Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Seema Haider / ସୀମା ହାଇଦରଙ୍କ ପୁଅ 'ଭାରତୀୟ' ହେବ ନା...

Rashmita Mishra
Browse all articles by Rashmita Mishra
·4 months ago·2 min read
ସୀମା ହାଇଦରଙ୍କ ପୁଅ 'ଭାରତୀୟ' ହେବ ନା...
Seema Haider

Key Points

ଷଷ୍ଠ ଥର ମା' ହେଲେ ସୀମା ହାଇଦର । 
ସୀମା ହାଇଦରଙ୍କ ପୁଅ 'ଭାରତୀୟ' ହେବ ନା...

PUBG ଖେଳୁଥିବା ସମୟରେ ପ୍ରେମ ପାଇବା ପାଇଁ ସୀମା ପାର ହୋଇ ଭାରତ ଆସିଥିବା ସୀମା ହାଇଦର ପୁଣି ଥରେ ମାଆ ହୋଇଛନ୍ତି I ସେ ସଚିନ ମୀନାଙ୍କ ଦ୍ଵିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି । ଏଗାର ମାସ ପୂର୍ବରୁ ସେ ସଚିନଙ୍କ ଝିଅକୁ ମଧ୍ୟ ଜନ୍ମ ଦେଇଛନ୍ତି । ସୀମାଙ୍କ ପ୍ରଥମ ସ୍ବାମୀଙ୍କଠାରୁ ଚାରିଟି ସନ୍ତାନ ଅଛନ୍ତି, ଯାହାକୁ ସେ ୨୦୨୩ ମସିହାରେ ପାକିସ୍ତାନର କରାଚୀରୁ ଭାରତ ଆଣିଥିଲେ I ସୀମା ଏବଂ ସଚିନଙ୍କ ଦ୍ଵିତୀୟ ସନ୍ତାନର ଜନ୍ମ ପୁଣି ଥରେ ପ୍ରଶ୍ନ ଥରେ ପ୍ରଶ୍ନ ଉଠାଇଛି ସେମାନଙ୍କର ନାଗରିକତା କ'ଣ ହେବ?

ବିଗତ ଦିନରେ ଗଣମାଧ୍ୟମ ଆଉ ସୋସିଆଲ ମିଡିଆରେ ସେନସେସନ ପାଲଟିଥିବା ସୀମା ହାଇଦର ଏବେ ପୁଣି ଥରେ ଚର୍ଚ୍ଚାରେ। କେତେବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ, ତ’ କେତେବେଳେ ନ୍ୟାୟିକ ଲଢେଇ ପାଇଁ, ଆଉ କେତେବେଳେ ସୋସିଆଲ ମିଡିଆରେ ଭାଇରାଲ ବୟାନ ପାଇଁ।

ସୂତ୍ର ଅନୁସାରେ, ଗ୍ରେଟର ନୋଏଡାର ଏକ ଘରୋଇ ହସ୍ପିଟାଲରେ ପ୍ରସବ ହୋଇଛି। ଡାକ୍ତରଙ୍କ କଡ଼ା ତଦାରଖରେ ପ୍ରସବ ହୋଇଛି ଏବଂ ମା' ଓ ପିଲା ଉଭୟ ସୁସ୍ଥ ଥିବା ଜଣାପଡ଼ିଛି। ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିବା ପରେ, ତାଙ୍କ ପରିବାର ପୁଅ ଜନ୍ମ ପାଇଁ ମିଠା ବଣ୍ଟନ କରିଛନ୍ତି । ପାଖରେ ଥିବା ଲୋକ ମାନେ ମଧ୍ୟ ଶୁଭକାମନା ଜଣାଇଛନ୍ତି । ରିପୋର୍ଟ ଅନୁଯାୟୀ, ସୀମା ଗତ ବର୍ଷ ମାର୍ଚ୍ଚ ମାସରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏବେ, ପ୍ରାୟ ଏଗାର ମାସ ପରେ, ପରିବାରରେ ଆଉ ଏକ ସନ୍ତାନ ଆସିବା ସହିତ ଆନନ୍ଦ ଦ୍ୱିଗୁଣିତ ହୋଇଯାଇଛି।

ସୀମା ହାଇଦର ପାକିସ୍ତାନରୁ ଭାରତ ଆସିବା ପର ଠାରୁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇ ରହିଛନ୍ତି । PUBG ଖେଳ ମାଧ୍ୟମରେ ତାଙ୍କର ସମ୍ପର୍କ, ପରବର୍ତ୍ତୀ ସମୟରେ ଭାରତ ସ୍ଥାନାନ୍ତର ଏବଂ ଗ୍ରେଟର ନୋଏଡାରେ ତାଙ୍କର ବସତି ତାଙ୍କୁ ଜାତୀୟ ସ୍ତରରେ ଆଲୋଚନାର ବିଷୟ କରିଥିଲା। ଚାଲିଥିବା ତଦନ୍ତ ଏବଂ ଆଇନଗତ ପ୍ରକ୍ରିୟା ମଧ୍ୟରେ ମଧ୍ୟ ତାଙ୍କ ନାମ ଗଣମାଧ୍ୟମରେ ରହିଆସିଛି। ସୀମା ହାଇଦରଙ୍କ ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ଲକ୍ଷ ଲକ୍ଷ ସବସ୍କ୍ରାଇବର୍ ଏବଂ ଫଲୋଅର୍ସ ଅଛନ୍ତି ।
ଏଥିସହ ପଢ଼ନ୍ତୁ: ୨.୯ କୋଟି ଦରମା ଛାଡି ଭାରତକୁ ଫେରିଲେ, ହେଲେ କାହିଁକି ଜାଣନ୍ତୁ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Seema Haider | Will Seema Haider’s Son Get Indian Citizenship? | Argus News