ସହଜ ନୁହେଁ ଶ୍ରୀଖଣ୍ଡ ମହାଦେବଙ୍କ ଯାତ୍ରା

ଅର୍ଗସ ବ୍ୟୁରୋ: ହିମାଚଳପ୍ରଦେଶର ଶିମଲାକୁ ଦେବଦେବୀଙ୍କ ସ୍ଥାନ ବୋଲି କୁହାଯାଏ । ଏଠାରେ ଅନେକ ପ୍ରସିଦ୍ଧ ଶକ୍ତିପୀଠ ରହିବା ସହ ପ୍ରଭୁ ଭୋଲେନାଥଙ୍କ ବହୁ ପ୍ରସିଦ୍ଧ ମନ୍ଦିର ରହିଛି । ତାସହିତ ପ୍ରସିଦ୍ଧ ଶ୍ରୀଖଣ୍ଡ ମହାଦେବଙ୍କ ଯାତ୍ରା ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହି ଶ୍ରୀଖଣ୍ଡ ମହାଦେବଙ୍କ ଯାତ୍ରା ବିଷୟରେ ଜଣାଇବୁ। ଅମରନାଥଙ୍କ ଯାତ୍ରାଠୁ ବି କଷ୍ଟ ଶ୍ରୀଖଣ୍ଡ ମହାଦେବଙ୍କ ଯାତ୍ରା ।
ସୂଚନା ଅନୁଯାୟୀ ଆସନ୍ତା ୧୪ ଜୁଲାଇରୁ ଶ୍ରୀଖଣ୍ଡ ମହାଦେବଙ୍କ ଯାତ୍ରା ଆରମ୍ଭ ହେବ ଏବଂ ୨୩ ଜୁଲାଇ ପର୍ଯ୍ୟନ୍ତ ଜାରି ରହିବ । ଶ୍ରୀଖଣ୍ଡ ମହାଦେବଙ୍କ ଯାତ୍ରାରେ ଭକ୍ତଙ୍କୁ 18,570 ଫୁଟ ବା 32 କିଲୋମିଟର ଉପରକୁ ଚଢିବାକୁ ପଡିଥାଏ । ଯାତ୍ରା ସମ୍ପୂର୍ଣ୍ଣ କରିବାକୁ ୩ ଦିନ ସମୟ ଲାଗିଥାଏ । ଏହି ଯାତ୍ରା ପାଇଁ କୌଣସି ପ୍ରକାରର ହେଲିକେପ୍ଟର ସୁବିଧା ମଧ୍ୟ ନାହିଁ। ଯେଉଁଥିପାଇଁ ଏହି ଯାତ୍ରାକୁ ଅମରନାଥଙ୍କ ଯାତ୍ରାଠୁ ବି ଅଧିକ କଷ୍ଟକର ଯାତ୍ରା ବୋଲି ବିବେଚନା କରାଯାଏ।
ତେବେ କୁଲୁ ଜିଲ୍ଲାରୁ ଏହି ଯାତ୍ରା ଆରମ୍ଭ ହୋଇଥାଏ। ସେଥିପାଇଁ କୁଲୁ ପ୍ରଶାସନ ଏହା ପାଇଁ ପ୍ରସ୍ତୁତି ଚଲାଇଛି । ଏହି ଯାତ୍ରା ପାଇଁ ପଞ୍ଜିକରଣ ଶୁଳ୍କ 250 ଟଙ୍କା ରଖିଛି ଏବଂ ଆପଣ ଯଦି ଚାହୁଁଛନ୍ତି ତେବେ ଆପଣ ଅନଲାଇନ୍ ମାଧ୍ୟମରେ ମଧ୍ୟ ପଞ୍ଜୀକରଣ କରିପାରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏଠାକୁ ଯିବାପାଇଁ ହେଲେ ଆପଣ ଫିଟ୍ ଥିବା ଆବଶ୍ୟକ କାରଣ ଏହି ଯାତ୍ରା ପାଇଁ ପଞ୍ଜିକରଣ ସମୟରେ ଫିଟନେସ୍ ସାର୍ଟିଫିକେଟ୍ ଦରକାର ପଡିଥାଏ । ବିନା ସାର୍ଟିଫିକେଟ୍ ରେ ଆପଣ ଯାତ୍ରା କରିପାରିବେ ନାହିଁ ।
ଅଧିକ ପଢନ୍ତୁ ଧର୍ମ ଓ ସଂସ୍କୃତି ଖବର