Sheikh Hasina / ଦୁଇ ବର୍ଷ ପରେ ସାମ୍ନାକୁ ଆସିବେ ଶେଖ୍ ହସିନା; ଦିଲ୍ଲୀରୁ କରିବେ ବାଂଲାଦେଶ ଫେରିବାର ଘୋଷଣା
·1 day ago·2 min read

Key Points
ଏବେ ଠିକ୍ ୨ ବର୍ଷ ପରେ ଅର୍ଥାତ୍ ଅଗଷ୍ଟ ୫ ତାରିଖରେ ଶେଖ୍ ହସିନା ତାଙ୍କ ନୀରବତା ଭାଙ୍ଗିବାକୁ ଯାଉଛନ୍ତି । ୨ ବର୍ଷ ପରେ ହସିନା ପ୍ରଥମଥର ଗଣମାଧ୍ୟମ ସାମ୍ନାକୁ ଆସି ସ୍ଵଦେଶ ଫେରିବା ଲାଗି ଭର୍ଚୁଆଲ୍ରେ ରୋଡ୍ ମ୍ୟାପ୍ ଜାରି କରିବେ ।
ନୂଆଦିଲ୍ଲୀ: ଛାତ୍ର ଓ ଯୁବବର୍ଗର (Gen-Z) ଉଗ୍ର ଆନ୍ଦୋଳନ । ଜୀବନ ବଞ୍ଚାଇ ଢାକା ଛାଡ଼ିଥିଲେ ଶେଖ୍ ହସିନା । ସେଦିନ ଥିଲ ୨୦୨୪ ମସିହା ଅଗଷ୍ଟ ୫ ତାରିଖ । ଠିକ୍ ୨ ବର୍ଷ ତଳେ ଢାକା ଛାଡ଼ି ନୂଆଦିଲ୍ଲୀରେ ଆଶ୍ରୟ ନେଇଥିଲେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ।
ସେବେଠୁ ହସିନା ଭାରତରେ କଡ଼ା ସୁରକ୍ଷାରେ ଅଛନ୍ତି । ଆଉ ଏବେ ଠିକ୍ ୨ ବର୍ଷ ପରେ ଅର୍ଥାତ୍ ଅଗଷ୍ଟ ୫ ତାରିଖରେ ଶେଖ୍ ହସିନା ତାଙ୍କ ନୀରବତା ଭାଙ୍ଗିବାକୁ ଯାଉଛନ୍ତି । ୨ ବର୍ଷ ପରେ ହସିନା ପ୍ରଥମଥର ଗଣମାଧ୍ୟମ ସାମ୍ନାକୁ ଆସି ସ୍ଵଦେଶ ଫେରିବା ଲାଗି ଭର୍ଚୁଆଲ୍ରେ ରୋଡ୍ ମ୍ୟାପ୍ ଜାରି କରିବେ ।
ଶେଖ ହସିନାଙ୍କ ଏହି ସମ୍ବୋଧନ କାର୍ଯ୍ୟକ୍ରମ ଦିଲ୍ଲୀ ସ୍ଥିତ ଫରେନ୍ କରେସ୍ପଣ୍ଡେଣ୍ଟସ୍ କ୍ଲବ୍ ଅଫ୍ ସାଉଥ୍ ଏସିଆ (FCC South Asia) ପକ୍ଷରୁ ଆୟୋଜନ କରାଯାଉଛି । ଅଗଷ୍ଟ ୫ ତାରିଖ ସନ୍ଧ୍ୟା ୬ଟାରୁ ନେଇ ସାଢ଼େ ୭ଟା ପର୍ଯ୍ୟନ୍ତ ହସିନାଙ୍କ ଅଲନାଇଲନ୍ କାର୍ଯ୍ୟକ୍ରମର ସିଧା ପ୍ରସାରଣ କ୍ଲବ ସହ ଜଡ଼ିତ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ହେବ ।
ଏଥିସହ ପଢ଼ନ୍ତୁ: ଇରାନ ସହ ପୁଣି କଥାବାର୍ତ୍ତା ପୂର୍ବରୁ ଟ୍ରମ୍ପ ଦେଲେ ନିଆଁ ଲଗା ମନ୍ତବ୍ୟ
ଦିଲ୍ଲୀରୁ କରିବେ ସମ୍ବୋଧନ
ଏହି କାର୍ଯ୍ୟକ୍ରମ ଦିଲ୍ଲୀର ମଥୁରା ରୋଡ୍ ସ୍ଥିତ 'ସର ମାର୍କ ଟଲୀ ଅଡିଟୋରିୟମ'ରେ ଆୟୋଜିତ ହେଉଛି । ଏଥିରେ ଶେଖ୍ ହସିନାଙ୍କ ସହ ତାଙ୍କ ପୁଅ ସଜୀବ ୱାଜେଦ ଜୟ ଓ ଆୱାମୀ ଲିଗ୍ର ପ୍ରମୁଖ ନେତା, ପୂର୍ବତନ ଶିକ୍ଷା ମନ୍ତ୍ରୀ ମହିବୁଲ ହସନ ଚୌଦୁରୀ ନୌଫେଲ ସାମିଲ୍ ହେବେ ।
କୁହାଯାଉଛି, ଏହି କାର୍ଯ୍ୟକ୍ରମରେ ହସିନା ବାଂଲାଦେଶ ଫେରିବା ନେଇ ଘୋଷଣା କରିବେ । ଗତମାସରେ ଏକ ସାକ୍ଷାତକାରରେ ହସିନା କହିଥିଲେ, "ମୋତେ ହତ୍ଯା କରାଯାଇପାରେ, ଗିରଫ କରାଯାଇପାରେ ଅଥବା ଜେଲ୍ ପଠାଇ ଦିଆଯାଇପାରେ । ମୁଁ ଯାହା କରୁଛି ଜାଣିଛି, ତଥାପି ଫେରିବାକୁ ଯାଉଛି, କାରଣ ମୋ ଜନତା ମୋତେ ଡାକୁଛନ୍ତି ।"
ଅନ୍ୟପଟେ ଢାକାରେ ଆଇନ୍ ମନ୍ତ୍ରୀ ଅସୁଜ୍ଜମା ହସିନାଙ୍କ ଫେରିବାକୁ କାଉଣ୍ଟର କରିଛନ୍ତି । କହିଛନ୍ତି, "ଭାରତରୁ ଫେରିବା ମାତ୍ରେ ହସିନାଙ୍କୁ ତୁରନ୍ତ ଗିରଫ କରି ନିଆଯିବ । ସେହିଭଳି ବାଂଲାଦେଶର ବିଏନପି ସରକାରର ଉପମମନ୍ତ୍ରୀ ଇଶରାକ ହୁସୈନ ଏହାକୁ ହସିନାଙ୍କ ରାଜନୈତିକ ଷ୍ଟଣ୍ଟର ଆଖ୍ୟା ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ବିଦ୍ରୋହ ଭୟରେ ପୁଣି ଧାର୍ମିକ କାର୍ଡ ଖେଳିଲା ପାକିସ୍ତାନ ସେନା; ହିନ୍ଦୁଙ୍କ ସହ ବନ୍ଧୁତା କରିବା ପାଇଁ ଆଫଗାନଙ୍କୁ କହିଲା 'କାଫିର'
କାହିଁକି ଅଗଷ୍ଟ ୫ ?
୨୦୨୪ ଅଗଷ୍ଟ ୫ ତାରିଖରେ ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପଶିବା ପରେ ହସିନା ଇସ୍ତଫା ଦେଇଥିଲେ ଏବଂ ଭଉଣୀ ଶେଖ ରେହାନଙ୍କ ସହ ସୈନ୍ୟ ବିମାନରେ ଭାରତ ପଳାଇ ଆସିଥିଲେ । ତ୍ରିପୁରାର ଅଗରତାଲାରେ ଓହ୍ଲାଇ ସେଠାରୁ ବାୟୁସେନାର C-130J ବିମାନରେ ହିଣ୍ଡନ ଏୟାରବେସ୍ ପହଞ୍ଚିଥିଲେ । ସେବେଠୁ ହସିନା ଲୁଟିୟନ୍ସ ଦିଲ୍ଲୀର ଏକ ସୁରକ୍ଷିତ ଘରେ କଡ଼ା ସୁରକ୍ଷା ମଧ୍ୟରେ ଅଛନ୍ତି । ଅଗଷ୍ଟ ୫ରେ ହସିନା ଦେଶ ଛାଡ଼ିଥିଲେ । ଏବେ ଠିକ୍ ସେହି ଦିନ ଜନତାଙ୍କ ସାମ୍ନାକୁ ଆସି ଶେଖ୍ ହସିନା ନିଜ କଥା ରଖିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories