Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଲତା ମଙ୍ଗେସକରଙ୍କ 95 ତମ ଜନ୍ମ ବାର୍ଷିକୀରେ 

National

ଲତା ମଙ୍ଗେସକରଙ୍କ 95 ତମ ଜନ୍ମ ବାର୍ଷିକୀରେ 

Smruti Parija
Browse all articles by Smruti Parija
·1 year ago·1 min read
ଲତା ମଙ୍ଗେସକରଙ୍କ 95 ତମ ଜନ୍ମ ବାର୍ଷିକୀରେ 

 ଅର୍ଗସ ବ୍ୟୁରୋ: ଆଜି ସ୍ବର ସାମ୍ରାଙ୍ଗୀ ଲତା ମଙ୍ଗେସକରଙ୍କ ଜନ୍ମ ବାର୍ଷିକ । 95ତମ ଜନ୍ମ ବାର୍ଷିକୀରେ ଲତା ଦିଦିଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାନ ଗାୟିକାଙ୍କୁ ଝୁରୁଛି ସାରା ଭାରତ । ଭାରତର କୋକିଳ କଣ୍ଠି ତଥା ଭଏସ ଅଫ ଦ ମିଲେନିୟମ ଲତା ମଙ୍ଗେଶକରଙ୍କ ଜନ୍ମ ବାର୍ଷିକୀ । ୨୮ ସେପଟେମ୍ବର ୧୯୨୯ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ ଲତା ମଙ୍ଗେସକର। ସେ ଆଉ ନାହାନ୍ତି ସତ ହେଲେ ଆଜି ବି ସମସ୍ତଙ୍କ ମନରେ ଅଛନ୍ତି । ୮ ଦଶନ୍ଧୀ ଧରି ପ୍ଲେ ବ୍ୟାକ୍ ସିଙ୍ଗର ଲତା ଦିଦିଙ୍କ ଲୋକପ୍ରିୟ ଗୀତରେ ଝୁମିଛନ୍ତି ଶ୍ରୋତା । ଆଜି ବି ତାଙ୍କ ପ୍ରତିଟି ଗୀତ ସମସ୍ତଙ୍କ ମୁହଁରେ ରହିଛି ।

ମାତ୍ର ୫ବର୍ଷ ବୟସରୁ ଲତା ତାଙ୍କ ବାପାଙ୍କ ପାଖରୁ ସଙ୍ଗୀତ ଶିକ୍ଷା କଲେ। ବାପାଙ୍କ ମୃତ୍ୟୁ ପରେ ଘର ଚଳାଇବାର ଦାୟିତ୍ବ ଲତାଙ୍କ ଉପରକୁ ଆସିଲା । ସଙ୍ଗୀତକୁ ପେସା କରି ସେ ଆଗକୁ ବଢ଼ିଲେ । କେବଳ ହିନ୍ଦୀ ନୁହେଁ, ୩୬ଟି ଭାଷାରେ ଲତା ଗୀତ ଗାଇଛନ୍ତି। ସଙ୍ଗୀତ ଜଗତକୁ ତାଙ୍କର ଅବଦାନ ପାଇଁ ୨୦୦୧ରେ ସେ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରତ୍ନ’ରେ ସମ୍ମାନିତ ହୋଇଥିଲେ। ୨୦୨୨ ଫେବୃଆରୀ ୬ରେ ୯୨ ବର୍ଷ ବୟସରେ ଲତା ମଙ୍ଗେସକର ପ୍ରାଣ ହରାଇଥିଲେ । ସେ ଦୁନିଆରେ ଆମ ଗହଣରେ ନାହାନ୍ତି ସତ ..ହେଲେ ଆଜି ବି ତାଙ୍କ ସ୍ୱର ଅମର ।

ଆହୁରି ପଢନ୍ତୁ ଓଡିଶା ଖବର... 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
september-28-lata-mangeshkar-birth-anniversary | Argus News