Videos
|
National

Secunderabad Armoury Theft / ସେନା ଅସ୍ତ୍ରାଗାରରୁ ଚୋରି ମାମଲାର ହେଲା ପର୍ଦ୍ଦାଫାଶ; ପୂର୍ବତନ ସେନା ହାବିଲଦାରଙ୍କ ବିରୋଧରେ ଆସିଲା ଅଭିଯୋଗ

Subhramjit Ray
Browse all articles by Subhramjit Ray
·1 hour ago·2 min read
ସେନା ଅସ୍ତ୍ରାଗାରରୁ ଚୋରି ମାମଲାର ହେଲା ପର୍ଦ୍ଦାଫାଶ; ପୂର୍ବତନ ସେନା ହାବିଲଦାରଙ୍କ ବିରୋଧରେ ଆସିଲା ଅଭିଯୋଗ
Secunderabad Armoury Theft

Key Points

ସିକନ୍ଦରାବାଦ ସ୍ଥିତ ୨୦ ମାଡ୍ରାସ ରେଜିମେଣ୍ଟ ଅସ୍ତ୍ରାଗାରରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଚୋରି ଘଟଣାରେ ତଦନ୍ତକାରୀ ଏଜେନ୍ସି ଜଣେ ପୂର୍ବତନ ସେନା ହାବିଲଦାରଙ୍କୁ ଅଭିଯୁକ୍ତ ଭାବରେ ଚିହ୍ନଟ କରିଛି।
Indian Army Arms Recovery:   ହାଇଦ୍ରାବାଦ ସିକନ୍ଦରାବାଦ ସ୍ଥିତ ୨୦ତମ ମାଡ୍ରାସ ରେଜିମେଣ୍ଟ ଅସ୍ତ୍ରାଗାରରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଚୋରି ହେବା ଘଟଣାର ହୋଇଛି ପର୍ଦ୍ଦାଫାଶ। ଏହି ଘଟଣାରେ ହୋଇଥିବା ତଦନ୍ତ ସମୟରେ ଜଣେ ପୂର୍ବତନ ସେନା ହାବିଲଦାର, ଅଭିଯୁକ୍ତ ଭାବରେ ଚିହ୍ନଟ ହୋଇଛନ୍ତି। ପୋଲିସ ଏବଂ ସେନା ଅଧିକାରୀ ଚୋରି ହୋଇଥିବା ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଉଦ୍ଧାର କରିଛନ୍ତି।

ପୂର୍ବତନ ହାବିଲଦାରଙ୍କ ଆସିଲା ବିରୋଧରେ ଅଭିଯୋଗ
ଏହି ଘଟଣାରେ ଚିହ୍ନଟ ହୋଇଥିବା ଅଭିଯୁକ୍ତ ହୋଇଛନ୍ତି ଉପ୍ପୁଥୋଲା ମଲ୍ଲେଶ ଓରଫ ମଲ୍ଲେଶ ଓରଫ୍ ରାଜୁ (୩୭)। ଯିଏ ପ୍ରାୟ ୧୬ ବର୍ଷ ଧରି ଭାରତୀୟ ସେନାର ମାଡ୍ରାସ ରେଜିମେଣ୍ଟର ୨୦ତମ ବାଟାଲିୟନରେ ହାବିଲଦାର ଭାବରେ କାର୍ଯ୍ୟ କରୁଥିଲେ। ସେ ୨୦୧୦ ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ଅନୁଶାସନହୀନତା ଏବଂ ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ୨୦୨୬ ଜୁନ୍ ୩୦ ତାରିଖରେ ଚାକିରିରୁ ବହିଷ୍କାର କରାଯାଇଥିଲା।

କିପରି ହୋଇଥିଲା ଏହି ଚୋରି?
ତଦନ୍ତ ଅନୁସାରେ, ଅଭିଯୁକ୍ତ ସିକନ୍ଦରାବାଦ କ୍ୟାଣ୍ଟନମେଣ୍ଟ କାରଗିଲ ଗେଟ୍ ଦେଇ ପରିସର ମଧ୍ୟରେ ପ୍ରବେଶ କରିଥିଲେ। ଏହା ପରେ ଅସ୍ତ୍ରାଗାରରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଚୋରି କରିଥିବାର ଅଭିଯୋଗ ହୋଇଛି। ଏହା ପରେ ସେ ଚୋରି ସାମଗ୍ରୀକୁ ପ୍ରଥମେ ଦୁଇ ଚକିଆ ଯାନରେ ଏବଂ ପରେ କାର ଯୋଗେ ତେଲେଙ୍ଗାନାର ନାଗରକୁର୍ଣ୍ଣୁଲ ଅଭିମୁଖେ ନେଇ ଯାଇଥିଲେ।

ଜବତ ହେଲା ଅସ୍ତ୍ରଶସ୍ତ୍ର
ଅଭିଯୁକ୍ତଙ୍କୁ ଠାବ କରିବା ପରେ, ତଦନ୍ତକାରୀ ସଂସ୍ଥା ନାଗରକୁର୍ଣ୍ଣୁଲ ଅଞ୍ଚଳରୁ ଚୋରି ହୋଇଥିବା ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଉଦ୍ଧାର କରିଥିଲେ। ଏହାକୁ ଅଭିଯୁକ୍ତ ଏକାକୀ ଚୋରି କରିଥିଲେ ନାଁ ଏଥିରେ ଅନ୍ୟ କେଉଁମାନେ ସାମିଲ ଥିଲେ ତାହା ଜାଣିବା ପାଇଁ ମଧ୍ୟ ଏହି ମାମଲା ତଦନ୍ତ କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କାହିଁକି ଗୁରୁତ୍ୱପୂର୍ଣ୍ଣ ଏହି ମାମଲା?
ଏହି ମାମଲାକୁ ଗମ୍ଭୀର ବୋଲି ବିବେଚନା କରାଯାଉଛି। କାରଣ ଏଥିରେ ଏକ ସୁରକ୍ଷିତ ସୈନ୍ୟ ପରିସର ଏବଂ ଅସ୍ତ୍ରାଗାରରୁ ଅସ୍ତ୍ରଶସ୍ତ୍ର ଚୋରି ହେବା ଘଟଣା ସହ ଜଡି଼ତ। ଏହା ବ୍ୟତୀତ, ଅଭିଯୁକ୍ତ ଜଣେ ବାହାର ଲୋକ ନୁହଁନ୍ତି। ବରଂ ସେ ଜଣେ ପୂର୍ବତନ ସୈନିକ ଯିଏ ବହୁ ବର୍ଷ ଧରି ସେନାରେ କାର୍ଯ୍ୟ କରିଛନ୍ତି। ଏହା ସୁରକ୍ଷା ବ୍ୟବସ୍ଥା ଏବଂ ଅନ୍ତର୍ନିହିତ ସୂଚନାର ସମ୍ଭାବ୍ୟ ବ୍ୟବହାର ଉପରେ ପ୍ରଶ୍ନ ଉଠାଇଥାଏ।