Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଏନକାଉଣ୍ଟରରେ 29  ନକ୍ସଲ ସଫା: ଶାହ କହିଲେ ଏବେ ଏତିକି ଆଗକୁ...

National

ଏନକାଉଣ୍ଟରରେ 29  ନକ୍ସଲ ସଫା: ଶାହ କହିଲେ ଏବେ ଏତିକି ଆଗକୁ...

Manini Pattanayak
Browse all articles by Manini Pattanayak
·2 years ago·1 min read
ଏନକାଉଣ୍ଟରରେ  29  ନକ୍ସଲ ସଫା:  ଶାହ କହିଲେ ଏବେ ଏତିକି ଆଗକୁ...

ମାଲକାନଗିରି:  ଛତିଶଗଡ଼ କାଙ୍କେର ଜିଲ୍ଲାରେ ଏନକାଉଣ୍ଟରରେ ନିହତ 29 ହାର୍ଡକୋର ମାଓବାଦୀଙ୍କ ମୃତଦେହ ଜବତ ।  7ରୁ ଅଧିକ AK47 ରାଇଫଲ ସମେତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ଏନକାଉଣ୍ଟରରେ  ଜଣେ BSF ଇନସ୍ପେକ୍ଟରଙ୍କ ସହ 2 ଜଣ DRG ଯବାନ ଆହତ ହୋଇଛନ୍ତି । ଅପରେସନରେ ସାମିଲ ଯବାନଙ୍କୁ ଶୁଭେଚ୍ଛା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

ବିକାଶ, ଶାନ୍ତି ଓ ଯୁବପିଢିଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ନକ୍ସଲବାଦ ବଡ ସମସ୍ୟା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଦେଶରୁ ମାଓ ସମସ୍ୟା ମୁକ୍ତ କରିବାକୁ ଚାଲିଛି ଅଭିଯାନ । ସରକାରଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଓ ସୁରକ୍ଷା କର୍ମୀଙ୍କ ପ୍ରୟାସ ଯୋଗୁଁ ମାଓ ସମସ୍ୟା ଛୋଟ ଅଂଚଳରେ ସୀମିତ ରହିଛି। ଖୁବଶୀଘ୍ର ଛତିଶଗଡ ସହ ସାରା ଦେଶ ମାଓ ସମସ୍ୟାରୁ ମୁକ୍ତ ହେବ ବୋଲି ଅମିତ ଶାହ ଦୃଢୋକ୍ତି କରିଛନ୍ତି । ସେପଟେ ହିଂସା ଛାଡ଼ି ମୁଖ୍ୟସ୍ରୋତରେ ମିଶିବାକୁ ଲାଲବାହିନୀଙ୍କୁ ଆହ୍ବାନ ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ । ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ୍ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Senior leader among 29 Naxalites killed in Chhattisgarh encounter | Argus News