Videos
|
National

Kulgam Encounter / କୁଲଗାମରେ ସୁରକ୍ଷାବାହିନୀର ବଡ଼ ଅପରେସନ୍, ଲସ୍କର କମାଣ୍ଡର ଲତିଫ ଭଟ୍ଟକୁ ଘେରିଲେ ଯବାନ

Santosh Kumar Sahoo
Browse all articles by Santosh Kumar Sahoo
·54 mins ago·2 min read
କୁଲଗାମରେ ସୁରକ୍ଷାବାହିନୀର ବଡ଼ ଅପରେସନ୍, ଲସ୍କର କମାଣ୍ଡର ଲତିଫ ଭଟ୍ଟକୁ ଘେରିଲେ ଯବାନ
Encounter

Key Points

କାଶ୍ମୀରରେ ପୁଣି ଗୁଳି ବିନିମୟ
ଟାର୍ଗେଟରେ ଲସ୍କର କମାଣ୍ଡର ଲତିଫ ଭଟ୍ଟ
ଚାଲିଛି ବଡ଼ ସର୍ଚ୍ଚ ଅପରେସନ୍
ଜମ୍ମୁ-କାଶ୍ମୀରର କୁଲଗାମ୍ ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପୁଣିଥରେ ଗୁଳି ବିନିମୟ ଆରମ୍ଭ ହୋଇଛି । ଅଞ୍ଚଳରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ମୋଷ୍ଟ ୱାଣ୍ଟେଡ୍ କମାଣ୍ଡର ମହମ୍ମଦ ଲତିଫ୍ ଭଟ୍ଟ ଲୁଚି ରହିଥିବା ଆଶଙ୍କା କରାଯାଉଛି । ତାକୁ ଧରିବା ପାଇଁ ଭାରତୀୟ ସେନା, ଜମ୍ମୁ-କାଶ୍ମୀର ପୋଲିସ୍ ଏବଂ ସିଆରପିଏଫ୍ ପକ୍ଷରୁ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଗତ ସୋମବାର ଦିନ କୁଲଗାମ୍‌ର ଲାରୁ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାବାହିନୀ ଜଣେ ଲସ୍କର ଆତଙ୍କବାଦୀକୁ ନିପାତ କରିଥିଲେ । ତେବେ ଏହି ଗୁଳି ବିନିମୟରେ ୧୫ ଲକ୍ଷ ଟଙ୍କାର ପୁରସ୍କାରପ୍ରାପ୍ତ ଆତଙ୍କୀ କମାଣ୍ଡର ଲତିଫ୍ ଭଟ୍ଟ ଆହତ ହୋଇଥିଲେ ମଧ୍ୟ ସେଓ ବଗିଚା ଓ ଜଙ୍ଗଲ ଆଡ଼କୁ ଖସି ପଳାଇବାରେ ସଫଳ ହୋଇଥିଲା । ଏବେ ଲତିଫ୍ ଭଟ୍ଟକୁ କାବୁ କରିବା ପାଇଁ ସୁରକ୍ଷାବାହିନୀ ଆଖପାଖର ପ୍ରାୟ ଦେଢ଼ ଡଜନ ଗାଁକୁ ଘେରାବନ୍ଦୀ କରିଛନ୍ତି । ସନ୍ଦିଗ୍ଧ ସ୍ଥାନଗୁଡ଼ିକରେ ତଲାସୀ ପାଇଁ ଡ୍ରୋନ୍ ଏବଂ ସନ୍ଧାନୀ କୁକୁରର ସହାୟତା ନିଆଯାଉଛି । ଗତ ନଭେମ୍ବର ୧୧ ତାରିଖରେ ସିଆରପିଏଫ୍ ଚୌକି ଉପରେ ହୋଇଥିବା ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହେଉଛି ଲତିଫ୍ ଭଟ୍ଟ ।



ସୁରକ୍ଷା ଏଜେନ୍ସି ଅନୁଯାୟୀ, ନଭେମ୍ବର ୧୧ ​​ତାରିଖରେ ଉମର ନିସାର ଡାର ଏବଂ ଲତିଫ ଭଟ୍ଟ ଆଖରାନରେ ଏକ CRPF ଚେକ୍‌ପୋଷ୍ଟ ଉପରେ ଆକ୍ରମଣ କରିଥିଲେ । ଘଟଣା ପରେ ଉଭୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତଦନ୍ତରୁ ଜଣାପଡିଛି ଯେ ଉମର ନିସାର ଡାର ଗତ ପାଞ୍ଚରୁ ଛଅ ମାସ ଧରି ଲତିଫ ଭଟ୍ଟଙ୍କୁ ଆଶ୍ରୟ ଏବଂ ଅନ୍ୟାନ୍ୟ ସହାୟତା ଯୋଗାଇ ଆସୁଥିଲେ । ଉମର ନିଖୋଜ ହେବା ପରେ, ତାଙ୍କ ପରିବାର କୁଲଗାମ ପୋଲିସ ଷ୍ଟେସନରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ ।

ସୁରକ୍ଷା ଏଜେନ୍ସି ଅନୁଯାୟୀ, ଆକ୍ରମଣ ପରେ ପଳାଇଥିବା ଉମର ନିସାର ଡାର ଏବଂ ଲତିଫ ଭଟ୍ଟଙ୍କୁ ନଭେମ୍ବର ୧୬ ତାରିଖରେ କୁଲଗାମର ଲାରୁ ଅଞ୍ଚଳରେ ସୁରକ୍ଷା ବାହିନୀ ଘେରି ଯାଇଥିଲେ । ଏକ ଏନକାଉଣ୍ଟର ହୋଇଥିଲା, ଯେଉଁଥିରେ ଉମର ନିସାର ଡାର ନିହତ ହୋଇଥିଲା । ଲତିଫ ଭଟ୍ଟ ଖସିଯିବାରେ ସଫଳ ହୋଇଥିଲା । ତାଙ୍କୁ ଖୋଜିବା ପାଇଁ କୁଲଗାମରେ ଏବେ ଏକ ବଡ଼ ସର୍ଚ୍ଚ ଅପରେସନ ଚାଲିଛି । ଉମର ନିସାର ଡାର ପେଶାରେ ଜଣେ ବେକର ଥିଲେ । ସୁରକ୍ଷା ଏଜେନ୍ସି ଅନୁଯାୟୀ, ସେ ଆତଙ୍କବାଦୀ ସଂଗଠନରେ ଯୋଗଦେବା ପୂର୍ବରୁ ଏକ ବେକରିରେ କାମ କରୁଥିଲେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: