Videos
|
National

ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, SIRରେ ଆଧାର କାର୍ଡ ସମେତ ୧୧ଟି ଦସ୍ତାବିଜ ଗ୍ରହଣୀୟ

santosh Kumar Sahoo
Browse all articles by santosh Kumar Sahoo
·11 months ago·2 min read
ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, SIRରେ ଆଧାର କାର୍ଡ ସମେତ ୧୧ଟି ଦସ୍ତାବିଜ ଗ୍ରହଣୀୟ

Key Points

SIRକୁ ନେଇ ସୁପ୍ରିମ ରାୟ

SIR ପ୍ରକ୍ରିୟାରେ ଆଧାର କାର୍ଡ ଗ୍ରହଣୀୟ

ଲୋକ ଆଧାର ଓ ଅନ୍ୟ ଦସ୍ତାବିଜ ଦେଖାଇ ଅନଲାଇନ କିମ୍ବା ଅଫଲାଇନରେ କରିପାରିବେ ଦାବି ଦାଖଲ  

ବିହାରରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ବା ଏସଆଇଆରକୁ ନେଇ ଏକ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି, SIR ପ୍ରକ୍ରିୟାରେ ଆଧାର କାର୍ଡ ସମେତ ୧୧ଟି ଦସ୍ତାବିଜ ଗ୍ରହଣ କରିବା ଉଚିତ୍ ଏବଂ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଭୋଟର-ଅନୁକୂଳ କରିବ ଉଚିତ୍ । ସୋମବାର (୧୮ ଅଗଷ୍ଟ, ୨୦୨୫) ଦିନ ଭାରତୀୟ ନିର୍ବାଚନ କମିଶନ ବିହାରରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (SIR) ଅଧୀନରେ ଡ୍ରାଫ୍ଟ ଭୋଟର ତାଲିକାରୁ ନାମ ବାଦ ଦିଆଯାଇଥିବା ୬୫ ଲକ୍ଷ ଲୋକଙ୍କ ନାମ ଘୋଷଣା କରିଥିଲେ । ଏ ସଂପର୍କରେ କୋର୍ଟ କହିଛନ୍ତି ଯେ ଏହି ଲୋକମାନେ ଆଧାର ଓ ଅନ୍ୟ ଦସ୍ତାବିଜ ଦେଖାଇ ଅନଲାଇନ କିମ୍ବା ଅଫଲାଇନରେ ନିଜର ଦାବି ଦାଖଲ କରିପାରିବେ ।


ସେହିପରି ସୁପ୍ରିମକୋର୍ଟ ରାଜନୈତିକ ଦଳର ବୁଥ୍ ସ୍ତରୀୟ ଏଜେଣ୍ଟ (BLA) ଦ୍ୱାରା ଦାଖଲ କରାଯାଇଥିବା ଦାବି ବଦଳରେ ରସିଦ ପ୍ରଦାନ କରିବାକୁ ନିର୍ବାଚନ କମିଶନ (ECI)କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଭାବେ, ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କୁ କୋର୍ଟ କାର୍ଯ୍ୟରେ ରାଜନୈତିକ ଦଳଗୁଡ଼ିକୁ ପକ୍ଷଭୁକ୍ତ କରିବାକୁ ଏବଂ ଦାବି ସମ୍ପର୍କରେ ଏକ ସ୍ଥିତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଶୁଣାଣି ବେଳେ ସୁପ୍ରିମକୋର୍ଟ ବିହାରରେ ସକ୍ରିୟ ଥିବା ରାଜନୈତିକ ଦଳଗୁଡ଼ିକ ପ୍ରତି କଡ଼ା ଶବ୍ଦ ପ୍ରୟୋଗ କରିଛନ୍ତି । ନାଁ କଟିଥିବା ୬୫ ଲକ୍ଷ ଭୋଟରଙ୍କୁ କାହିଁକି ସହାୟତା କରିନଥିଲେ ବୋଲି ସୁପ୍ରିମକୋର୍ଟ ଜାଣିବାକୁ ଚାହିଁଛନ୍ତି । ସେହିପରି କୋର୍ଟ ଆହୁରି କହିଛନ୍ତି, ରାଜନୈତିକ ଦଳ ଗୁଡ଼ିକ ସେମାନଙ୍କ କାମ କରୁ ନାହାନ୍ତି । ଆପଣଙ୍କ ବୁଥ୍ ସ୍ତରୀୟ ଏଜେଣ୍ଟ ମାନେ କ’ଣ କରୁଛନ୍ତି ? ରାଜନୈତିକ ଦଳଗୁଡ଼ିକ ଭୋଟରଙ୍କୁ ସହାୟତା କରିବା କଥା ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Supreme Court slams political parties over 65 lakh voter deletions in Bihar SIR process | Argus News