Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଶତାୟୁ ସିୟାରାମ ବାବା, ମହିମା ଶୁଣିଲେ ହୋଇଯିବେ ତାଜୁବ !

National

ଶତାୟୁ ସିୟାରାମ ବାବା, ମହିମା ଶୁଣିଲେ ହୋଇଯିବେ ତାଜୁବ !

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଶତାୟୁ ସିୟାରାମ ବାବା, ମହିମା ଶୁଣିଲେ ହୋଇଯିବେ ତାଜୁବ !

Key Points

  • ଇଏ ହେଉଛନ୍ତି ବାବା ସିୟାରାମ
  • ଯେଉଁଠି ଚାହିଁବେ ସେଇଠି ନିଆଁ ଲାଗିବ !
  • ୨୧ ଘଂଟା ପଢନ୍ତି ରାମଚରିତମାନସ
  • ବୟସ ଶୁଣିଲେ ଉଡ଼ିଯିବ ହୋସ୍‌
     

ଅର୍ଗସ ବ୍ୟୁରୋ : ଚର୍ଚ୍ଚାରେ ବାବା ସିୟାରାମ । କାରଣ ସେ ଯେଉଁଠି ଚାହିଁବେ ସେଇଠି ଲାଗିଯାଉଛି ନିଆଁ । କୌଣସି ଯାଦୁ କରୁନାହାନ୍ତି କି କିଛି ନୁହେଁ ବରଂ ଇଏ ହେଉଛି ତପସ୍ୟାର କମାଲ । ସେଇଥି ଲାଗି ତ ଶକ୍ତିକୁ କରିପାରିଛନ୍ତି ଆୟତ୍ତ । ଏ ହେଉଛନ୍ତି ବାବା ସିୟାରାମ । ଯେତେ କହିଲେ ବି କମ୍‌ ପଡିବ । କାରଣ ତାଙ୍କର ମହିମା ଯିଏ ପାଇଛି ସିଏ ଜାଣିଛି । ଯାହାକୁ ନେଇ ତାଙ୍କୁ ଏବେ ଭାରି ଚର୍ଚ୍ଚା କରାଯାଉଛି । ଆମେ ସମସ୍ତେ ଜାଣନ୍ତି ଭାରତଭୂମି ହେଉଛି ସାଧୁ, ସନ୍ଥଙ୍କ ସ୍ଥାନ । ଯେଉଁଠି ଅନେକ ମହାନ ସାଧୁ, ସନ୍ଥ ଗୁଣି ଜନ୍ମ ହୋଇ ଦେଶକୁ ପବିତ୍ର କରିଛନ୍ତି . ଆଉ ସେମିତି ଜଣେ ସାଧୁ ହେଉଛନ୍ତି ସିୟାରାମ ।
ମଧ୍ୟପ୍ରଦେଶର ଖର୍ଗୋନ ଜିଲ୍ଲାରେ ଥିବା ନର୍ମଦା ନଦୀ କୂଳରେ ରୁହନ୍ତି ବାବା ସିୟାରାମ ।  ବାବାଙ୍କ ଚମତ୍କାରିତା ବିଷୟରେ ଶୁଣିବା ପାଇଁ ଏବଂ ତାଙ୍କୁ ଦର୍ଶନ କରିବା ପାଇଁ ଅନେକ ଦୂରରୁ ଭକ୍ତ ଆଶିଥାଆନ୍ତି. ହେଲେ ବାବା ଦିନରାତି ନିଜ କାମରେ ବ୍ୟସ୍ତ ରହିଥାନ୍ତି . ଶତାୟୁ ହୋଇଥିଲେ ମଧ୍ୟ ଦିନକୁ ପ୍ରାୟ ୨୧ ଘଣ୍ଟା ବିନା ଚଷମାରେ ରାମଚରିତମାନସ ପାଠ କରନ୍ତି. ଶୀତ ହେଉ କି ବର୍ଷା କି ଖରା ...ବାବା ସବୁବେଳେ କୌପିନ ପରିଧାନ କରିଥାନ୍ତି. ଶୁଣାଯାଏ ବାବା ହନୁମାନଙ୍କ ପରମ ଭକ୍ତ, ତେଣୁ ବଜରଙ୍ଗବାଲି ତାଙ୍କୁ ଦର୍ଶନ ଦେଇଛନ୍ତି । ଖାଲି ଏତିକି ନୁହେଁ ବରଂ ବାବା ନିଜ ଖାଇବା ନିଜେ ପ୍ରସ୍ତୁତ କରିଥାନ୍ତି. ଏବଂ ନିଆଁ ଲଗାଇବା ପାଇଁ କୌଣସି ଡିଆସିଲି ନୁହେଁ ବରଂ ନିଜ ଦେହ ସାହାଯ୍ୟରେ ଲଗାନ୍ତି ନିଆଁ । 
 

 

ଆଉ ଦାନ ଦକ୍ଷିଣା କଥା ଯଦି କହିବା ତେବେ ମାତ୍ର ୧୦ ଟଙ୍କା ନେଇଥାନ୍ତି ସିୟାରାମ ବାବା. ଭକ୍ତମାନେ ତାଙ୍କୁ କୋଟିକୋଟି ଟଙ୍କା ଦେଉଥିବା ବେଳେ ସେ ବାକି ସବୁତକ ଟଙ୍କା ଗରିବଙ୍କୁ ଦେଇଦେଇଥାନ୍ତି.କେବଳ ସେତିକି ନୁହେଁ ମଧ୍ୟପ୍ରଦେଶ ସରକାରଙ୍କୁ ନର୍ମଦା ନଦୀର ଉନ୍ନତୀକରଣ ପାଇଁ ମଧ୍ୟ ଟଙ୍କା ଦେଇଥିଲେ ସିୟାରାମ ବାବା. ବାବାଙ୍କ ଦର୍ଶନ ପାଇଁ ଅନେକ ବଡବଡ ସନ୍ଥ ତାଙ୍କ ପାଖକୁ ଆସିଥାନ୍ତି. ହେଲେ ବାବା ସବୁବେଳେ ନିଜ କାମରେ ବ୍ୟସ୍ତ ଥାଆନ୍ତି ଏବଂ ଅନ୍ୟମାନଙ୍କୁ ସବୁବେଳେ ନିଜ କାମରେ ବ୍ୟସ୍ତ ରହିବାକୁ ଉପଦେଶ ଦିଅନ୍ତି. ତେବେ ବାବାଙ୍କ ଜ୍ଞାନ ଓ କର୍ମକୁ ନେଇ ଏବେ ପୂରା ଦେଶରେ ଚାଲିଛି ଚର୍ଚ୍ଚା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Siyaram baba, His majesty will be amazed | Argus News