Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରକ୍ ପଛରେ ସ୍କେଟିଂ , ଭାଇରାଲ ହେଲା ଭିଡିଓ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରକ୍ ପଛରେ ସ୍କେଟିଂ , ଭାଇରାଲ ହେଲା ଭିଡିଓ

ଅର୍ଗସ ବ୍ୟୁରୋ : ସୋସିଆଲ ମିଡିଆରେ ନିଜକୁ ଭାଇରାଲ କରିବା ପାଇଁ ବହୁତ କିଛି ଟ୍ରେଣ୍ଡିଂ ଭିଡିଓ କରୁଛନ୍ତି ଯୁବପିଢୀ । ସେଥିରେ ନିଜକୁ ବିପଦଜ୍ଜନକ ସ୍ଥିତିରେ ପକାଇବାକୁ ବି ପଛାଉନାହାନ୍ତି । କିଏ ସାପକୁ ଧରି ଭିଡିଓ କରୁଛି, ତ କିଏ ବଡ ବଡ ପାହାଡ ଝରଣା ଭଳି ବିପଦଜ୍ଜନକ ସ୍ଥାନରେ ଭିଡିଓ କରୁଛନ୍ତି । ହେଲେ ଏଥିପାଇଁ ନିଜ ଜୀବନ ଯେ ମୃତ୍ୟୁମୁଖରେ ପଡିପାରେ ସେ ପ୍ରତି ସେମାନଙ୍କର ଦୃଷ୍ଟି ନାହିଁ । ଗତ କିଛିଦିନ ହେବ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ଯେତିକି ଭୟବିତ ହେବେ ସେତିକି ଜୋରରେ ରାଗି ବି ଯିବେ । 

ଏକ ଭାଇରାଲ ହେଉଥିବା ଭିଡିଓରେ ଦୁଇଜଣ ଯୁବକ ସ୍କେଟିଂ କରୁଥିବାର ଦେଖିବାକୁ ମିଳିଛି । ସାଧାରଣତଃ ବରଫାଚ୍ଛନ୍ନ ସ୍ଥାନରେ ସମସ୍ତେ ସ୍କେଟିଂର ମଜା ନେଇଥାନ୍ତି । ହେଲେ ଏହି ଦୁଇଜଣ ଯୁବକ ଏକ ଟ୍ରକ ପଛରେ ସ୍କେଟିଂ କରୁଛନ୍ତି । ଟ୍ରକର ପଛପଟକୁ ଜୋରରେ ଧରି ସ୍କେଟିଂ କରିବାରେ ଲାଗିଛନ୍ତି । ଯଦି ସ୍କେଟିଂ କରୁ କରୁ ଭୁଲବଶତଃ ଭାରସାମ୍ୟ ହରାଇ ଦିଅନ୍ତି, ବା ସାମାନ୍ୟ ଅସାବଧାନତା ଯୋଗୁ ସିଧା ଟ୍ରକର ଚକା ତଳେ ପଶିଯିବାର ସମ୍ଭାବନା ରହିଛି । କାରଣ ଉଭୟ ଖୁବ ଦ୍ରୁତଗତିରେ ସ୍କେଟିଂ କରୁଛନ୍ତି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଭିଡିଓକୁ ନିଶାନ୍ତ ଶର୍ମା ବୋଲି ଜଣେ ସାମ୍ବାଦିକ ନିଜ ଏକ୍ସ ଆକାଉଣ୍ଟରେ ଶେୟାର କରିଛନ୍ତି । ଏବଂ ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି । କାରଣ ଯଦି ବି କିଛି ହୋଇଥାନ୍ତା , ତେବେ ପ୍ରଥମେ ସେମାନଙ୍କ ଅଭିଭାବକ ସେହି ଟ୍ରକ ଡ୍ରାଇଭରର ଦୋଷ ଦେଇଥାନ୍ତେ । ତେଣୁ ନିଜ ପିଲାଙ୍କୁ ସଚେତନ କରାଯାଉ ବୋଲି ସେହି ଭିଡିଓରେ ୟୁଜର୍ସ ମାନେ ମତ ଦେଇଛନ୍ତି । ଆଉ ଜଣେ ଲେଖିଛନ୍ତି, ' ଯଦି ଟ୍ରକକୁ ଇମରଜେନ୍ସି ବ୍ରେକ ଲଗାଇବାକୁ ପଡିବ, ତେବେ ଉଭୟଙ୍କର ଜୀବନ ସାଙ୍ଗେସାଙ୍ଗେ ଚାଲିଯିବ ' ।
ତେବେ ଯୁବପିଢି ଏଥିପ୍ରତି ସଚେତନ ହେବାର ଆବଶ୍ୟକତା ରହିଛି । ନିଜକୁ ଫେମସ କରିବାକୁ ଯାଇ ଏଭଳି କିଛି ପଦକ୍ଷେପ ନିଅନ୍ତୁନି, ଯେଉଁଥିରେ ନିଜର ଜୀବନ ଚାଲିଯିବ । 


 

Sponsored
Skating on the back of a truck in a dangerous situation, the video went viral | Argus News