Videos
|
International

Trump Halts Iran Attack / ଇରାନ ସହ ପୁଣି କଥାବାର୍ତ୍ତା ପୂର୍ବରୁ ଟ୍ରମ୍ପ ଦେଲେ ନିଆଁ ଲଗା ମନ୍ତବ୍ୟ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଇରାନ ସହ ପୁଣି କଥାବାର୍ତ୍ତା ପୂର୍ବରୁ ଟ୍ରମ୍ପ ଦେଲେ ନିଆଁ ଲଗା ମନ୍ତବ୍ୟ
Trump Chooses Deal Over Strike on Iran

Key Points

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଦାବି କରିଛନ୍ତି । ଟ୍ରମ୍ପ କହିଛନ୍ତି, "ଇରାନ ଉପରେ ହେବାକୁ ଯାଉଥିବା ଏକ ବଡ଼ ଧରଣର ସୈନ୍ୟ କାର୍ଯ୍ୟାନୁଷ୍ଠାନକୁ ଅଟକାଇ ଦେଇଛି ।"
ନୂଆଦିଲ୍ଲୀ: ଟ୍ରମ୍ପ ଅଟକାଇ ଦେଲେ ବଡ଼ ଧରଣର ସୈନ୍ୟ ଆକ୍ରମଣ । ପୁଣି ଇରାନ ସହ ଆରମ୍ଭ ହେବ ଆଲୋଚନା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଦାବି କରିଛନ୍ତି । ଟ୍ରମ୍ପ କହିଛନ୍ତି, "ଇରାନ ଉପରେ ହେବାକୁ ଯାଉଥିବା ଏକ ବଡ଼ ଧରଣର ସୈନ୍ୟ କାର୍ଯ୍ୟାନୁଷ୍ଠାନକୁ ଅଟକାଇ ଦେଇଛି ।"

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ପ୍ରସ୍ତାବିତ ଆକ୍ରମଣ ବହୁତ ବଡ଼ ଥିଲା । ଯାହାକି ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ସବୁଠୁ ବଡ଼ ସୈନ୍ୟ ଅଭିଯାନ ହୋଇଥାନ୍ତା । ସାଉଦି ଆରବ, ୟୁଏଇ, କତାର ଓ ଇରାନ ସୈନ୍ୟ ଅଭିଯାନ ଟାଳିବାକୁ ନିବେଦନ କରିଛନ୍ତି ।"

ଏଥିସହ ପଢ଼ନ୍ତୁ: ସାଉଦି କାର୍ଯ୍ୟାନୁଷ୍ଠାନରେ ଥରହର ଇରାକ; ୧୮ ମୃତ; ୩୨ ଆହତ 

ଏୟାର ଫୋର୍ସ ୱାନରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ କହିଛନ୍ତି, ଆମେରିକା ସେନା ଆକ୍ରମଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲା । କିନ୍ତୁ ସହଯୋଗୀ ଦେଶ କୂଟନୀତିକ ସମାଧାନକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଥିଲେ ।

ଟ୍ରମ୍ପଙ୍କ ଅନୁସାରେ, ସାଉଦି ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କୁ ପଚାରିଥିଲେ ଆକ୍ରମଣ ନା ଚୁକ୍ତି କେଉଁଟି ଭଲ ହେବ । ଯାହାର ଉତ୍ତର ମିଳିଥିଲା ବୁଝାମଣା ଠିକ୍ ହେବ । କାରଣ ଯୁଦ୍ଧ କେଉଁ ପର୍ଯ୍ୟନ୍ତ ଯିବ, ତାର କୌଣସି ଅନୁମାନ କରାଯାଇ ପାରିବ ନାହିଁ ।

ହର୍ମୁଜ ଓ ପରମାଣୁ କାର୍ଯ୍ୟକ୍ରମ ଉପରେ ଆଲୋଚନା

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, "ସୋମବାର ଠାରୁ କଥାବାର୍ତ୍ତା ଆରମ୍ଭ ହେବ । ଆଲୋଚନାରେ ହର୍ମୁଜ୍ ପ୍ରଣାଳୀ ଓ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଚର୍ଚ୍ଚା ହେବ ।" ତେବେ ଇରାନ ଓ ଆମେରିକା ମଧ୍ୟରେ ଆଲୋଚନା କେଉଁଠି ହେବ, ଏଥିରେ କେଉଁମାନେ ସାମିଲ୍ ହେବେ ସେନେଇ ଟ୍ରମ୍ପ କିଛି କହି ନାହାନ୍ତି ।

ଆମେରିକା ଓ ଇରାନ ମଧ୍ୟରେ ସିଧାସଳଖ ଆଲୋଚନା ଜାରି ରଖିବା, ସମ୍ପୂର୍ଣ୍ଣ କ୍ଷେତ୍ରରେ ଆକ୍ରମଣ ରୋକିବା, ଇରାକରେ ଇରାନ୍ ସମର୍ଥିତ ଗୋଷ୍ଠୀର ଗତିବିଧି ବନ୍ଦ କରିବା ଓ ବଦଳର ଆମେରିକା ତାର ସମସ୍ତ ସେନାକୁ ପ୍ରତ୍ୟାହାର କରି ଇରାନର ତୈଳ ରପ୍ତାନୀକୁ ଅନୁମତି ଦେବା ଆଲୋଚନାର ଅଂଶ ହେବ ।

ଏଥିସହ ପଢ଼ନ୍ତୁ: ଜୋରଦାର ବିସ୍ଫୋରଣ ସହ ଅଚାନକ ଉଠିଲା ଅଗ୍ନି ଶିଖା; ସାମ୍ନାକୁ ଆସିଲା ଭିଡ଼ିଓ 

ଟ୍ରମ୍ପଙ୍କ ଦାବିକୁ ଇରାନର ଅଗ୍ରାହ୍ୟ

ସେପଟେ ଇରାନ, ଟ୍ରମ୍ପଙ୍କ ଦାବିକୁ ଖାରଜ କରି ଦେଇଛି । ଇରାନର ସରକାରୀ ଗଣମାଧ୍ୟମ ଏହାକୁ ଟ୍ରମ୍ପଙ୍କ ନୂଆ ମିଛ କହିଛି । ଇରାନ ଅନୁସାରେ, ଆମ ସେନା ସମ୍ପୂର୍ଣ୍ଣ ସତର୍କ ରହିଛି । ଯେବେ ପର୍ଯ୍ୟନ୍ତ ଆମେରିକା ଶତ୍ରୁତାପୂର୍ଣ୍ଣ କାର୍ଯ୍ୟକଳାପ ଜାରି ରଖିବ, ସେବେ ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀ ପୁଣି ଥରେ ଖୋଲାଯିବ ନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Trump Halts Major Military Strike on Iran, Peace Talks to Resume | Argus News | Argus News