Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Viral Video / ଫଟୋ ଆଉ ସେଲ୍ଫି କାଳ ହେଲା…ପାଣିର ପ୍ରଖରସ୍ରୋତରେ ଭାସିଗଲେ ୩ଜଣ...ଦେଖନ୍ତୁ ଛାତିଥରା ଭିଡିଓ

Ritu Das
Browse all articles by Ritu Das
·3 months ago·2 min read
ଫଟୋ ଆଉ ସେଲ୍ଫି କାଳ ହେଲା…ପାଣିର ପ୍ରଖରସ୍ରୋତରେ ଭାସିଗଲେ ୩ଜଣ...ଦେଖନ୍ତୁ ଛାତିଥରା ଭିଡିଓ
India

Key Points

ଫଟୋ ଆଉ ରିଲ୍ସ କରିବା କାଳ ହୋଇଛି
ରିଲ କରିବା ସହ ଫଟୋ ଉଠାଇବା ପାଇଁ ୫ଜଣ ସାଙ୍ଗ ଏକ ଝରଣାକୁ ଯାଇଥିଲେ
ଗୋଡ଼ ଖସିଯିବାରୁ ୩ଜଣ ବୁଡ଼ିକି ପ୍ରାଣ ହରାଇଛନ୍ତି
ଫଟୋ ଆଉ ରିଲ୍ସ କରିବା କାଳ ହୋଇଛି। ଆଜିକାଲି ସୋସିଆଲ ମିଡିଆରେ ଫେମସ ହେବାପାଇଁ କିଛି ବି କରୁଛନ୍ତି ଯୁବପିଢ଼ି। ଏତେ ବିପଦ ଆଡ଼କୁ ଚାଲିଯାଉଛନ୍ତି ଯେ, ଥରେ ହେଲେ ଭାବୁ ନାହାନ୍ତି। ଆମେ ସବୁବେଳେ ଜାଣିଛେ ପାଣି ସହ ଖେଳିବା ମାନେ ବିପଦକୁ ଟାଣିଆଣିବା। ପାଣିରେ ଖେଳ କେତେ ଯେ ଭୟଙ୍କର ତାହା ଏହି ଖବର ସୂଚାଉଛି। ରିଲ କରିବା ସହ ଫଟୋ ଉଠାଇବା ପାଇଁ ୫ଜଣ ସାଙ୍ଗ ଏକ ଝରଣାକୁ ଯାଇଥିଲେ। ସେଠି ଗାଧୋଇବା ସହ ମସ୍ତି କରୁଥିଲେ। କିନ୍ତୁ ସେମାନେ କେବେ ଭାବି ନ ଥିଲେ ଏହି ପାଣି ତାଙ୍କ ଜୀବନ ନେଇଯିବ। ଏଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ଏକ ଜଳପ୍ରପାତରେ। ଫଟୋ ଉଠାଇବାକୁ ଚେଷ୍ଟା କରୁଥିବା ସମୟରେ ତିନି ଜଣ କିଶୋରୀ ବୁଡ଼ି ମୃତ୍ୟୁବରଣ କରିଛନ୍ତି।



ପ୍ରଖର ସ୍ରୋତ ଝରଣା ୩ଜଣ ଯୁବତୀଙ୍କ ଜୀବନ ନେଇଯାଇଛି। ହୁକୁମ୍ପେଟା ମଣ୍ଡଳର ବୁର୍ଜା ପଞ୍ଚାୟତ ନିକଟ ମୁଲୁଙ୍ଗୁମ୍ମି ଜଳପ୍ରପାତରେ ଏହି ଘଟଣା ଘଟିଛି। ଜାମ୍ବାଭାଲସା ଗାଁର ପାଞ୍ଚ ଜଣ ଝିଅ ଛୁଟିରେ ଜଳପ୍ରପାତକୁ ଯାଇଥିଲେ। ପୋଲିସ କହିଛି ଯେ ଝରଣା ନିକଟରେ ଝିଅମାନେ ଫଟୋ ଏବଂ ସେଲ୍ଫି ଭିଡିଓ ନେଉଥିବା ସମୟରେ ସେମାନଙ୍କ ମଧ୍ୟରୁ ତିନି ଜଣ ଝରଣା ମଝିରେ ଏକ ବଡ଼ ପଥର ଉପରେ ଚଢ଼ିଗଲେ। ପରେ ପାଣିର ସ୍ରୋତ ପ୍ରଖର ହୋଇଥିବାରୁ ଖସିଯାଇ ପାଣିରେ ପଡ଼ିଗଲେ।

ଏହାସହ ପଢ଼ନ୍ତୁ: ସମସ୍ତଙ୍କୁ ଚମକାଇଦେଲେ ୮୯ ବର୍ଷୀୟ ବୃଦ୍ଧା; ୨୭ ମହଲାରୁ ତଳକୁ ଓହ୍ଲାଇଲେ

ପାଖରେ ଥିବା ସ୍ଥାନୀୟ ଲୋକେ ଚିତ୍କାର ଶୁଣିବାରୁ ତୁରନ୍ତ ଯାଇଥିଲେ। ତିନିଜଣଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ପାଣିର ସ୍ରୋତ ପ୍ରଖର ଥିବାରୁ କାହାକୁ ଉଦ୍ଧାର କରିହେଲାନି। କିଛି ଘଣ୍ଟା ପରେ ୩ଜଣଙ୍କର ମୃତଦେହ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲା। ମୃତକମାନଙ୍କ ମଧ୍ୟରୁ ଜଣେ ତୃଷା (୧୭), ରତ୍ନା କୁମାରୀ (୧୬) ଏବଂ ପବିତ୍ରା (୧୬)। ଆଉ ୨ ଜଣ ଝିଅଙ୍କୁ ଅଗ୍ନିଶମ ବାହିନୀ ସୁରକ୍ଷିତ ଉଦ୍ଧାର କରିଛି। ଘଟଣାସ୍ଥଳରେ ପୋଲିସ ଏବଂ ରାଜସ୍ବ ଅଧିକାର ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇଛି। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଏହି ଦୁଃଖଦ ଘଟଣା ଘଟିବାପରେ ଆଲୁର ଜିଲ୍ଲାର ଥିବା ଝରଣା ଗୁଡ଼ିକରେ ସୁରକ୍ଷାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ଏହି ଜିଲ୍ଲାର ଅନେକ ପିକନିକ ସ୍ପଟ ରହିଛି। କିନ୍ତୁ ଅତୀତରେ ଏହି ଝରଣାରେ ବୁଡ଼ି ଅନେକ ଜଣ ପ୍ରାଣ ହରାଇଥିବା ସୂଚନାରୁ ଜଣାପଡ଼ିଛି।

ଅଧିକାରୀ ମାନେ କହିଛନ୍ତି କେତେକ ପର୍ଯ୍ୟଟକ ଚେତାବନୀକୁ ନ ମାନି ନିଷେଦ୍ଧାଞ୍ଚଳକୁ ଯାଇ ଫଟୋ ଏବଂ ଭିଡିଓ କରୁଛନ୍ତି। ସ୍ଥାନୀୟ ଲୋକ ଏହି ଘଟଣା ଘଟିବାପରେ ଏଭଳି ପର୍ଯ୍ୟଟନ ସ୍ଥଳୀ ନିକଟରେ ପୋଲିସ ବଳ ସହ ସଚେତନ ବୋର୍ଡ ଏବଂ ବ୍ୟାରିକେଡ ବ୍ୟବସ୍ଥା ତୁରନ୍ତ କରିବାକୁ ଦାବି କରିଛନ୍ତି।









Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Selfie Turns Tragic Three Swept Away In Strong Water Current | Argus News