SIR West Bengal / SIR ଖୋଲିଲା ମମତାଙ୍କ ପୋଲ୍, ଭୋଟର୍ ଲିଷ୍ଟରୁ କଟିଲା ୫୮ ଲକ୍ଷ ନକଲି ମତଦାତାଙ୍କ ନାଁ
·9 months ago·2 min read

Key Points
SIR ଖୋଲିଲା ମମତାଙ୍କ ପୋଲ୍
ଭୋଟର୍ ଲିଷ୍ଟରୁ କଟିଲା 58 ଲକ୍ଷ ନକଲି ମତଦାତାଙ୍କ ନାଁ
ଶତାଧିକ ବାଂଲାଦେଶୀଙ୍କୁ ତାଲିକାରେ ଯୋଡି କିଏ କରୁଥିଲା ଖେଲା

ଆରମ୍ଭରୁ SIRକୁ ବିରୋଧ କରିଆସୁଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଏବେ ପ୍ରଥମ ପର୍ଯ୍ୟାୟ ଏସଆଇଆର ତାଲିକା ଆସିବା ପରେ ମମତା ବାନାର୍ଜୀଙ୍କ ପୋଲ ଖୋଲିଛି । କାରଣ ନୂଆ ତାଲିକାରେ ନାହିଁ ୫୮ ଲକ୍ଷ ଭୋଟରଙ୍କ ନାଁ । ଏମାନଙ୍କ ମଧ୍ୟରୁ ଅଧିକାଂଶ ନକଲି ଭୋଟର ଥିବା ଜଣାପଡ଼ିଛି । ଏପରିକି କେବଳ ଦିଦିଙ୍କ ଗଡ଼ ଭବାନୀପୁରାରରେ ୪୫ ହଜାର ନକଲି ଭୋଟରଙ୍କ ନାଁ କଟିଛି।
SIR ଲାଗୁ ହେଲେ କାଳେ ତାଙ୍କ ସତ ପଦାରେ ପଡ଼ିଯିବ ସେହି ଡରରେ SIRକୁ ସବୁବେଳେ ଟାର୍ଗେଟ୍ କରିଆସୁଥିଲେ ମମତା । ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ SIR ପରେ ଶୁକ୍ରବାର ଜାରି ହୋଇଛି ନୂଆ ଭୋଟର୍ ତାଲିକା । ଯେଉଁଥିରେ ଦିଦିଙ୍କ ସବୁ ଚାଲର ହୋଇଛି ଭାଣ୍ଡାଫୋଡ୍ । ପାଖାପାଖି ୫୮ ଲକ୍ଷ ଭୋଟରଙ୍କୁ ନୂଆ ଭୋଟର ତାଲିକାରୁ ହଟାଇ ଦିଆଯାଇଛି । ହଟାଯାଇଥିବା ନାଁ ଭିତରେ ରହିଛନ୍ତି ଅନେକ ଡୁପ୍ଲିକେଟ ଆଉ ଫର୍ଜି ଭୋଟର୍ । ହଟାଯାଇଥିବା ଭୋଟରଙ୍କ ଭିତରେ ଶତାଧିକ ବାଂଲାଦେଶୀ ଅନୁପ୍ରବେଶକାରୀ ଥିବା ବି ବିଶେଷ ସୂତ୍ରରୁ ଜଣାପଡିଛି । ଯାହା ଦିଦିଙ୍କ ଆଭିମୁଖ୍ୟ ଉପରେ ଛିଡ଼ା କରିଛି ପ୍ରଶ୍ନବାଚୀ ।
ବାଂଲାଦେଶୀଙ୍କୁ ଭୋଟର ବନାଇ ବଙ୍ଗ ଉପରେ ରାଜ୍ କରୁଥିଲେ କି ମମତା ? ସେପଟେ ସବୁଠୁ ଚିନ୍ତାଜନକ କଥା ହେଉଛି ପଶ୍ଚିମବଙ୍ଗ ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଆସନ ନନ୍ଦିଗ୍ରାମଠୁ ଚାରିଗୁଣା ଅଧିକ ଡୁପ୍ଲିକେଟ୍ ଭୋଟର ମମତାଙ୍କ ଗଡ଼ରେ । ନନ୍ଦିଗ୍ରାମରୁ ୧୦ ହଜାର ୫୯୯ ଭୋଟଙ୍କୁ ତାଲିକାରୁ ବାଦ୍ ଦିଆଯାଇଥିବା ବେଳେ ଦିଦିଙ୍କ ଗଡ଼ ଭବାନିପୁରାରୁ ୪୪ ହଜାର ୭୮୭ ଭୋଟରଙ୍କ ନାଁ ତାଲିକାରୁ ହଟାଇ ଦିଆଯାଇଛି ।
ସେପଟେ SIRର ଶେଷ ଦିନରେ ମିଳିଛି ଦିଦିଙ୍କ ଦୋହରା ଚରିତ୍ରର ପ୍ରମାଣ । ଆରମ୍ଭରୁ ହିଁ SIRକୁ ବିରୋଧ କରିଆସୁଥିଲେ ମମତା । ଏମିତିକି SIR ଫର୍ମ ଦାଖଲ ନ କରିବାକୁ ସର୍ବସାଧାରଣରେ ଘୋଷଣା କରିଥିଲେ । ଅଥଚ SIR ଫର୍ମ ଦାଖଲର ଶେଷ ଦିନରେ ହିଁ ଫର୍ମ ଭରିଛନ୍ତି ଦିଦି । ଯାହାକୁ ନେଇ ତେଜିଛି ପଶ୍ଚିମବଙ୍ଗ ରାଜନୀତି । ଏମିତିକି ଅନେକ ମଞ୍ଚରେ ଔଷଧ ବିକଳରେ ତାଟିଆ କାମୁଡିବା ଭଳି ରାଗରେ ରକ୍ତ ଚାଉଳ ଚୋବାଉଛନ୍ତି ଦିଦି । ରାଜ୍ୟରେ କେହି ଅନୁପ୍ରବେଶକାରୀ ନଥିବା କହି ଟିଏମସି ଦେଶ ଆଗରେ ନିଜ ଆଭିମୁଖ୍ୟକୁ ସ୍ପଷ୍ଟ କରିଥିବା ବେଳେ SIR ଦିଦିଙ୍କ ଦଳର ସତ ଧରାପକେଇ ଦେଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦେଶରେ ଅବୈଧ ବାଂଲାଦେଶୀ ଓ ଅନୁପ୍ରବେଶକାରୀଙ୍କ ପ୍ରତି କଠୋର ହୋଇଛନ୍ତି ମୋଦି ସରକାର । ଦେଶରୁ ଅନୁପ୍ରବେଶକାରୀ ହଟାଇବାକୁ ଜୋରସୋରରେ ଜାରି ରହିଛି ଅଭିଯାନ । ଆଉ ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ ବା SIR ଏହି ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ସାବ୍ୟସ୍ତ ହୋଇଛି ।
Related Topics
Explore more stories