମୟରେ ଡିଜିଟାଲ୍ ପେମେଣ୍ଟ କରିବାକୁ ଚାହୁଁଥିବା ଗ୍ରାହକମାନେ ସମସ୍ୟାରେ ପଡ଼ିପାରନ୍ତି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ୫୦ ପଇସା ପାଇଁ ରେଷ୍ଟୁରାଣ୍ଟକୁ ୧୦ ହଜାର ଟଙ୍କା ଜରିମାନା! ଗ୍ରାହକଙ୍କ ଅଭିଯୋଗ ପରେ ଉପଭୋକ୍ତା କମିଶନଙ୍କ କଡ଼ା ନିର୍ଦ୍ଦେଶ

ଗ୍ରାହକମାନେ କ'ଣ କରିବେ?

ଜରୁରୀ UPI ପେମେଣ୍ଟ ଥିଲେ ନିର୍ଦ୍ଧାରିତ ସମୟ ପୂର୍ବରୁ କରିଦିଅନ୍ତୁ।
ଆବଶ୍ୟକ ପଡ଼ିଲେ ନଗଦ ଟଙ୍କା ପାଖରେ ରଖନ୍ତୁ।
କାରବାର ବିଫଳ ହେଲେ ବାରମ୍ବାର ପେମେଣ୍ଟ କରିବା ପରିବର୍ତ୍ତେ ପ୍ରଥମେ ଆକାଉଣ୍ଟ ବାଲାନ୍ସ ଯାଞ୍ଚ କରନ୍ତୁ।
ବ୍ୟାଙ୍କର ଅଫିସିଆଲ୍ ସୂଚନା ଉପରେ ନଜର ରଖନ୍ତୁ

SBI ଗ୍ରାହକମାନେ ଆଜି ଅପରାହ୍ନ ୧ଟା ୧୫ରୁ ୨ଟା ମଧ୍ୟରେ UPI କାରବାର କରିବାରୁ ଦୂରେଇ ରୁହନ୍ତୁ। ଯଦିଓ ଏହା ଏକ ସାମୟିକ ବନ୍ଦ, ତଥାପି ଆଗୁଆ ସତର୍କ ରହିଲେ ଅଯଥା ଅସୁବିଧାରୁ ରକ୍ଷା ପାଇପାରିବେ।