Man Eating Spoon / ଆଶ୍ଚର୍ଯ୍ୟଜନକ ଘଟଣା: ଏହି କାରଣରୁ ଯୁବକ ଖାଉଥିଲେ ଚାମଚ ଆଉ ଟୁଥବ୍ରଶ

Key Points
ଗୋଟିଏ କି ଦୁଇଟି ନୁହେଁ, ଯୁବକଙ୍କ ପେଟରୁ ୨୯ଟି ଷ୍ଟିଲ୍ ଚାମଚ ଏବଂ ୧୯ଟି ଟୁଥବ୍ରସ୍ ବାହାର କରାଯାଇଥିଲା।
ସୋସିଆଲ ମିଡିଆରେ ଆଜି ଏଭଳି ଏକ ଖବର ଭାଇରାଲ ହେଉଛି ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ ଏହା ଏକଦମ ସତ। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ହାପୁରରେ। ଜଣେ ଯୁବକ ରାଗରେ ଷ୍ଟିଲ ଚାମଚ ଏବଂ ଟୁଥବ୍ରଶ ଗୁଡ଼ିକ ଖାଇଯାଉଥିବାର ଖବର ଆସିଛି। ଯାହା ସମସ୍ତଙ୍କୁ ଚକିତ କରିଛି। ଏହି ଆଶ୍ଚର୍ଯ୍ୟଜନକ ଘଟଣା ଆଜି ସମସ୍ତଙ୍କ ସାମ୍ନାକୁ ଆସିଛି। ଜଣେ ଯୁବକ ପେଟରେ ପ୍ରବଳ ଯନ୍ତ୍ରଣା ହେଉଥିବା କହିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କାରଣ ଜାଣିବା ପାଇଁ ତାଙ୍କର ପରୀକ୍ଷା କରିବା ପରେ ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗୋଟିଏ କି ଦୁଇଟି ନୁହେଁ, ତାଙ୍କ ପେଟରୁ ୨୯ଟି ଷ୍ଟିଲ୍ ଚାମଚ ଏବଂ ୧୯ଟି ଟୁଥବ୍ରସ୍ ବାହାର କରାଯାଇଥିଲା। ଡାକ୍ତରମାନେ ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ସୁପ୍ରିମକୋର୍ଟଙ୍କ ବଡ ବୟାନ ; ମୃତ୍ୟୁ ପରେ କିଏ ନେବ ବିଧବା ସ୍ତ୍ରୀଙ୍କ ସମ୍ପତ୍ତି, ଜାଣନ୍ତୁ...
📱 Get Argus News App
✨ସୂଚନା ମୁତାବକ, ଏହି ଆଶ୍ଚର୍ଯ୍ୟଜନକ ଘଟଣା ହାପୁରର ଦେବ ନନ୍ଦିନୀ ହସ୍ପିଟାଲରେ ଘଟିଛି। ବୁଲନ୍ଦସହରର ୩୫ବର୍ଷୀୟ ବାସିନ୍ଦା ସଚିନ ନିଶାରେ ବୁଡ଼ି ରହୁଥିଲେ, ଯାହା ତାଙ୍କ ପରିବାରକୁ ଅସୁବିଧାର ସମ୍ମୁଖୀନ କରିଥିଲା। ଏଥିପାଇଁ ତାଙ୍କ ପରିବାର ତାଙ୍କୁ ଏକ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ, କିନ୍ତୁ ସଚିନ ଏହାକୁ ପସନ୍ଦ କରିନଥିଲେ। ଏଥିରେ କ୍ରୋଧିତ ହୋଇ ସଚିନ ନିଶା ନିବାରଣ କେନ୍ଦ୍ରରେ ଥିବା ସମୟରେ ଷ୍ଟିଲ୍ ଚାମଚ ଏବଂ ଟୁଥବ୍ରସ୍ ଖାଇବା ଆରମ୍ଭ କରିଥିଲେ। ସଚିନଙ୍କ କହିବା ମୁତାବକ, ତାଙ୍କୁ ନିଶା ନିବାରଣ କେନ୍ଦ୍ରରେ କମ ଖାଦ୍ୟ ଦିଆଯାଉଥିଲା, ଯେଉଁ କାରଣରୁ ସେ ଚାମଚ ଓ ଟୁଥବ୍ରସ୍ ଖାଇବା ଆରମ୍ଭ କରିଥିଲେ।
ତେବେ ଏସବୁ ପେଟକୁ ଯିବା ପରେ ଧୀରେ ଧୀରେ ସଚିନଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେବା ଆରମ୍ଭ ହେଲା ଏବଂ ତାଙ୍କ ଅବସ୍ଥା ଖରାପ ହୋଇଯାଇଥିଲା। ଯନ୍ତ୍ରଣା ଅସହ୍ୟ ହେବା ପରେ ସେ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। କାରଣ ଜାଣିବାକୁ ଡାକ୍ତର ପରୀକ୍ଷା କରିବା ପରେ ତାଙ୍କ ପେଟରେ ବହୁ ପରିମାଣର ଧାତୁ ଭଳି ସାମଗ୍ରୀ ଥିବା ଦେଖିଥିଲେ, ଯାହା ସେମାନଙ୍କୁ ଚକିତ କରିଦେଇଥିଲା। ପରୀକ୍ଷା ପରେ, ତୁରନ୍ତ ଅସ୍ତ୍ରୋପଚାର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଡାକ୍ତରଙ୍କ ଏକ ଦଳ ସଫଳ ଅସ୍ତ୍ରୋପଚାର କରି ସଚିନଙ୍କ ପେଟରୁ ୨୯ଟି ଷ୍ଟିଲ୍ ଚାମଚ ଏବଂ ୧୯ଟି ଟୁଥବ୍ରସ୍ ବାହାର କରିଥିଲେ। ଅସ୍ତ୍ରୋପଚାର କରିଥିବା ଡାକ୍ତର ଶ୍ୟାମ କୁମାର କହିଛନ୍ତି ଯେ, ଏହି ପ୍ରକାରର ସମସ୍ୟା ପ୍ରାୟତଃ ମାନସିକ ରୋଗୀଙ୍କଠାରେ ଦେଖାଯାଏ।
Related Topics
Explore more stories