Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଦରମୈୟା, ନୂଆ CM ହେବେ ଡିକେ ଶିବକୁମାର !

National

Siddaramaiah Resignation / ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଦରମୈୟା, ନୂଆ CM ହେବେ ଡିକେ ଶିବକୁମାର !

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଦରମୈୟା, ନୂଆ CM ହେବେ ଡିକେ ଶିବକୁମାର !
Karnataka CM

Key Points

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଦରମୈୟା
ବେଙ୍ଗଲୁରୁ ରାଜଭବନ ଯାଇ ଇସ୍ତଫା ଦେଲେ
ଇସ୍ତଫା ନେଇ ପ୍ରେସମିଟ୍‌ରେ ଦେଲେ ସୂଚନା
ବଦଳିଲା କର୍ଣ୍ଣାଟକ ରାଜନୀତିର ଦୃଶ୍ୟ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଦରମୈୟା । ଦୀର୍ଘ ଦିନର ବିବାଦ ଏବଂ ଆରୋପ ପ୍ରତ୍ୟାରୋପ ପରେ ଶେଷରେ କର୍ଣ୍ଣାଟକରେ କ୍ଷମତା ଛାଡିଲେ ସିଦ୍ଦରମୈୟା । ବେଙ୍ଗଲୁରୁ ରାଜଭବନ ଯାଇ ଇସ୍ତଫା ପତ୍ର ଦେଇଛନ୍ତି ସିଦ୍ଦରମୈୟା । ଏନେଇ ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ।



ଇସ୍ତଫା ଦେବା ପରେ କରିଥିବା ପ୍ରେସମିଟ୍‌ରେ ସେ କହିଛନ୍ତି, କଂଗ୍ରେସ ହାଇକମାଣ୍ଡ ମୋତେ ଇସ୍ତଫା ଦେବା ପାଇଁ କହିଥିଲେ । ମୁଖ୍ୟମନ୍ତ୍ରୀ ଭାବେ ସୁଯୋଗ ଦେଇଥିବାରୁ ସୋନିଆ ଗାନ୍ଧି, ମଲ୍ଲିକାର୍ଜୁନେ ଖଡଗେ ଓ ରାହୁଲ ଗାନ୍ଧିଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ସିଦ୍ଦରମୈୟାଙ୍କ ଇସ୍ତଫା ପରେ ଡିକେ ଶିବକୁମାର କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଚର୍ଚ୍ଚା ହେଉଛି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତାଫ ଦେବା ପୂର୍ବରୁ ସିଦ୍ଧରମୈୟା ବେଙ୍ଗାଲୁରୁରେ ତାଙ୍କର ଶେଷ କ୍ୟାବିନେଟ୍ ବୈଠକ କରିଥିଲେ । ଏହି ବୈଠକ ସମୟରେ ସିଦ୍ଧରମୈୟା ଭାବପ୍ରବଣ ହୋଇ ପଡ଼ିଥିଲେ। ସେ ତାଙ୍କର କ୍ୟାବିନେଟ୍ ସହଯୋଗୀମାନଙ୍କୁ କହିଥିଲେ ଯେ ଗତ ୨୦ ବର୍ଷ ମଧ୍ୟରେ ମୁଁ ଆପଣମାନଙ୍କ ଉପରେ ଚିତ୍କାର କରିଛି ଏବଂ ରାଗିଛି । କିନ୍ତୁ ସେ ଦଳର ଲାଭ ପାଇଁ ଏସବୁ କରିଛନ୍ତି । ଏଥିରେ ବ୍ୟକ୍ତିଗତ କିଛି ନଥିଲା । ମୁଁ ଦଳ ଏବଂ ସରକାରଙ୍କ ସ୍ୱାର୍ଥ ପାଇଁ ଏହା କରିଛି। ଏହା ପଛରେ କୌଣସି ବ୍ୟକ୍ତିଗତ ଉଦ୍ଦେଶ୍ୟ ନଥିଲା । ଆପଣମାନେ ଏତେ ବର୍ଷ ଧରି ମୋତେ ସମର୍ଥନ କରିଆସୁଛନ୍ତି, ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ।"

ଇସ୍ତଫା ପରେ ବେଙ୍ଗାଲୁରୁରେ ଏକ ସାମ୍ବାଦିକ ସମ୍ମିଳନୀରେ ସିଦ୍ଧରମୈୟା କହିଥିଲେ, "ମୁଁ ଲୋକଭବନରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ମୋର ଇସ୍ତଫା ପ୍ରଦାନ କରିଛି । ରାଜ୍ୟପାଳ ଏଠାରେ ନାହାନ୍ତି। ମୋତେ କୁହାଯାଇଛି ଯେ ସେ ଆଜି ରାତିରେ ଫେରି ଆସୁଛନ୍ତି ।" ଇସ୍ତଫା ପତ୍ର ତାଙ୍କ କାର୍ଯ୍ୟାଳୟକୁ ପଠାଯାଇଛି ।

ସେ ଆହୁରି କହିଥିଲେ, "ମୁଁ ଆପଣମାନଙ୍କୁ ଅନେକ ଥର କହିଛି ଯେ ଯେତେବେଳେ ହାଇକମାଣ୍ଡ ମୋତେ ଇସ୍ତଫା ଦେବାକୁ କହିବେ, ମୁଁ ଇସ୍ତଫା ଦେବି । ଦୁଇ ଦିନ ପୂର୍ବରୁ ହାଇକମାଣ୍ଡ ମୋତେ ଇସ୍ତଫା ଦେବାକୁ କହିଥିଲେ । ମୁଁ ସେମାନଙ୍କୁ କହିଥିଲି ଯେ ମୁଁ ଆଜି ଇସ୍ତଫା ଦେବି । ତେଣୁ, ମୁଁ ଇସ୍ତଫା ଦେଇଛି ।"



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Siddaramaiah Resigns as Karnataka CM, DK Shivakumar Likely Next | Argus News