Videos
|
National

Silver Gandhi / ସର୍ଦ୍ଦାର ପଟେଲଙ୍କ ୧୫୧ତମ ଜୟନ୍ତୀରେ ‘ସିଲଭର ଗାନ୍ଧୀ’ଙ୍କ ସ୍ୱଚ୍ଛତା ପଦଯାତ୍ରା

Bikash Mohanty
Browse all articles by Bikash Mohanty
·1 hour ago·2 min read
ସର୍ଦ୍ଦାର ପଟେଲଙ୍କ ୧୫୧ତମ ଜୟନ୍ତୀରେ ‘ସିଲଭର ଗାନ୍ଧୀ’ଙ୍କ ସ୍ୱଚ୍ଛତା ପଦଯାତ୍ରା
Mohan Mahapatra

Key Points

ମହାତ୍ମା ଗାନ୍ଧୀଙ୍କ ବେଶରେ ଶରୀରରେ ରୁପା ରଙ୍ଗ ଲଗାଇ ସ୍ୱଚ୍ଛତାର ବାର୍ତ୍ତା 
ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟୁଛନ୍ତି ‘ସିଲଭର ଗାନ୍ଧୀ’ ନାମରେ ପରିଚିତ ଓଡ଼ିଶାର ମୋହନ ମହାପାତ୍ର  
ସର୍ଦ୍ଦାର ପଟେଲଙ୍କ ୧୫୧ତମ ଜୟନ୍ତୀରେ ‘ସିଲଭର ଗାନ୍ଧୀ’ଙ୍କ ସ୍ୱଚ୍ଛତା ପଦଯାତ୍ରା

ଏକତା ନଗର,୩୧/୧୦:,ମହାତ୍ମା ଗାନ୍ଧୀଙ୍କ ବେଶରେ ଶରୀରରେ ରୁପା ରଙ୍ଗ ଲଗାଇ ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟୁଛନ୍ତି ଓଡ଼ିଶାର ମୋହନ ମହାପାତ୍ର। ‘ସିଲଭର ଗାନ୍ଧୀ’ ନାମରେ ପରିଚିତ ମୋହନ ମହାପାତ୍ରଙ୍କ ଏହି ନିଆରା ଅଭିଯାନ ଏବେ ଜାତୀୟ ସ୍ତରରେ ଚର୍ଚ୍ଚାରେ। ସ୍ୱଚ୍ଛ ଭାରତ ମିଶନ ପ୍ରତି ସଚେତନତା ସୃଷ୍ଟି ଲକ୍ଷ୍ୟରେ ସେ ଦୀର୍ଘ ୧୨ ବର୍ଷ ଧରି ପଦଯାତ୍ରା ଜାରି ରଖିଛନ୍ତି।

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଆୟୋଜିତ ହୋଇଛି ଏକ ବିଶେଷ କାର୍ଯ୍ୟକ୍ରମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ହୋଇଥିବା ଏହି ଉତ୍ସବରେ ସିଲଭର ଗାନ୍ଧୀ ଟିମ୍ ପକ୍ଷରୁ ଗ୍ରାଣ୍ଡ ସ୍ୱଚ୍ଛ ଭାରତ ପଦଯାତ୍ରା ଆୟୋଜନ କରାଯାଇଥିଲା।

ମୋହନ ମହାପାତ୍ରଙ୍କ ଏହି ଅଭିଯାନକୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ଏବଂ ଏସିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ମିଳିଛି। ସ୍ୱଚ୍ଛ ଭାରତ ମିଶନ ପାଇଁ ମହାତ୍ମା ଗାନ୍ଧୀଙ୍କ ବେଶରେ ଦୀର୍ଘତମ ପଦଯାତ୍ରା କରିବାର ରେକର୍ଡ ତାଙ୍କ ନାମରେ ରହିଛି। ୨୦୧୬ ଜୁନ୍ ୨୬ରେ ପୁରୀ ଶ୍ରୀମନ୍ଦିରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଅକ୍ଟୋବର ୨ରେ ଗୁଜରାଟର ପୋରବନ୍ଦରରେ ପହଞ୍ଚିଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ  ଏହି ଖବର: ଆଜି ସର୍ଦ୍ଦାର ବଲ୍ଲଭଭାଇଙ୍କ ଜନ୍ମଦିନ : 'ଷ୍ଟାଚ୍ୟୁ ଅଫ୍ ୟୁନିଟି'ରେ ପ୍ରଧାନମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି

ଏହା ପୁର୍ବରୁ ସେ ରାଷ୍ଟ୍ରପତି ଭବନରେ ସମ୍ମାନିତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଠାରୁ ମଧ୍ୟ ଆଶୀର୍ବାଦ ପାଇଥିବା ଉଲ୍ଲେଖ କରିଛନ୍ତି। ଅକ୍ଟୋବର ୯ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ବିକଶିତ ଭାରତ ୨୦୪୭ ପ୍ରଦର୍ଶନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପୁର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କୁ ସମ୍ମାନିତ କରିଥିଲେ।

ଏପର୍ଯ୍ୟନ୍ତ ୭ରୁ ଅଧିକ ରାଜ୍ୟରେ ପଦଯାତ୍ରା କରିଥିବା ମୋହନଙ୍କ ଜୀବନୀକୁ ନେଇ ଏକ ହିନ୍ଦୀ ଫିଚର ଫିଲ୍ମ ‘ସିଲଭର ଗାନ୍ଧୀ’ ମଧ୍ୟ ନିର୍ମିତ ହୋଇଛି। ସ୍ୱଚ୍ଛ ଭାରତ, ଶାନ୍ତି ଓ ବିକଶିତ ଭାରତ ୨୦୪୭ର ବାର୍ତ୍ତା ପ୍ରସାର କରିବା ହେଉଛି ତାଙ୍କର ମୁଖ୍ୟ ଲକ୍ଷ୍ୟ।