ବୁଦ୍ଧିଜୀବୀ କହିଲେ ବଡ଼ପାଟିଆ ଆଉ କେହିନୁହନ୍ତି ପାଣ୍ଡିଆନ

ଢେଙ୍କାନଳ: ବାଜିରାଉତ ମାଟିରୁ ବଡ଼ପାଟିଆଙ୍କୁ ଧର୍ମେନ୍ଦ୍ରଙ୍କ କଟାକ୍ଷ। କହିଲେ ନଖ ଛିଣ୍ଡାଇ ସହିଦ ହେବାର କରୁଛନ୍ତି ନାଟକ। ବୁଦ୍ଧିଜୀବୀ କହିଲେ ବଡ଼ପାଟିଆ ଆଉ କେହିନୁହନ୍ତି ପାଣ୍ଡିଆନ୍॥ ଗ୍ରାଉଣ୍ଡରେ ଅସନ୍ତୋଷ ଦେଖି ସହାନୁଭୂତି ଗୋଟାଇବାକୁ ନୂଆ ଚାଲ। ପ୍ରଶାସକରୁ ନୂଆ ନୂଆ ରାଜନେତା ସାଜିଥିବା ପାଣ୍ଡିଆନଙ୍କ ବୟାନକୁ ନେଇ ପୁଣି ବିବାଦ। ଅବସର ଥିଲା ଢେଙ୍କାନାଳରେ ଗଡ଼ଜାତ ଗାନ୍ଧି ସାରଙ୍ଗଧର ଦାସଙ୍କ ନାମରେ ଡାକଟିକେଟ ଉନ୍ମୋଚନର। କାର୍ଯ୍ୟକ୍ରମର ମୁଖ୍ୟଅତିଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଭାଷଣରେ ସହିଦ ବାଜିରାଉତର ମାଟି ଢେଙ୍କାନାଳର ଗୌରବମୟ ଇତିହାସ ସମ୍ପର୍କରେ ବର୍ଣ୍ଣନା କରୁଥିଲେ। ହଠାତ୍ ଜଣେ ବଡ଼ପାଟିଆ କିପରି ନଖଛିଣ୍ଡାଇ ସହିଦ ହେବର ନାଟକ କରୁଛନ୍ତି ସେ ପ୍ରସଙ୍ଗ ଉଠାଇଥିଲେ କେନ୍ଦ୍ରମନ୍ତ୍ରୀ। ଆଉ ସ୍ମରଣ କରାଇ ଦେଇଥିଲେ ଓଡ଼ିଆ ବାଘ କି ଭୁତ ନୁହନ୍ତି। ଓଡ଼ିଶା ହେଉଛି ସହିଦ ବାଜିରାଉତର ମାଟି।
ତେବେ କିଏ ସେହି ବଡ଼ ପାଟିଆ ଯିଏ ନଖ ଛିଣ୍ଡାଇ ସହିଦ ହେବାର ନାଟକ କରୁଛନ୍ତି। ଗୁରୁବାର ଗଞ୍ଜାମ ବେଲଗୁଣ୍ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଜଣେ ଯୁବକ କାର୍ତ୍ତିକେୟନ୍ ପାଣ୍ଡିଆନ୍ଙ୍କ ଉପରକୁ ଟମାଟୋ ମାରିବାକୁ ଉଦ୍ୟମକରୁଥିବା ବେଳେ ତାଙ୍କୁ କାବୁ କରି ଆତଙ୍କବାଦୀ ଧରାପଡ଼ିବା ଭଳି ନିର୍ଦ୍ଦୁମ ଛେଚି ପକାଇଥିଲେ ବିଜେଡି କର୍ମୀ। ଆଉ ସଭାମଞ୍ଚରେ ଏହି ପ୍ରସଙ୍ଗ ଉଠାଇ ନିଜକୁ ସହିଦ ଭଳି ଚିତ୍ରଣ କରିଥିଲେ 5ଟି ଅଧ୍ୟକ୍ଷ। ତେବେ ରାଜନୀତି ସମୀକ୍ଷକଙ୍କ ଆଶଙ୍କା ରାଜ୍ୟ ସରକାରଙ୍କ ବିରୋଧରେ ତୃଣମୂଳ ସ୍ତରରେ ଜନ ଅସନ୍ତୋଷ ବଢୁଥିବାରୁ ଏହିପରି ପ୍ରାୟୋଜିତ କାଳିମାଡ଼ ଓ ଟମାଟୋ ମାଡ଼ କରି ସହାନୁଭୁତି ହାସଲ ପାଇଁ ଏହା ପାଣ୍ଡିଆନଙ୍କର ଚାଲ ନୁହେଁତ ? ପ୍ରଶାସକରୁ ନୂଆ ନୂଆ ରାଜନେତା ସାଜିଥିବା ପାଣ୍ଡିଆନଙ୍କର ବୟାନକୁ ନେଇ ବିଭିନ୍ନ ସମୟରେ ଦେଖାଦେଇଛି ବିବାଦ। ବିଭିନ୍ନ ସଭାମଞ୍ଚରେ ସେ କହିଥିବା ପ୍ରସଙ୍ଗ ମିଥ୍ୟା ବୋଲି ପରବର୍ତ୍ତି ସମୟରେ ପ୍ରମାଣିତ ହୋଇଛି। ଏବେ ଟମାଟୋ ମାଡ଼ ପ୍ରସଙ୍ଗରେ ନାଁ ନେଇ କେନ୍ଦ୍ରମନ୍ତ୍ରୀ କରିଛନ୍ତି ନିଶାନା। ଆଉ ସ୍ମରଣ କରାଇ ଦେଇଛନ୍ତି ବାଜିରାଉତର ରାଜ୍ୟରେ ସହିଦର ନାଟକ ଚାଲିବନି।
ଅଧିକ ପଢନ୍ତୁ ଓଡ଼ିଶା ଖବର
