Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଶାନ୍ତି ଶୃଙ୍ଖଳାର ସହ ସରିଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ 

Smruti Parija
Browse all articles by Smruti Parija
·2 years ago·1 min read
ଶାନ୍ତି ଶୃଙ୍ଖଳାର ସହ ସରିଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ 

ଅର୍ଗସ ବ୍ୟୁରୋ: ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । 13 ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର 88ଟି ଆସନରେ ଭୋଟିଂ ଶେଷ ହୋଇଛି । 1200 ରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍ ଭିତରେ କଏଦ ହୋଇଛି । ଛୋଟ ମୋଟ ହିଂସାକାଣ୍ଡ ଓ ପଶ୍ଚିମବଙ୍ଗର ବାଲୁରଘାଟରେ ତୃଣମୂଳ କଂଗ୍ରେସ କର୍ମୀଙ୍କ ହଙ୍ଗାମା ସହ ଭୋଟିଂ ହୋଇଛି । ତ୍ରିପୁରାରେ ସର୍ବାଧିକ ଭୋଟିଂ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ସବୁଠାରୁ କମ୍ ଭୋଟିଂ ରେକର୍ଡ ହୋଇଛି । 

ସଂଧ୍ୟା 5ଟା ସୁଦ୍ଧା ଛତିଶଗଡରେ 72.13, ତ୍ରିପୁରାରେ 76.23 ଓ ପଶ୍ଚିମବଙ୍ଗରେ 71.84 ପ୍ରତିଶତରୁ ଅଧିକ ଭୋଟିଂ ହୋଇଛି। ତେବେ ମହାରାଷ୍ଟ୍ରରେ 59.19 , ବିହାରରେ 53.13 ଓ ଉତ୍ତରପ୍ରଦେଶରେ 52.64 ପ୍ରତିଶତ ଭୋଟିଂ ହୋଇଛି। ସେହିପରି ଆସାମରେ 70 ପ୍ରତିଶତରୁ ଅଧିକ,  କର୍ଣ୍ଣାଟକରେ 63.90, କେରଳରେ 63.97, ଜମ୍ମୁ ଓ କାଶ୍ମୀରରେ 67.22, ମଧ୍ୟପ୍ରଦେଶରେ 54.58, ରାଜସ୍ଥାନରେ 59.19 ପ୍ରତିଶତ ଭୋଟିଂ ହୋଇଛି ।  ଦ୍ବିତୀୟ ପର୍ଯ୍ୟାୟରେ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା, 5 କେନ୍ଦ୍ରମନ୍ତ୍ରୀ, 2ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ, 3 ଅଭିନେତା ମୈଦାନରେ ଅଛନ୍ତି । ଏହାସହ ରାହୁଲ ଗାନ୍ଧୀ, ଶଶି ଥରୁର, ହେମାମାଳିନୀ ଏବଂ ଅରୁଣ ଗୋଭିଲଙ୍କ ଆସନରେ ମଧ୍ୟ ଭୋଟିଂ ହୋଇଛି ।
 

ଆହୁରି ପଢନ୍ତୁ ରାଜନୀତି ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
second phase of polling was completed with peace and order | Argus News