ବିଜେପିର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଶ୍ରୀ ରାମଙ୍କ ଆଗମନ

ଅର୍ଗସ ବ୍ୟୁରୋ: ବିଜେପି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ବ୍ୟାକଗ୍ରାଉଣ୍ଡ ପୋଷ୍ଟରକୁ ପରିବର୍ତ୍ତନ କରିଛି। ପୃଷ୍ଠଭୂମି ପୋଷ୍ଟରରେ ରାମ ମନ୍ଦିର ଉଦଘାଟନ ତାରିଖ ରହିଛି। ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ଉଦଘାଟନୀ ସମାରୋହରେ ବ୍ୟାନର ଚିତ୍ର ସହିତ ଟ୍ୟାଗଲାଇନରେ ଜୟ ଶ୍ରୀ ରାମ ଜାନୁୟାରୀ ୨୨, ୨୦୨୪ ଲେଖାଅଛି। ବିଜେପି ଆଜି ଏକ୍ସରେ କଭର ଇମେଜ ପରିବର୍ତ୍ତନ କରିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଫଟୋ ସହ ଅଯୋଧ୍ୟା ଆଗାମୀ ରାମ ମନ୍ଦିରର ଫଟୋ ରହିଛି। ଏହି ଫଟୋରେ ପ୍ରଧାନମନ୍ତ୍ରୀ ମୋଦୀଜୀ ହାତ ଯୋଡ଼ିଥିବା ନଜର ଆସିଛି। ଏନେଇ ଦଳରେ ଖୁସିର ଲହରୀ ଦେଖିବାକୁ ମିଳିଛି।
ସୂଚନା ଥାଉ କି, ପ୍ରଧାନମନ୍ତ୍ରୀ ମୋଦୀଜୀ ୨୦୨୪ ମସିହା ଜାନୁୟାରୀ ୨୨ ତାରିଖ ଦିନ ଶ୍ରୀ ରାମ ଜନ୍ମଭୂମି ମନ୍ଦିର ଏବଂ ଭଗବାନ ଶ୍ରୀ ରାମ ଲଲାଙ୍କର ବିଗ୍ରହର ପ୍ରାଣ ପ୍ରତିଷ୍ଠା କରିବେ। ଏହି ପ୍ରାଣ ପ୍ରତିଷ୍ଠା ଅବସରରେ ୪୦୦୦ ସନ୍ଥ ମହାତ୍ମା ଏବଂ ସମାଜର ୨୫୦୦ ପ୍ରତିଷ୍ଠିତ ବ୍ୟକ୍ତି ଉପସ୍ଥିତ ରହିବେ। ଏହି ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଆସନ୍ତା ପିଢ଼ି ପାଇଁ ଯେପରି ଦିଗଦର୍ଶନ ହୋଇ ରହିବ ତାହା ହିଁ ହେଉଛି ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ।
ଅଧିକ ପଢ଼ନ୍ତୁ ରାଜନୀତି ଖବର