Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - କାହିଁକି ବଲିଉଡର ସୁପରଷ୍ଟାରଙ୍କୁ ମିଳିଲାନି ନିମନ୍ତ୍ରଣ ?

National

କାହିଁକି ବଲିଉଡର ସୁପରଷ୍ଟାରଙ୍କୁ ମିଳିଲାନି ନିମନ୍ତ୍ରଣ ?

Banajyotshna Ray
Browse all articles by Banajyotshna Ray
·2 years ago·1 min read
କାହିଁକି ବଲିଉଡର ସୁପରଷ୍ଟାରଙ୍କୁ ମିଳିଲାନି ନିମନ୍ତ୍ରଣ ?

ଅର୍ଗସ ବ୍ୟୁରୋ: ଗଗନ ପବନ ପ୍ରକମ୍ପିତ । ଚାରିଆଡେ ଜୟ ଶ୍ରୀରୀରାମ ଧ୍ୱନି।   ପ୍ରଭୁ ଆସିଲେ ଅଯୋଧ୍ୟା।   ବିରାଜମାନ କରିଲେ  ଭବ୍ୟ ରାମ ମନ୍ଦିରରେ।   ଦୀର୍ଘ ୫୦୦ ବର୍ଷର ଅପେକ୍ଷାର ହେଲା ଅନ୍ତ।  ଶୁଭ ମୁହୂର୍ତ୍ତରେ ହେଲା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା। ଗର୍ଭଗୃହରେ ପ୍ରତିଷ୍ଠା ହୋଇଛନ୍ତି ଶ୍ରୀରାମ ଲଲା।   ରାମଙ୍କ ମୂର୍ତ୍ତି ମନକୁ କରୁଛି ପ୍ରଫୁଲିତ । ଏହି ବିଶେଷ କାର୍ଯ୍ୟ ପାଇଁ ୧୧୦୦୦ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି।

ସିନେମା ଜଗତର ଅନେକ ସେଲିବ୍ରିଟି ଏଠାରେ ପହଞ୍ଚିଛନ୍ତି। କ୍ୟାଟ୍ରିନା କୈଫ, ବିକି କୌଶଳ, ରଣବୀର କପୁର, ଆଲିଆ ଭଟ୍ଟ, ମାଧୁରୀ ଦୀକ୍ଷିତଙ୍କ ସମେତ ଅନେକ ତାରକା ଅଯୋଧ୍ୟା ପହଞ୍ଚିଛନ୍ତି। ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି। କିନ୍ତୁ ଏହି ମହାନ ସମାରୋହରେ ଅନେକ ସୁପରଷ୍ଟାରଙ୍କୁ ନିମନ୍ତ୍ରଣ କରାଯାନାହିଁ।

ଏହି ତାଲିକାରେ ଅନେକ ନାମ ଅଛି। ଯେଉଁମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରିତ ହୋଇନାହାନ୍ତି। ଏହି ତାଲିକାର ପ୍ରଥମ ନାମ ହେଉଛି ଶାହାରୁଖ ଖାନ। କିଙ୍ଗ ଖାନଙ୍କ ନିକଟକୁ ନିମନ୍ତ୍ରଣ ପଠାଯାଇନାହିଁ। ଏହି ନିମନ୍ତ୍ରଣ ପଠାଇବା ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଏପରିକି ସଲମାନ ଖାନ,  ଅମୀର ଖାନ, ଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇନାହିଁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus Whatsapp Channel Mobile Top
Sponsored
Shah Rukh Khan & Other Celebs Who Reportedly Won't Attend Pran-Pratishtha | Argus News