Silver Price Crash / ଅଧା ହେଲା ରୁପା ଦର, ଏବେ ରୁପା କିଣିବେ ନା ଅପେକ୍ଷା କରିବେ?
·1 hour ago·2 min read

Key Points
ଅଧା ହେଲା ରୁପା ଦର
ଏହା ନିବେଶକଙ୍କ ଚିନ୍ତା ବଢ଼ାଇଛି
ଏବେ କିଣିବା ଠିକ୍ ହେବ ନା ଅପେକ୍ଷା କରିବା ଭଲ
ରୁପା କିଣିବା ନେଇ ନିବେଶକ ଏବେ ଦ୍ୱନ୍ଦ୍ୱରେ
ଏହା ନିବେଶକଙ୍କ ଚିନ୍ତା ବଢ଼ାଇଛି
ଏବେ କିଣିବା ଠିକ୍ ହେବ ନା ଅପେକ୍ଷା କରିବା ଭଲ
ରୁପା କିଣିବା ନେଇ ନିବେଶକ ଏବେ ଦ୍ୱନ୍ଦ୍ୱରେ
ଭୂବନେଶ୍ବର,୨୮/୧୦: ଚଳିତ ବର୍ଷ ଜାନୁଆରୀରେ ରେକର୍ଡ ସ୍ତରରେ ପହଞ୍ଚିଥିବା ରୂପା ମୂଲ୍ୟ ଏବେ ହ୍ରାସ ପାଉଛି। ଏହା ନିବେଶକଙ୍କ ଚିନ୍ତା ବଢ଼ାଇଛି। ରୂପା ଦର କମୁଥିବାରୁ ଏବେ କିଣିବା ଠିକ୍ ହେବ ନା ବଜାର ସ୍ଥିର ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ଭଲ, ତାହାକୁ ନେଇ ନିବେଶକ ଦ୍ୱନ୍ଦ୍ୱରେ ଅଛନ୍ତି।
ରୁପା ମୂଲ୍ୟରେ ୫୦%ରୁ ଅଧିକ ହ୍ରାସ
ଚଳିତ ବର୍ଷ ଜାନୁଆରୀରେ ରେକର୍ଡ ସ୍ତରରେ ପହଞ୍ଚିଥିବା ରୂପା ମୂଲ୍ୟରେ ଏବେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ଜାନୁଆରୀ ୨୯, ୨୦୨୬ରେ ରୂପା ଦର କିଲୋଗ୍ରାମ ପିଛା ୩ ଲକ୍ଷ ୮୪ ହଜାର ୬୩୨ ଟଙ୍କାରେ ପହଞ୍ଚିଥିଲା। କିନ୍ତୁ ଅକ୍ଟୋବର ୨୭ ସୁଦ୍ଧା ଏହାର ମୂଲ୍ୟ କମି କିଲୋଗ୍ରାମ ପିଛା ୧ ଲକ୍ଷ ୯୦ ହଜାର ୮୪୭ ଟଙ୍କାରେ ପହଞ୍ଚିଥିଲା। ଅର୍ଥାତ୍ ରେକର୍ଡ ସ୍ତର ତୁଳନାରେ ରୂପା ମୂଲ୍ୟ ପ୍ରାୟ ୫୦.୫% ହ୍ରାସ ପାଇଛି।
ଏହି ବଡ଼ ହ୍ରାସ ପରେ ରୂପାରେ ନିବେଶ କରିବାକୁ ଅନେକ ନିବେଶକ ଆଗ୍ରହ ଦେଖାଉଛନ୍ତି। ତେବେ ଦର କମିଛି ବୋଲି ଏହାକୁ ନିବେଶର ଭଲ ସୁଯୋଗ ବୋଲି ଭାବିବା ଠିକ୍ ନୁହେଁ। ବଜାରର ସ୍ଥିତି ଏବଂ ଆଗାମୀ ଦିନରେ ମୂଲ୍ୟର ଗତିବିଧିକୁ ବିଚାର କରି ନିବେଶ ନିଷ୍ପତ୍ତି ନେବା ଜରୁରୀ।
ପଢନ୍ତୁ ଏହି ଖବର: ହଠାତ କମିଗଲା ସୁନା ରେଟ୍ , ଜାଣନ୍ତୁ କଣ ଏହାର କାରଣ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କାହିଁକି କମୁଛି ରୂପା ଦର?
ରୂପା ମୂଲ୍ୟ ହ୍ରାସ ପଛରେ ଅନେକ ଅନ୍ତର୍ଜାତୀୟ କାରଣ ରହିଛି। ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ମୁଦ୍ରାସ୍ଫୀତି ବଢ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏହା ଫଳରେ ଆମେରିକାର ଫେଡେରାଲ ରିଜର୍ଭ ସୁଧ ହାର ଅଧିକ ଦିନ ପର୍ଯ୍ୟନ୍ତ ଉଚ୍ଚ ସ୍ତରରେ ରଖିପାରେ ବୋଲି ଆକଳନ କରାଯାଉଛି। ସୁଧ ଦେଉଥିବା ନିବେଶ ବିକଳ୍ପ ଅଧିକ ଆକର୍ଷଣୀୟ ହେଲେ ସୁନା ଓ ରୂପା ଭଳି ଧାତୁର ଚାହିଦା ପ୍ରଭାବିତ ହୋଇପାରେ। କାରଣ ଏହି ଧାତୁଗୁଡ଼ିକରୁ ନିୟମିତ ସୁଧ କିମ୍ବା ଆୟ ମିଳେ ନାହିଁ। ଏହା ବ୍ୟତୀତ ଆମେରିକୀୟ ଡଲାର ମଜଭୁତ ହେବା ଏବଂ ବଣ୍ଡରୁ ମିଳୁଥିବା ଆୟ ବୃଦ୍ଧି ମଧ୍ୟ ରୂପା ଦର ଉପରେ ଚାପ ପକାଇପାରେ।
ଏବେ ରୁପା କିଣିବା ଠିକ୍ ହେବ କି?
ରୂପା ଦର ହ୍ରାସକୁ କେତେକ ନିବେଶକ କିଣିବାର ସୁଯୋଗ ଭାବେ ଦେଖିପାରନ୍ତି। କିନ୍ତୁ ଦର ଆହୁରି କମିବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ହେବ ନାହିଁ। ତେଣୁ କେବଳ ଦର କମିଛି ବୋଲି ତୁରନ୍ତ ନିବେଶ ନକରି ବଜାରର ସ୍ଥିତି, ନିଜର ଆର୍ଥିକ ଲକ୍ଷ୍ୟ ଏବଂ ବିପଦ ସହିବାର କ୍ଷମତାକୁ ବିଚାର କରିବା ଜରୁରୀ।
ରୁପାର ଶିଳ୍ପ ଚାହିଦା କମୁଛି କି?
ରୁପା କେବଳ ଅଳଙ୍କାର ତିଆରିରେ ବ୍ୟବହାର ହୁଏ ନାହିଁ। ସୌର ପ୍ୟାନେଲ, ଇଲେକ୍ଟ୍ରୋନିକ୍ସ ଏବଂ ଇଲେକ୍ଟ୍ରିକ୍ ଗାଡ଼ି ଭଳି ବିଭିନ୍ନ କ୍ଷେତ୍ରରେ ମଧ୍ୟ ଏହାର ବ୍ୟବହାର ହୋଇଥାଏ। ତେଣୁ ରୂପା ଦର ଉପରେ ଶିଳ୍ପ କ୍ଷେତ୍ରର ଚାହିଦାର ପ୍ରଭାବ ପଡ଼ିଥାଏ। ଯଦି ବିଶ୍ୱରେ ଶିଳ୍ପ ଉତ୍ପାଦନ ମନ୍ଥର ହୁଏ କିମ୍ବା ରୂପାର ଚାହିଦା କମେ, ତେବେ ଏହାର ମୂଲ୍ୟ ବୃଦ୍ଧି ପାଇବାରେ ବିଳମ୍ବ ହୋଇପାରେ। ତେବେ ସୌର ଶକ୍ତି ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ରୂପାର ବଢ଼ୁଥିବା ବ୍ୟବହାର ଦୀର୍ଘକାଳୀନ ଭାବେ ଏହାର ଚାହିଦାକୁ ସମର୍ଥନ ଦେଇପାରେ।

Related Topics
Explore more stories