Videos
|
National

School MDM / ସୋୟା ତରକାରୀରେ ଲୁଣ ଜାଗାରେ ପକାଇଲେ କପଡ଼ା ଧୋଇବା ସର୍ଫ, MDM ଖାଇ ୧୮ ଅସୁସ୍ଥ

Sushanta Sahoo
Browse all articles by Sushanta Sahoo
·2 weeks ago·2 min read
ସୋୟା ତରକାରୀରେ ଲୁଣ ଜାଗାରେ ପକାଇଲେ କପଡ଼ା ଧୋଇବା ସର୍ଫ, MDM ଖାଇ ୧୮ ଅସୁସ୍ଥ
Surf Powder in School Meal Instead of Salt

Key Points

ମଧ୍ୟାହ୍ନ ଭୋଜନରେ ଲୁଣ ବଦଳରେ ସର୍ଫ । ଅସୁସ୍ଥ ହୋଇ ପଡ଼ିଲେ ୧୮ ଛାତ୍ରଛାତ୍ରୀ । ଏଭଳି ଅଭାବନୀୟ ଘଟଣା ନାଳନ୍ଦାରେ ଦେଖିବାକୁ ମିଳିଛି ।
ପାଟନା: ଛୁଆଙ୍କ ଖାଦ୍ୟକୁ ନେଇ ଖେଳ । ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ (MDM)ରେ ଲୁଣ ବଦଳରେ ପକାଇଲେ କପଡ଼ା ଧୋଇବା ପାଇଁ ଉଦ୍ଦିଷ୍ଟ ସର୍ଫ । ସ୍କୁଲ୍‌ରେ ଛୁଆଙ୍କ ପାଇଁ ରୋଷେଇ ହୋଇଥିବା ସୋୟା ତରକାରୀରେ ରୋଷେୟା ଲୁଣ ପରିବର୍ତ୍ତେ ସର୍ଫ ପକାଇ ଦେଇଥିଲେ ।

ଯାହାକୁ ଖାଇବା ପରେ ପ୍ରାୟ ୧୮ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି । ଏଭଳି ଅଘଟଣ ଘଟିଛି ନାଳନ୍ଦାର ଏକ ସ୍କୁଲ୍‌ରେ । ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଡାକ୍ତର ସେମାନଙ୍କ ଚିକିତ୍ସା କରିବା ସହ ସମସ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଥିବା କହିଛନ୍ତି ।

ନାଳନ୍ଦା ଜିଲ୍ଲାର ନୂରସରାୟ ଥାନା ଅନ୍ତର୍ଗତ ପରାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହି ଅଘଟଣ ଘଟିଛି । ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ହୋଇଥିବା ଅବହେଳା ଏବେ ଛୁଆଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି ।

ଏଥିସହ ପଢ଼ନ୍ତୁ: ଶୋଇଥିବା ବେଳେ ଜଳିଗଲା ହୋଟେଲ୍; ଚିକିତ୍ସା ପାଇଁ ଆସିଥିବା ୯ ଜଣଙ୍କ ମୃତ୍ୟୁ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ସମସ୍ତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ପିଲାମାନଙ୍କ ଅଭିଭାବକଙ୍କ ଭିଡ଼ ମେଡିକାଲ୍‌ରେ ଦେଖିବାକୁ ମିଳିଛି । ଡାକ୍ତରଙ୍କ କହିବା ଅନୁସାରେ, ଅଧିକାଂଶ ଛୁଆ ସୁରକ୍ଷିତ ଅଛନ୍ତି । ସମସ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି ।

ସ୍କୁଲ୍‌ର ଶିକ୍ଷକ ଆଶୁତୋଷ କୁମାରଙ୍କ ଅନୁସାରେ, ମଧ୍ୟାହ୍ନ ଭୋଜନ ଅନ୍ୟ ଏକ ସ୍କୁଲ୍‌ରେ ରୋଷେଇ କରାଯାଇ ଏଠାକୁ ଅଣା ଯାଇଥିଲା । ସୋୟା ତରକାରୀରେ ଲୁଣ କମ୍ ଥିଲା । ପିଲାମାନେ ଲୁଣ ମାଗିଥିଲେ । ସେହି ସମୟରେ ଭୁଲ୍‌ରେ ଲୁଣ ବଦଳରେ ସର୍ଫ ଦିଆଯାଇଛି ।

ଆଉ ସୋୟା ତରକାରୀରେ ସର୍ଫ ପକାଇ ଖାଇଥିବା ଛାତ୍ରଛାତ୍ରୀ କିଛି ସମୟ ପରେ ଅସୁସ୍ଥ ହୋଇ ପଡ଼ିଥିଲେ । ପେଟ ଯନ୍ତ୍ରଣା ହେବା ସହ ବାନ୍ତି କରିଥିଲେ । ସ୍ଵାସ୍ଥ୍ୟ ବିଗିଡ଼ିବାରୁ ୧୮ ଜଣଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଏବେ ସମସ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ତେବେ ମଧ୍ୟାହ୍ନ ଭୋଜନରେ ଲୁଣ ବଦଳରେ ଛୁଆଙ୍କୁ କିଏ ଓ କେଉଁ ପରିସ୍ଥିତିରେ ସର୍ଫ ଦେଲା ତାର ଛାନଭିନ୍ ଜାରି ରହିଛି । ଏହି ଘଟଣା ସ୍କୁଲ୍‌ରେ ପିଲାଙ୍କୁ ଦିଆ ଯାଉଥିବା ମଧ୍ୟାହ୍ନ ଭୋଜନର ମାନ ସହ ଖାଦ୍ୟ ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Surf Powder Instead of Salt in MDM: 18 Students Fall Sick | Argus News | Argus News