Videos
|
National

Halwa And Upma in Schools / ସ୍କୁଲରେ ପିଲାଙ୍କୁ ମିଳିବ ହାଲଓ୍ବା ଓ ଉପମା, ଜାଣନ୍ତୁ କେଉଁ ସପ୍ତାହରେ କ’ଣ ମିଳିବ

Bikash Mohanty
Browse all articles by Bikash Mohanty
·2 hours ago·1 min read
ସ୍କୁଲରେ ପିଲାଙ୍କୁ ମିଳିବ ହାଲଓ୍ବା  ଓ ଉପମା, ଜାଣନ୍ତୁ କେଉଁ ସପ୍ତାହରେ କ’ଣ ମିଳିବ
School

Key Points

ସ୍କୁଲରେ ପିଲାଙ୍କୁ ମିଳିବ ହାଲଓ୍ବା ଓ ଉପମା
ଉତ୍ତରପ୍ରଦେଶ ସରକାରଙ୍କ ବଡ଼ ନିଷ୍ପତ୍ତି
ଜାଣନ୍ତୁ କେଉଁ ସପ୍ତାହରେ କ’ଣ ମିଳିବ
ଏଣିକି ସ୍କୁଲରେ ମିଳିବ ହାଲଓ୍ବା ଓ ଉପମା। ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ସହିତ ପରିପୂରକ ପୁଷ୍ଟିସାର ଭାବରେ ହାଲଓ୍ବା ଏବଂ ଉପମା ଦିଆଯିବ । ଏହି ସରକାରୀ ନିର୍ଦ୍ଦେଶନାମା ପ୍ରାୟ ଏକ ଲକ୍ଷ ୮୦ ହଜାର ଛାତ୍ରଛାତ୍ରୀ ଲାଭବାନ ହେବେ। ଉତ୍ତରପ୍ରଦେଶରେ ଲାଗୁ ହେବ ଏହି ଯୋଜନା। 

କେଉଁ ସପ୍ତାହରେ ମିଳିବ କେଉଁ ଖାଦ୍ୟ?

ମାସର ପ୍ରଥମ ଓ ତୃତୀୟ ସପ୍ତାହରେ ପିଲାମାନଙ୍କୁ ହାଲଓ୍ବା ଦିଆଯିବ। ସେହିପରି ଦ୍ୱିତୀୟ, ଚତୁର୍ଥ ଓ ପଞ୍ଚମ ସପ୍ତାହରେ ଉପମା ଯୋଗାଇ ଦିଆଯିବ। ସ୍କୁଲରେ ବିରତି ସମୟରେ ଛାତ୍ରଛାତ୍ରୀମାନେ ଏହି ଖାଦ୍ୟ ପାଇପାରିବେ। ପ୍ରତ୍ୟେକ ଛାତ୍ରଙ୍କ ପାଇଁ ଅତି କମରେ ୩୦ ଗ୍ରାମ ସୁଜି ଓ ଅନ୍ୟାନ୍ୟ ପୁଷ୍ଟିକର ଉପାଦାନରେ ଏହି ଖାଦ୍ୟ ପ୍ରସ୍ତୁତ କରାଯିବ।

ପଢନ୍ତୁ ଏହି ଖବର: ରାହୁଲ ଓ କେଜ୍ରିଓ୍ବାଲଙ୍କୁ ସିଧା ନିଶାନା କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହାଲଓ୍ବାରେ କ’ଣ ରହିବ?

ପ୍ରତ୍ୟେକ ଛାତ୍ରଙ୍କ ପାଇଁ ହାଲଓ୍ବା ପ୍ରସ୍ତୁତ କରିବାକୁ ୩୦ ଗ୍ରାମ ସୁଜି, ୫ ଗ୍ରାମ ତେଲ, ୨୨ ଗ୍ରାମ ଚିନି ଓ ୫ ଗ୍ରାମ ଛେଚା ନଡ଼ିଆ ବ୍ୟବହାର କରାଯିବ। ଏଥିସହ ଖାଦ୍ୟ ପ୍ରସ୍ତୁତି ପାଇଁ ଆବଶ୍ୟକ ଜାଳେଣି ମଧ୍ୟ ଯୋଗାଇ ଦିଆଯିବ।

ଉପମାରେ ରହିବ ପନିପରିବା ଓ ବାଦାମ

ଉପମା ପ୍ରସ୍ତୁତି ପାଇଁ ପ୍ରତ୍ୟେକ ଛାତ୍ରଙ୍କ ହିସାବରେ ୩୦ ଗ୍ରାମ ସୁଜି, ୨ ଗ୍ରାମ ତେଲ, ୨୦ ଗ୍ରାମ ଋତୁକାଳୀନ ପନିପରିବା ଓ ୬ ଗ୍ରାମ ବାଦାମ ବ୍ୟବହାର କରାଯିବ। ଏହା ସହ ଆବଶ୍ୟକ ମସଲା, ଲୁଣ ଓ ଜାଳେଣି ମଧ୍ୟ ରହିବ। ଏହି ଯୋଜନା ମାଧ୍ୟମରେ ସ୍କୁଲ ପିଲାଙ୍କୁ ନିୟମିତ ବିରତି ସମୟରେ ପୁଷ୍ଟିକର ଖାଦ୍ୟ ମିଳିପାରିବ।