Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Supreme Court / ସୁପ୍ରିମକୋର୍ଟଙ୍କ ବଡ ବୟାନ ; ମୃତ୍ୟୁ ପରେ କିଏ ନେବ ବିଧବା ସ୍ତ୍ରୀଙ୍କ ସମ୍ପତ୍ତି, ଜାଣନ୍ତୁ...

Swoyang prajna Mishra
Browse all articles by Swoyang prajna Mishra
·9 months ago·3 min read
ସୁପ୍ରିମକୋର୍ଟଙ୍କ ବଡ ବୟାନ ; ମୃତ୍ୟୁ ପରେ କିଏ ନେବ ବିଧବା ସ୍ତ୍ରୀଙ୍କ ସମ୍ପତ୍ତି, ଜାଣନ୍ତୁ...

Key Points

ବାପଘର ନା ଶାଶୁଘର , କାହାର ହେବ ସମ୍ପତ୍ତି ?
ନିସନ୍ତାନ ହିନ୍ଦୁ ବିଧବା ମହିଳାଙ୍କ ମୃତ୍ୟୁ ପରେ କିଏ ହେବେ ଉତ୍ତରାଧିକାରୀ ?
ସୁପ୍ରିମକୋର୍ଟ ଦେଲେ ବଡ ବୟାନ


ନିସନ୍ତାନ ହିନ୍ଦୁ ବିଧବା ମହିଳାଙ୍କର ଯଦି ମୃତ୍ୟୁ ହୋଇଯାଏ , କିଏ ହେବେ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ । ଏପରି ଅନେକ ଆବେଦନକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣୀ ଚାଲିଥିଲା । ତେବେ ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମ ୧୯୫୬ର ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରୁଥିବା ଏହି ଆବେଦନ ଗୁଡିକୁ ନେଇ ସୁପ୍ରିମକୋର୍ଟ ବଡ ବୟାନ ଦେବାସହ କଡା ଚେତାବନୀ ମଧ୍ୟ ଦେଇଛନ୍ତି ।

କ'ଣ କହୁଛି ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମ


ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମ ଧାରା ୧୫(୧) (b) ଅନୁଯାୟୀ , ଯଦି ଜଣେ ହିନ୍ଦୁ ମହିଳାର ମୃତ୍ୟୁ ହୋଇଯାଏ, ତେବେ ତାଙ୍କର ସମ୍ପତ୍ତିର ଉତ୍ତରାଧିକାରୀ ତାଙ୍କ ସ୍ଵାମୀ ରହିବେ । ଏବଂ ଯଦି ମହିଳା ଜଣକ ନିସନ୍ତାନ ଏବଂ ବିଧବା ହୋଇଥାନ୍ତି, ତେବେ ତାଙ୍କର ମୃତ୍ୟୁ ପରେ ତାଙ୍କର ସମ୍ପତ୍ତରି ସମ୍ପୂର୍ଣ୍ଣ ଅଧିକାର ତାଙ୍କର ଶାଶୁଘର ଲୋକଙ୍କର ରହିବ । ହେଲେ ଏହି ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ଅନେକ ଆବେଦନ କରାଯାଇଥିଲା । ଯେଉଁଠି ପରିବାରେ ଉଭୟ ସ୍ଵାମୀ ସ୍ତ୍ରୀଙ୍କର ମୃତ୍ୟୁ ପରେ ଉଭୟଙ୍କ ପରିବାର ସମ୍ପତ୍ତି ପାଇଁ ଝଗଡା କରିଥିଲେ । ତେବେ ଏହାର ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟର ଖଣ୍ଡପୀଠଙ୍କ ବୟାନ


ସୁପ୍ରିମକୋର୍ଟର ଖଣ୍ଡପୀଠ କହିଛନ୍ତି, ଅଦାଲତ ହିନ୍ଦୁ ସମାଜର ହଜାରେ ବର୍ଷର ପରମ୍ପରାକୁ ଭାଙ୍ଗିବାକୁ କେବେ ବି ଚେଷ୍ଟା କରିବନି । ମହିଳା ଜଷ୍ଟିସ ବି. ଭି ନାଗରତ୍ନା ଏବଂ ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି, ହିନ୍ଦୁ ପରମ୍ପରାରକୁ କେବେ ବି ବଦଳାଇବାକୁ ଚେଷ୍ଟା କରିବନି କାନୁନ । ଯାହାଦ୍ଵାରା ହିନ୍ଦୁ ସମାଜର ସାମାଜିକ ଢାଞ୍ଚା ଭାଙ୍ଗି ଚୁରମାର ହୋଇଯିବ ।

ଅଧିକ ପଢନ୍ତୁ : ଶ୍ବଶୁର ଘର ଦଖଲ କରିପାରିବେନି ବୋହୂ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହ କନ୍ୟାଦାନ ପ୍ରଥାକୁ ମନେ ପକାଇ ଖଣ୍ଡପୀଠ କହିଛନ୍ତି , "ହିନ୍ଦୁ ସମାଜରେ କନ୍ୟାଦାନର ଅର୍ଥ ବିବାହ ପରେ ସେହି ମହିଳା ତାର ସ୍ଵାମୀର ବଂଶ ସହ ସାମିଲ ହୋଇଯାଏ । ଏମିତିକି ତାର ଗୋତ୍ର ମଧ୍ୟ ପରିବର୍ତ୍ତନ ହୋଇଯାଏ । ଯାହାଦ୍ଵାରା ମହିଳାର ସମ୍ପୁର୍ଣ୍ଣ ରକ୍ଷଣାବେକ୍ଷଣର ଦାୟିତ୍ଵ ସ୍ଵାମୀର ପରିବାର ନେଇଥାନ୍ତି । ତେଣୁ ସୁପ୍ରିମକୋର୍ଟ ହିନ୍ଦୁ ସମାଜରେ ଚାଲି ଆସୁଥିବା ଏହି ୧୦୦୦ ବର୍ଷର ପରମ୍ପରା ଭାଙ୍ଗିବାକୁ କେବେ ବି ଚେଷ୍ଟା କରିବନି ।


ଯଦି ସ୍ଵାମୀଙ୍କ ପରିବାରର କେହି ଉତ୍ତରାଧିକାରୀ ନଥାନ୍ତି, ତେବେ, ହିଁ ବାପଘରର ଭାଇ , ଭଉଣୀ , ବାପା , ମାଆଙ୍କୁ ଏହି ସମ୍ପତ୍ତି ମିଳିପାରିବ । ସେହପରି ଖଣ୍ଡପୀଠ କହିଛନ୍ତି, ମହିଳା ନିଜ ଭାଇ କିମ୍ବା ଭଉଣୀ ବିରୋଧରେ ନିଜର ଭରଣପୋଷଣ ପାଇଁ ମୋକଦ୍ଦମା ଦାୟର କରିପାରିବେ ନାହିଁ ।

ସୁପ୍ରିମକୋର୍ଟ କହିଥିଲେ, ଯେ କୋଭିଡ ସମୟରେ ଜଣେ ଦମ୍ପତ୍ତିଙ୍କ ପରିବାର ସମ୍ପତ୍ତି ମାମଲାକୁ ନେଇ ଆସିଥିଲେ । ସେହି ଦମ୍ପତ୍ତି କୋଭିଡରେ ମୃତ୍ୟୁବରଣ କରିବା ପରେ ଉଭୟ ପୁଅ ଏବଂ ବୋହୁଙ୍କ ପରିବାର ସମ୍ପତ୍ତି ପାଇଁ ଝଗଡା କରିଥିଲେ । ସେହିପରି ଆଉ ଜଣେ ଦମ୍ପତ୍ତିଙ୍କ ମୃତ୍ୟୁ ପରେ ପୁଅର ଭଉଣୀ ସମ୍ପତ୍ତିକୁ ଅଧିକାର କରିବା ପାଇଁ ଆବେଦନ କରିଥିଲେ ।

ଆବେଦନକାରୀଙ୍କ ସପକ୍ଷରେ ଥିବା ଓକିଲଙ୍କ ବୟାନ


ତେବେ କୋର୍ଟରେ ଏହି ସମ୍ପତ୍ତିର ଉତ୍ତରାଧିକାରୀ ମାମଲା ନେଇ ଉଭୟ ଓକିଲଙ୍କ ପକ୍ଷରୁ ଅନେକ ଯୁକ୍ତିତର୍କ ହୋଇଥିଲା । ଉତ୍ତରାଧିକାରୀ ସମ୍ପର୍କିତ ଆଇନ ବିରୋଧରେ ଆବେଦନ କରିଥିବା ବ୍ୟକ୍ତିଙ୍କ ସପକ୍ଷରେ ଥିବା ଓକିଲ କହିଥିଲେ, ଏହା ମହିଳାଙ୍କ ସହ ଭେଦଭାବ କରାଯାଉଛି । ଯାହାକୁ ନେଇ ବିପକ୍ଷରେ ଥିବା ଓକିଲ କହିଥିଲେ, ଯଦି ମହିଳା ନିଜ ବାପଘରକୁ ନିଜର ସମ୍ପତ୍ତି ଦେବାକୁ ଚାହୁଁଛନ୍ତି, ତେବେ ମୃତ୍ୟୁ ପୂର୍ବରୁ ନିଜର ଜୀବନକାଳ ମଧ୍ୟରେ ୱିଲ ପେପରରେ ଲେଖଇଦେବା ଉଚିତ । ଯାହାକୁ ନେଇ ଆବେଦନ ସପକ୍ଷରେ ଥିବା ଓକିଲ କହିଥିଲେ, ଯଦି ପୁରୁଷ ଏପରି କରିବେ ନାହିଁ, ତେବେ ମହିଳା କାହିଁକି କରିବେ ?


ଅଧିକ ପଢନ୍ତୁ : "ବିବାହ ଭାଙ୍ଗିବା ନେଇ ପ୍ରେମିକା/ପ୍ରେମିକ ଠାରୁ ଆର୍ଥିକ କ୍ଷତିପୂରଣ ଦାବି କରିପାରିବେ"


ତେବେ ଏହି ମାମଲାକୁ ମଧ୍ୟସ୍ଥତା କେନ୍ଦ୍ରକୁ ପଠାଯାଇଛି । ଯାହାର ଆଗାମୀ ଶୁଣାଣୀ ୧୧ ନଭେମ୍ବରରେ କରାଯିବ ।

Related Topics

Explore more stories

Sponsored
Supreme Court big statement In Childless Widow Inheritance Case | Argus News