Videos
|
National

ବିଜୁଳି ପଡି ଭାଙ୍ଗୁଛି ଶିବଲିଙ୍ଗ

Arpita Mohanty
Browse all articles by Arpita Mohanty
·2 years ago·2 min read
ବିଜୁଳି ପଡି ଭାଙ୍ଗୁଛି ଶିବଲିଙ୍ଗ

Key Points

  • ୧୨ ବର୍ଷରେ ଥରେ ମନ୍ଦିରରେ ପଡୁଛି ବିଜୁଳି
  • ଭାଙ୍ଗୁଛି ଶିବଲିଙ୍ଗ

ଅର୍ଗସ ବ୍ୟୁରୋ: ଭାରତରେ ଏମିତି ଏକ ମନ୍ଦିର ରହିଛି ଯେଉଁ ମନ୍ଦିରରେ ବିଜୁଳି ପଡ଼େ ଆଉ ଶିବଲିଙ୍ଗ ଭାଙ୍ଗି ବି ଯାଏ କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହାକୁ ଅଶୁଭ ମନାଯାଇନଥାଏ। ତେବେ ଏହା କାହିଁକି ହୋଇଥାଏ କଣ ରହିଛି ଏହା ପଛରେ ରହସ୍ୟ ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ।

 

ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କର ବିଶେଷ ସ୍ଥାନ ରହିଛି। ଭାରତରେ ଶିବଙ୍କର ଅନେକ ରହସ୍ୟମୟ ମନ୍ଦିର ରହିଛି। ଯାହାକୁ ନେଇ ଭିନ୍ନ ଭିନ୍ନ ମାନ୍ୟତା ମଧ୍ୟ ରହିଛି। ଶିବଙ୍କର ଏମିତି ଏକ ରହସ୍ୟପୂର୍ଣ୍ଣ ମନ୍ଦିର ହିମାଞ୍ଚଳ ପ୍ରଦେଶର କୁଲ୍ଲୁରେ ରହିଛି ଯାହାକୁ ବିଜୁଳି ମହାଦେବ ମନ୍ଦିର ନାମରେ ସମସ୍ତେ ଜାଣିଥାନ୍ତି। ଏହା ମାନ୍ୟତା ରହିଛି ଯେ ପ୍ରତି ୧୨ ବର୍ଷରେ ଥରେ ଏହି ମନ୍ଦିରରେ ବିଜୁଳି ପଡ଼ିଥାଏ ଯେଉଁ କାରଣରୁ ମନ୍ଦିରରେ ସ୍ଥାପିତ ଶିବଲିଙ୍ଗ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯାଏ। ଏହାପରେ ମନ୍ଦିରର ପୂଜାରି ସବୁ ଖଣ୍ଡ ଗୁଡ଼ିକୁ ଏକାଠି କରି ତାକୁ ଅଟା ଏବଂ ଲହୁଣିର ଏକ ପେଷ୍ଟ ଦ୍ବାରା ଯୋଡିଥାଆନ୍ତି । କିଛି ମାସ ପରେ ଶିବଲିଙ୍ଗ ପୁଣି ପୂର୍ବ ଭଳି ହୋଇଯାଇଥାଏ।

ଏହା ପଛରେ ଅନେକ ଧାର୍ମିକ ମହତ୍ତ୍ବ ରହିଥାଏ। କୁହାଯାଏ ଏହି ମନ୍ଦିରର ନିର୍ମାଣ ପାଣ୍ଡବ ମାନେ ନିଜ ବନବାସ ସମୟରେ କରିଥିଲେ। ଅନ୍ୟ ଏକ ମାନ୍ୟତା ହେଉଛି ଯେ କୁହାଯାଏ ବିଜୁଳି ମହାଦେବଙ୍କ ସମ୍ବନ୍ଧ କୁଲାନ୍ତ ନାମକ ଏକ ରାକ୍ଷସ ସହିତ ରହିଛି । କୁଲାନ୍ତ ନାମରେ ଏକ ରାକ୍ଷସ ଅଜଗର ରୂପ ଧାରଣ କରି ମଥନ ଗାଁରେ ପହଁଞ୍ଚିଥିଲା। ଆଉ ସେଠାରେ ଥିବା ବ୍ୟାସ ନଦୀରେ ବିଷ ଭରିଦେଇଥିଲା। ଯାହଫଳରେ ସେଠାରେ ଥିବା ଜୀବଜନ୍ତୁ ସେହି ନଦୀରେ ବୁଡି ମରିବାକୁ ଲାଗିଲେ। ଶିବଙ୍କୁ ଯେତେବେଳେ ଏହି କଥାର ଆଭାସ ହେଲା ସିଏ କୁଲାନ୍ତ ପାଖକୁ ଆସି ତାକୁ କହିଲେ ତୁମ ଲାଞ୍ଜରେ ନିଆଁ ଲାଗିଯାଇଛି। ଯେତେବେଳେ ନିଜ ଲାଞ୍ଜ ଦେଖିବା ପାଇଁ ରାକ୍ଷସ ପଛକୁ ବୁଲିଲା ସେତେବେଳେ ଭଗବାନ ଶଙ୍କର ନିଜ ତ୍ରିଶୁଳରେ ରାକ୍ଷସର ବଦ୍ଧ କରିଦେଲେ। କୁହାଯାଇଥାଏ ଯେ ମରିବା ପରେ ରାକ୍ଷସର ପୂରା ଶରୀର ଏକ ବିଶାଳ ପର୍ବତରେ ପରିଣତ ହୋଇଗଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ମାନ୍ୟତା ରହିଛି ଯେ କୁଲାନ୍ତ ରାକ୍ଷସକୁ ମାରିବା ପରେ ଶିବ ଇନ୍ଦ୍ରଙ୍କୁ ପ୍ରତି ୧୨ ବର୍ଷରେ ଥରେ ବିଜୁଳି ପକାଇବା ପାଇଁ ଆଦେଶ ଦେଇଥିଲେ । ଯେଉଁ କାରଣରୁ ପ୍ରତି ୧୨ ବର୍ଷରେ ଏହି ମନ୍ଦିରରେ ବିଜୁଳି ପଡ଼ିଥାଏ। ଏବଂ ଶିବଲିଙ୍ଗ ଭାଙ୍ଗିଯାଇଥାଏ।  

ଅଧିକ ପଢନ୍ତୁ ଧର୍ମ ଓ ସଂସ୍କୃତି ଖବର
 

Shivling is broken by lightning | Argus News