Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବାକି ଥିବା ୭୦ଟି ଆସନ ପାଇଁ ହେବ ଭୋଟିଂ

Jitendra Dash
Browse all articles by Jitendra Dash
·2 years ago·1 min read
ବାକି ଥିବା ୭୦ଟି ଆସନ ପାଇଁ ହେବ ଭୋଟିଂ

ଅର୍ଗସ ବ୍ୟୁରୋ : ଆସନ୍ତାକାଲି ଛତିଶଗଡ଼ ବିଧାନସଭା ପାଇଁ ଦ୍ବିତୀୟ ପର୍ଯ୍ୟାୟ ମତଦାନ । ବାକି ଥିବା ୭୦ଟି ଆସନ ପାଇଁ ହେବ ଭୋଟିଂ । ଦ୍ବିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଟିଏସ ସିଂଦେଓଙ୍କ ସହ ୮ ମନ୍ତ୍ରୀ, ୪ ସାଂସଦଙ୍କ ସହ 958 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ତେବେ 22ଟି ଜିଲ୍ଲାର ଏହି 70ଟି ଆସନ ପାଇଁ 827 ଜଣ ପୁରୁଷ, 130 ଜଣ ମହିଳା ଏବଂ ଜଣେ କିନ୍ନର ନିର୍ବାଚନ ରଣାଙ୍ଗନରେ ତାଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି । 

ଅଧିକ ପଢନ୍ତୁ ଭାରତ ଖବର

1 କୋଟି 63 ଲକ୍ଷ 14 ହଜାର 479 ଭୋଟର ଏହି ପର୍ଯ୍ୟାୟରେ ମତାଧିକାର ସାବ୍ୟସ୍ତ କରିବେ । 70ଟି ନିର୍ବାଚନ ମଣ୍ଡଳୀରେ ମୋଟ 18 ହଜାର 833ଟି ପୁଲିଂ ବୁଥର ବ୍ୟବସ୍ଥା କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେହିପରି ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି ସରିଥିବା କହିଛନ୍ତି ଛତିଶଗଡ଼ ମୁଖ୍ୟ ନିର୍ବାଚନ ଅଧିକାରୀ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନଭେମ୍ବର 7 ତାରିଖରେ ପ୍ରଥମ ପ୍ରର୍ଯ୍ୟାୟ ଭୋଟିଂ ହୋଇଥିଲା ।  ନକ୍ସଲ ପ୍ରଭାବିତ 20ଟି ଆସନ ପାଇଁ ହୋଇଥିଲା ମତଦାନ । ନଭେମ୍ବର 7ରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ଭୋଟିଂରେ 78 ପ୍ରତିଶତ ମତସାବ୍ୟସ୍ତ କରିଥିଲେ । ସେପଟେ ମଧ୍ୟପ୍ରଦେଶର 230 ଆସନ ପାଇଁ ଆସନ୍ତାକାଲି ହେବ ଭୋଟିଂ । ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
 

Sponsored
Second phase of voting in Chhattisgarh | Argus News