Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ନେପାଳର ଗଣ୍ଡୁକି ନଦୀ କୂଳରୁ ଆସିଲା ଶାଳଗ୍ରାମ, ତିଆରି ହେବେ ରାମଲାଲା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ନେପାଳର ଗଣ୍ଡୁକି ନଦୀ କୂଳରୁ ଆସିଲା ଶାଳଗ୍ରାମ, ତିଆରି ହେବେ ରାମଲାଲା

ଅର୍ଗସ ବ୍ୟୁରୋ :  ନେପାଳର ଗଣ୍ଡୁକି ନଦୀ କୂଳରୁ ଆସିଥିବା ବିଶାଳ ଶାଳଗ୍ରାମ ଶିଳାରୁ ତିଆରି ହେବ ପ୍ରଭୁ ଶ୍ରୀରାମ ଏବଂ ମାତା ଜାନକୀଙ୍କ ବିଗ୍ରହ . ଏଥିସହ ରାଜସ୍ଥାନ ଏବଂ କର୍ଣ୍ଣାଟକରୁ ଆସିଥିବା ଦୁର୍ମୂଲ୍ୟ ପଥରରେ ତିଆରି ହେବ ଲକ୍ଷ୍ମଣ, ଭରତ, ଶତୃଘ୍ନ ଏବଂ ପ୍ରଭୁ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା କରାଯିବ . ଆଗକୁ ଜାନୁଆରୀ ୨୨ ତାରିଖରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପର୍ତିଷ୍ଠା କରାଯିବ. ସେନେଇ ଖୁବ ତୀବ୍ର ବେଗରେ ଆଗେଇ ଚାଲିଛି ପ୍ରଭୁ ରାମଲାଲାଙ୍କ ଶ୍ରୀରାମ ମନ୍ଦିରର କାରୁକାର୍ଯ୍ୟ.

ଅଧିକ ପଢନ୍ତୁ : 2024 ଜାନୁଆରୀ 22 ତାରିଖରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା

ଖୁବଶୀଘ୍ର ଏହି ପଥରରେ ପ୍ରଭୁ ରାମଲାଲାଙ୍କ ବିଗ୍ରହ ସ୍ଥାପନା କରାଯିବ ବୋଲି ଶିଳ୍ପୀ କହିଛନ୍ତି. ଏଥିସହ ଅଯୋଧ୍ୟାର ନୂତନ ମନ୍ଦିର ପରିସରରେ ଶୋଭା ପାଇବ ପ୍ରଭୁ ଶ୍ରୀରାମଙ୍କ ସମସ୍ତ ଲୀଳା, ସେଥିପାଇଁ ପ୍ରସ୍ତୁତ ହେଉଛି ପ୍ରଭୁ ଶ୍ରୀରାମଙ୍କ ସମସ୍ତ ଲୀଳାର ମୂର୍ତ୍ତି। ଏବେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ ହୋଇନଥିବା ବେଳେ ଡିସେମ୍ବର ଶେଷ ସୁଦ୍ଧା କାର୍ଯ୍ୟ ଶେଷ ହେବ।ର ସୂଚନା ରହିଛି।
 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shaligram came from the banks of the Ganduki River in Nepal | Argus News