Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୧୧୦ ବର୍ଷରେ ପ୍ରାଣତ୍ୟାଗ କଲେ ଶତାୟୁ ବାବା ସିୟାରାମ

National

୧୧୦ ବର୍ଷରେ ପ୍ରାଣତ୍ୟାଗ କଲେ ଶତାୟୁ ବାବା ସିୟାରାମ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
୧୧୦ ବର୍ଷରେ ପ୍ରାଣତ୍ୟାଗ କଲେ ଶତାୟୁ ବାବା ସିୟାରାମ

Key Points

  • ଚାଲିଗଲେ ଶତାୟୁ ବାବା ସିୟାରାମ 
  • ୧୧୦ ବର୍ଷରେ ପ୍ରାଣତ୍ୟାଗ କଲେ ବାବା
  • ଦିନକୁ ୨୧ ଘଂଟା ପଢନ୍ତି ରାମଚରିତମାନସ

ଅର୍ଗସ ବ୍ୟୁରୋ :  ୧୧୦ ବର୍ଷରେ ପ୍ରାଣତ୍ୟାଗ କଲେ ଶତାୟୁ ବାବା ସିୟାରାମ । ବାବାଙ୍କ ଖ୍ୟାତି ଏତେ ଅଧିକ ଥିଲା ଯେ, ସଭିଙ୍କୁ ବେଶ ବିଚଳିତ କରିଛି ବାବାଙ୍କ ନିଧନ । ଆଜି ସକାଳ ୬.୧୦ ମିନିଟ ସମୟରେ ତାଙ୍କର ପ୍ରାଣବାୟୁ ଚାଲି ଯାଇଥିଲା । ନର୍ମଦା ନଦୀ କୂଳରେ ଥିବା ନିଜ ଆଶ୍ରମରେ ହିଁ ସେ ନିଜର ଶେଷ ନିଶ୍ବାସ ତ୍ୟାଗ କରିଥିଲେ । 
ମଧ୍ୟପ୍ରଦେଶର ଖର୍ଗୋନ ଜିଲ୍ଲାରେ ଥିବା ନର୍ମଦା ନଦୀ କୂଳରେ ରହୁଥିଲେ ବାବା ସିୟାରାମ । ରିପୋର୍ଟ ମୁତାବକ, ବାବା ଗତ କିଛିଦିନ ହେବ ନିମୋନିଆ ରୋଗରେ ପୀଡିତ ହୋଇଥିଲେ, ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ସେ ଡିସଚାର୍ଜ ହୋଇ ଆଶ୍ରମକୁ ଆସିଥିଲେ । ଆଶ୍ରମରେ କିଛିଦିନ ରହିଥିବା ବେଳେ ପୁଣି ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା । ଏବଂ ଆଜି ସକାଳୁ ସେ ଶରୀରତ୍ୟାଗ କରିଥିଲେ ।ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ୟାଦବ । ସନ୍ଥ ସମାଜ ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । 

ଅଧିକ ପଢନ୍ତୁ : ଶତାୟୁ ସିୟାରାମ ବାବା, ମହିମା ଶୁଣିଲେ ହୋଇଯିବେ ତାଜୁବ !

ସିୟାରାମ ବାବା ଜଣେ ଭାରତୀୟ ସନ୍ଥ ଅଟନ୍ତି । ନିଜର ଭଗବାନ ପ୍ରଭୁ  ଶ୍ରୀରାମଙ୍କ ପାଇଁ ନିଷ୍ଠା ଏବଂ ଭକ୍ତି ତାଙ୍କୁ ସମାଜରେ ଅନେକଙ୍କ ଆଦର୍ଶ ସଜାଇଥିଲା । ତପସ୍ୟାବଳରେ ସେ ନିଜ ଶରୀରରେ ନିଆଁ ଲଗାଇ ଦେଉଥିଲେ । ବାବାଙ୍କ ଚମତ୍କାରିତା ବିଷୟରେ ଶୁଣିବା ପାଇଁ ଏବଂ ତାଙ୍କୁ ଦର୍ଶନ କରିବା ପାଇଁ ଅନେକ ଦୂରରୁ ଭକ୍ତ ଆଶିଥାଆନ୍ତି. ହେଲେ ବାବା ଦିନରାତି ନିଜ କାମରେ ବ୍ୟସ୍ତ ରହିଥାନ୍ତି  । ଶତାୟୁ ହୋଇଥିଲେ ମଧ୍ୟ ଦିନକୁ ପ୍ରାୟ ୨୧ ଘଣ୍ଟା ବିନା ଚଷମାରେ ରାମଚରିତମାନସ ପାଠ କରନ୍ତି. ଶୀତ ହେଉ କି ବର୍ଷା କି ଖରା । ବାବା ସବୁବେଳେ କୌପିନ ପରିଧାନ କରିଥାନ୍ତି. ଶୁଣାଯାଏ ବାବା ହନୁମାନଙ୍କ ପରମ ଭକ୍ତ, ତେଣୁ ବଜରଙ୍ଗବାଲି ତାଙ୍କୁ ଦର୍ଶନ ଦେଇଛନ୍ତି । ଖାଲି ଏତିକି ନୁହେଁ ବରଂ ବାବା ନିଜ ଖାଇବା ନିଜେ ପ୍ରସ୍ତୁତ କରିଥାନ୍ତି. ଏବଂ ନିଆଁ ଲଗାଇବା ପାଇଁ କୌଣସି ଡିଆସିଲି ନୁହେଁ ବରଂ ନିଜ ଦେହ ସାହାଯ୍ୟରେ ଲଗାନ୍ତି ନିଆଁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦାନ ଦକ୍ଷିଣାରେ ମାତ୍ର ୧୦ ଟଙ୍କା ନେଇଥାନ୍ତି ସିୟାରାମ ବାବା । କ୍ତମାନେ ତାଙ୍କୁ କୋଟିକୋଟି ଟଙ୍କା ଦେଉଥିବା ବେଳେ ସେ ବାକି ସବୁତକ ଟଙ୍କା ଗରିବଙ୍କୁ ଦେଇଦେଇଥାନ୍ତି.କେବଳ ସେତିକି ନୁହେଁ ମଧ୍ୟପ୍ରଦେଶ ସରକାରଙ୍କୁ ନର୍ମଦା ନଦୀର ଉନ୍ନତୀକରଣ ପାଇଁ ମଧ୍ୟ ଟଙ୍କା ଦେଇଥିଲେ ସିୟାରାମ ବାବା। ବାବାଙ୍କ ଦର୍ଶନ ପାଇଁ ଅନେକ ବଡବଡ ସନ୍ଥ ତାଙ୍କ ପାଖକୁ ଆସିଥାନ୍ତି। ବର୍ତ୍ତମାନ ବାବାଙ୍କ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ଭକ୍ତି । ବାବାଙ୍କ ବିନା ଆଶ୍ରମ ଶ୍ରୀହିନ ହୋଇପଡିଛି । 


 

Sponsored
siyaram baba passes away. know who is siyaram baba | Argus News