Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 'ବିଦ୍ୟାଳୟ ପରିଚାଳନା କମିଟି' ମାର୍ଗଦର୍ଶିକାର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, କମିଟିରେ ୫୦% ରହିବେ ମହିଳା

National

SMC Guidelines 2026 / 'ବିଦ୍ୟାଳୟ ପରିଚାଳନା କମିଟି' ମାର୍ଗଦର୍ଶିକାର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, କମିଟିରେ ୫୦% ରହିବେ ମହିଳା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
'ବିଦ୍ୟାଳୟ ପରିଚାଳନା କମିଟି' ମାର୍ଗଦର୍ଶିକାର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, କମିଟିରେ ୫୦% ରହିବେ ମହିଳା
Dharmendra Pradhan

Key Points

‘ସ୍କୁଲ ମ୍ୟାନେଜମେଣ୍ଟ କମିଟି ଗାଇଡଲାଇନ-୨୦୨୬’ର ଶୁଭାରମ୍ଭ
ବିଦ୍ୟାଳୟ ପରିଚାଳନାକୁ ଅଧିକ ସ୍ୱଚ୍ଛ ଓ ପ୍ରଭାବଶାଳୀ କରିବା ଆମର ଲକ୍ଷ୍ୟ
ପିଲାମାନଙ୍କୁ ପୁଷ୍ଟିଯୁକ୍ତ ଆହାର ପ୍ରଦାନ କରିବା ପାଇଁ ଦାୟିତ୍ୱ ନେବାକୁ ଆହ୍ୱାନ
'ବିଦ୍ୟାଳୟ ପରିଚାଳନା କମିଟି' ମାର୍ଗଦର୍ଶିକାର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ କମିଟିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନୂତନ ଗାଇଡ୍‌ଲାଇନ୍ ବିଦ୍ୟାଳୟ ପରିଚାଳନାକୁ ଅଧିକ ସ୍ୱଚ୍ଛ ଓ ପ୍ରଭାବଶାଳୀ କରିବ । କମିଟିରେ ୫୦ ପ୍ରତିଶତ ରହିବେ ମହିଳା ।

ନୂଆଦିଲ୍ଲୀର ବିଜ୍ଞାନ ଭବନରେ 'ବିଦ୍ୟାଳୟ ପରିଚାଳନା କମିଟି' (SMC) ମାର୍ଗଦର୍ଶିକା ୨୦୨୬ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍କୁଲ ମ୍ୟାନେଜମେଣ୍ଟ କମିଟିର ଆବଶ୍ୟକତା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ଏହି କମିଟିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍କୁଲରେ ଶୃଙ୍ଖଳା, ଗୁଣାତ୍ମକ ଶିକ୍ଷା ଏବଂ ସୁବିଧା ସୁଯୋଗର ତଦାରଖ କରିବା ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଉଚିତ । ଏହି ନୂତନ ଗାଇଡ୍‌ଲାଇନ୍ ବିଦ୍ୟାଳୟ ପରିଚାଳନାକୁ ଅଧିକ ସ୍ୱଚ୍ଛ ଓ ପ୍ରଭାବଶାଳୀ କରିବା ସହ ଏକ ସୁସ୍ଥ ଶିକ୍ଷାଦାନ ପରିବେଶ ଗଠନରେ ସହାୟକ ହେବ ।

ଏବେ ଆସନ୍ତୁ ଜାଣିବା କଣ ରହିଛି SMC ର ମାର୍ଗଦର୍ଶିକାରେ...

୧୦୦ ଛାତ୍ର/ଛାତ୍ରୀ ଥିବା ବିଦ୍ୟାଳୟ କମିଟିରେ ୧୨ ରୁ ୧୫ ସଦସ୍ୟ ରହିବେ । ୧୦୦ ରୁ ୫୦୦ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟରେ ୧୫ ରୁ ୨୦ ଜଣ ସଦସ୍ୟ ରହିବେ ଏବଂ ୫୦୦ ରୁ ଅଧିକ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟରେ ୨୦ ରୁ ୨୫ ଜଣ ସଦସ୍ୟ ରହିବେ । ପରିଚାଳନା କମିଟିର ଅଧକ୍ଷ ନିର୍ବାଚିତ ଅଭିଭାବକ ରହିବେ । ସେହିପରି ଉପାଧ୍ୟକ୍ଷ ମଧ୍ୟ ଅଭିଭାବକ ରହିବେ ।

ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ, ସେ ଅଞ୍ଚଳର ସ୍ଥାନୀୟ କର୍ତ୍ତୃପକ୍ଷ, ଶିକ୍ଷକ, ଶିକ୍ଷାବିତ୍, ପୁରାତନ ଛାତ୍ର, ଆଶା ଦିଦି, ଏଏନ୍‌ଏମ୍, ଅଙ୍ଗନଓ୍ବାଡି ୱାର୍କର କମିଟିର ସଭ୍ୟ ରହିବେ । ସ୍କୁଲର ପ୍ରିନ୍ସିପାଲ, କିମ୍ବା ହେଡ ମାଷ୍ଟର କମିଟିର ସେକ୍ରେଟାରୀ ରହିବେ । ଶିକ୍ଷା ବର୍ଷ ଆରମ୍ଭ ହେବାର ପ୍ରଥମ ମାସେ ଭିତରେ କମିଟି ଗଠନ ହେବ । କମିଟି ଗଠନର ପ୍ରଥମ ସପ୍ତାହରେ ଏହାର ପ୍ରଥମ ବୈଠକ ହେବ । ପ୍ରଥମ ବୈଠକରେ ଅଧକ୍ଷ ଏବଂ ଉପାଧ୍ୟକ୍ଷ ଚୟନ କରାଯିବ । କମିଟିର ବୈଠକ ପ୍ରତି ମାସରେ ଥରୁଟିଏ ନିହାତି ହେବ । ଏହି ବୈଠକରେ ୫୦ ପ୍ରତିଶତ ସଦସ୍ୟ ଉପସ୍ଥିତ ରହିବା ଅନିବାର୍ଯ୍ୟ । ଏହି କମିଟି ଏକାଡେମିକ କମିଟି ଏବଂ ସ୍କୁଲ୍ ବିଲ୍ଡିଙ୍ଗ କମିଟି ଭଳି ୨ଟି ସବ୍ କମିଟି ତିଆରି ପାଇଁ ଅନୁମୋଦନ କରିବ । ଏହି କମିଟି ୩ ବର୍ଷୀୟ ବିଦ୍ୟାଳୟ ବିକାଶ ଯୋଜନା ପ୍ରସ୍ତୁତ କରିବ । ଏହା ସ୍କୁଲର ହଷ୍ଟେଲ, ସ୍କୁଲର ଭିତ୍ତିଭୂମିର ତଦାରଖ କରିବ । ଏହା କମିଟି ସମଗ୍ର ଶିକ୍ଷା, ପିଏମ ପୋଷଣ, ULLAS, ପିଏମ ଶ୍ରୀ ଆଦି ଯୋଜନାର କ୍ରୀୟନ୍ୟୟନ୍ ନେଇ ତଦାରଖ କରିବେ । ୩୦ ଲକ୍ଷ ପର୍ଯ୍ୟନ୍ତର ସମସ୍ତ କାର୍ଯ୍ୟକୁ ଏହି କମିଟି କାର୍ଯ୍ୟକାରୀ କରିବ । ଏଥିପାଇଁ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟଙ୍କର ଦକ୍ଷତା ବିକାଶ କରାଯିବ ।

ବିଦ୍ୟାଳୟ ପରିଚାଳନା କମିଟି ସହିତ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ, ଗ୍ରାମୀଣ ବିକାଶ ସହର ଉନ୍ନୟନ ମନ୍ତ୍ରାଳୟ, ପାନୀୟ ଜଳ ଏବଂ ପରିମଳ ଭଳି ୧୧ଟି ମନ୍ତ୍ରଣାଳୟ ଏବଂ ବିଭାଗ ବିଦ୍ୟାଳୟର ବିକାଶ ପାଇଁ କାମ କରିବେ । ଏହି ନୂତନ ଗାଇଡଲାଇନ ଚଳିତ ଶିକ୍ଷା ବର୍ଷରୁ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ ଲାଗୁ ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra Pradhan Launches New SMC Guidelines 2026 With 50% Women Representation | Argus News