Videos
|
National

ପାଠ୍ୟକ୍ରମରେ ସାମିଲ ହେବ ବିଶ୍ବପ୍ରସିଦ୍ଧ 'ଡବାବାଲା' କାହାଣୀ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ପାଠ୍ୟକ୍ରମରେ ସାମିଲ ହେବ ବିଶ୍ବପ୍ରସିଦ୍ଧ 'ଡବାବାଲା' କାହାଣୀ

Key Points

  • ମୁମ୍ବାଇ "ଡବାବାଲା"ର କାହାଣୀ ପଢିବେ ସ୍କୁଲପିଲା
  • ପାଠ୍ୟକ୍ରମରେ ସାମିଲ ହେବ ବିଶ୍ବପ୍ରସିଦ୍ଧ ଡବାବାଲା କାହାଣୀ

ଅର୍ଗସ ବ୍ୟୁରୋ : କିଏ ଏହି ଡବାବାଲା ? ୟାର କାହାଣୀ କାହିଁକି ପାଠ୍ୟକ୍ରମରେ ସାମିଲ ହେବ ? ଏମିତି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବା । ଆଜି ଆଣେ ଆପଣଙ୍କୁ କହିବୁ ମୁମ୍ବାଇର ବିଶ୍ବପ୍ରସିଦ୍ଧ ଡବାବାଲାର କାହାଣୀ । ଯାହାଙ୍କ ପାଠ୍ୟକ୍ରମ କେରଳର ସ୍କୁଲର ନବମ କ୍ଲାସର ପିଲା ନିଜ ଇଂରାଜୀ ବହିର ପାଠ୍ୟକ୍ରମରେ ପଢିବାକୁ ପାଇବେ ।  ମୁମ୍ବାଇର ଏହି ଡବାବାଲା ବିଜନେସ ୧୩୦ ବର୍ଷ ପୁରୁଣା ଅଟେ । ପାଠ୍ୟକ୍ରମରେ ଏହା "ଦ ସାଗା ଅଫ ଦ ଟିଫିନ କ୍ୟାରିୟର୍ସ" ନାଁରେ ପଢାଯିବ । ଆସନ୍ତୁ ଜାଣିବା ଏହି ଡବାବାଲାର କାହାଣୀ ।

ମୁମ୍ବାଇର ଏହି ଡବାବାଲା ମୁମ୍ବାଇ ବାସୀଙ୍କୁ ଖାଦ୍ୟ ଡେଲିଭରୀ କରିଥାଏ ।  ମୁମ୍ବାଇ ସହରରେ କାମ କରୁଥିବା ସମସ୍ତ ସରକାରୀ ତଥା ବେସରକାରୀ କର୍ମଚାରୀଙ୍କୁ ଏମାନେ ଖାଦ୍ୟ ପହଞ୍ଚାଇଥାନ୍ତି । ଧଳା ରଙ୍ଗର କୁର୍ତ୍ତା ପାଇଜାମା ସହ , ମୁଣ୍ଡରେ ଗାନ୍ଧୀ ଟୋପି ଲଗାଇ ବେକରେ ରୁଦ୍ରାକ୍ଷ ମାଳା , ପାଦରେ କୋହ୍ଲାପୁରୀ ଚପଲ ପିନ୍ଧି ସାଇକେଲରେ ଅନେକ ଟିଫିନ ବକ୍ସ ଧରି ଯାଉଥିବା ବ୍ୟକ୍ତି ଆପଣ ମୁମ୍ବାଇରେ ଦେଖିବାକୁ ପାଇବେ । ଯାହାକୁ ଡବାବାଲା ବୋଲି ସମସ୍ତେ ଜାଣନ୍ତି । 

ଏହି ସଂସ୍ଥାରେ ପ୍ରାୟ ୫ ହଜାରରୁ ଅଧିକ ଲୋକ ସାମିଲ ଅଛନ୍ତି । ଯେଉଁମାନେ ପ୍ରତିଦିନ ୨ ଲକ୍ଷରୁ ଅଧିକ ଲୋକଙ୍କୁ ଟିଫିନରେ ଖାଦ୍ୟ ପହଞ୍ଚାଇବାର କାମ କରିଥାନ୍ତି । କୁହାଯାଏ ୧୮୯୦ରେ ମହାଦୁ ହବଜୀ ବଚ୍ଚେ ଦ୍ବାରା ଏହାର ଆରମ୍ଭ ହୋଇଥିଲା । ଆରମ୍ଭରେ ମାତ୍ର ୧୦୦ ଜଣ ଗ୍ରାହକ ଏଥିରେ ସୀମିତ ଥିଲେ । କିନ୍ତୁ ଧିରେଧିରେ ଏହାର ଡେଲିଭରୀ ସଂଖ୍ୟା ମଧ୍ୟ ବଢିବାକୁ ଲାଗିଥିଲା । ଏହି ଡବାବାଲା ବିଜନେସ ଦେବଳ ମୁମ୍ବାଇ କିମ୍ବା ଦେଶ ନୁହେଁ, ବିଦେଶର ମଧ୍ୟ ଖୁବ ଚର୍ଚ୍ଚା ଏବଂ ପ୍ରଶଂସାର ବିଷୟ ପାଲଟିଛି । ସେମାନଙ୍କ ଉପରେ ୨୦୧୯ ରେ ଏକ ବ୍ୟଙ୍ଗ ପୁସ୍ତକ ତିଆରି କରାଯାଇଥିଲା । ସେମାନେ ଆଇଆଇଟି ଏବଂ ଏବଂ ଆଇଆଇଏମ ଭଳି ବଡ ସଂସ୍ଥାରେ ମଧ୍ୟ ଲେକ୍ଚର ଦେବାପାଇଁ ଯାଇଥାନ୍ତି । 
ତେବେ ସ୍କୁଲ ପାଠ୍ୟକ୍ରମରେ ସେମାନଙ୍କ କାହାଣୀ ସାମିଲ ହେବା ଜାଣିବା ପରେ ସେମାନେ ଶିକ୍ଷା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

School children will read the story of Mumbai "Dabawala" | Argus News